ଯେଉଁ ଲୋକଙ୍କ ହାତରେ ରହିଥାଏ ଏହି ଚିହ୍ନ, ସେମାନଙ୍କୁ ପ୍ରେମରେ ମିଳିଥାଏ ଧୋକା ।

ହାତର ରେଖା ଜୀବନ ସହିତ ଜଡିତ ସମସ୍ତ କଥା କହିଥାଏ। କୌଣସି ବ୍ୟକ୍ତିର ହାତ ରେଖା ଦେଖି ତାର ହାଵଭାବ, ସ୍ୱଭାବ, ପଇସା ଓ ବିବାହ ବିଷୟରେ ଜାଣିହେବ। ଏହା ସହ ହାତରେ ଥିବା ଚିନ୍ହ ଜଣାଇଥାଏକି ମଣିଷକୁ କେଉଁ ବୟସରେ ସଫଳତା ମିଳିବ ଓ କ୍ୟାରିଅର କିପରି ହେବ। ଆଜି ଆମେ ଏପରି କିଛି ଚିହ୍ନ ବିଷୟରେ କହିବୁ ଯାହା ଆପଣଙ୍କ ଜୀବନର ମୁଖ୍ୟ କଥା ଅଟେ।

Google
ମାନସିକ ରେଖା ଉପରେ କଳା ଚିନ୍ହ ହେବାର ଅର୍ଥ:

କୌଣସି ବ୍ୟକ୍ତିର ମାନସିକ ରେଖା ବହୁତ ଖାସ ହୋଇଥାଏ।କୁହାଯାଏକି ଯେଉଁ ବ୍ୟକ୍ତିର ମାନସିକ ରେଖା ଉପରେ କଳା ଦାଗ ହୋଇଥାଏ ତାର ଭାଗ୍ୟ ବହୁତ କଷ୍ଟକର ହୋଇଯାଇଥାଏ। ଏହା ସହ ଏହା ରୋଗ ହେବାର ସଂକେତ ମଧ୍ୟ ଅଟେ।

ମାନସିକ ରେଖାରେ କଳାଦାଗ ହେବାର ଅର୍ଥ ବ୍ୟକ୍ତିକୁ କୌଣସି ଅସହନୀୟ ପୀଡା ହେବାର ଅଛି। ଏହା ସହିତ ତାର ମାନସିକ ଶାନ୍ତି ଭଙ୍ଗ ରହିଥାଏ ଓ ସେ କେବେବି ଖୁସିରେ ରହିପାରିନଥାଏ।

ଏହି ଲୋକଙ୍କ ବିଷୟରେ କୁହାଯାଏକି ଏମାନଙ୍କର ବ୍ୟାପାରରେ କ୍ଷତି ହୋଇଥାଏ। ଏହା ଛଡା ଏମାନଙ୍କ କାମରେ କୌଣସି ସ୍ଥିରତା ଆସିପାରେ ନାହିଁ ଯାହା ଦ୍ୱାରା ଏମାନେ ଚିନ୍ତାରେ ରହିଥାନ୍ତି। ଏହା ଛଡା ଏମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥାଏ।

Google
ହାତରେ ଧଳା ଦାଗ ହେବା:

ହାତରେ ଧଳା ଦାଗ ହେବାର ଅନେକ ଅର୍ଥ ଅଛି। ହାତରେ ଧଳା ଦାଗ ହେବା ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଅଲଗା ହୋଇଥାଏ। ଏହା ପୁରୁଷ ମାନଙ୍କ ପାଇଁ ଲାଭକାରୀ ହୋଇଥାଏ।

ପୁରୁଷଙ୍କ ହାତରେ ଧଳା ଦାଗ ହେବାର ଅର୍ଥ ତାଙ୍କୁ ଧନ ପ୍ରାପ୍ତିର ଯୋଗ। ଏହା ଛଡା ଏହା ପୁରୁଷଙ୍କ ସଫଳତା ପାଇବାର ଅର୍ଥ ହୋଇଥାଏ। ଏହା ପୁରୁଷ ସବୁ କାର୍ଯ୍ୟରେ ସଫଳ ହେବାର ସଂକେତ ଅଟେ।

ଯଦି କୌଣସି ମହିଳାଙ୍କ ହାତରେ ଧଳା ଦାଗ ହୁଏ ଏହାର ଅର୍ଥ ସେହି ମହିଳା ଜଲ୍ଦି ମା ହେବାକୁ ଯାଉଛନ୍ତି। ଏହା ମହିଳା ବହୁତ ଶୀଘ୍ର ଗର୍ଭବତୀ ହେବାର ସଂକେତ ଅଟେ।ଏହାର ଅର୍ଥ ଧଳା ଦାଗ ସମସ୍ତଙ୍କ ପାଇଁ ଲାଭଦାୟକ ହୋଇଥାଏ।

Google
ଜୀବନ ରେଖା ଉପରେ କଳା ଦାଗ ହେବା:

ସମସ୍ତଙ୍କ ହାତରେ ଜୀବନ ରେଖା ଏହା ମହତ୍ୱପୂର୍ଣ୍ଣ ରେଖା ଅଟେ। ଯଦି କୌଣସି ବ୍ୟକ୍ତିର ହାତର ଜୀବନ ରେଖା ଉପରେ କଳାଦାଗ ରହିଥାଏ ତେବେ ସେହି ବ୍ୟକ୍ତିର ଜୀବନରେ ଅନ୍ଧକାର ମାଡିଯାଇଥାଏ। ଜୀବନରେଖା ଉପରେ କଳାଦାଗ ହେବା ଅନେକ ସମସ୍ୟାର ସଂକେତ ଅଟେ।

ଯଦି କୋଉ ବ୍ୟକ୍ତିର ଜୀବନରେଖା ଉପରେ କଳାଦାଗ ହୋଇଥାଏ ତେବେ ସେ ଜୀବନସାରା ରୋଗାଗ୍ରସ୍ତ ରହିଥାଏ।ଏଭଳି ବ୍ୟକ୍ତିଙ୍କ ଜୀବନରେ ସୁଖ ନଥାଏ। ଏହା ସହିତ ଏମାନଙ୍କୁ ଅନେକ ଭୟାନକ ଜୀବନ ଗଲାଭଳି ରୋଗ ମଧ୍ୟ ହୋଇପାରେ।

ଏମାନଙ୍କ ବିଷୟରେ କୁହାଯାଏକି ଏମାନେ ଜୀବନରେ ସର୍ବଦା ସମସ୍ୟା ରହିଥାଏ ଏହା ସହିତ ଏମାନେ ଜୀବନରେ ବହୁତ କମ ଉନ୍ନତି ହିଁ କରିପାରନ୍ତି। ଏହି ଲୋକମାନେ ସର୍ବଦା ଖୁସି ପାଇଁ ଅପେକ୍ଷା କରିଥାନ୍ତି।

Google
ଗୁରୁ ପର୍ବତ ଉପରେ କଳା ଦାଗ ହେବା:

ଯଦି କୌଣସି ବ୍ୟକ୍ତିର ହାତର ଗୁରୁ ପର୍ବତ ଉପରେ କଳାଦାଗ ହୋଇଥାଏ ତେବେ ସେମାନଙ୍କୁ ସର୍ବଦା ଜୀବନରେ କଠିନ ସଂଘର୍ଷ କରିବାକୁ ପଡେ। କୌଣସି ସଫଳତା ପାଇଁ ଏମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡେ।

ହସ୍ତରେଖା ବିଜ୍ଞାନ ଅନୁସାରେ ଏମାନଙ୍କୁ ଜୀବନରେ ସମ୍ମାନ ମିଳିନଥାଏ ଯାହା ଏମାନେ ଚାହିଁଥାନ୍ତି। ଏହା ସହ ଏମାନଙ୍କୁ ସେହି ସ୍ଥାନ ମିଳିପାରିନଥାଏ ଯାହାର ଏମାନେ ଅଧିକାରୀ ହୋଇଥାନ୍ତି ଯାହା ଦ୍ଵାରା ଏମାନେ ଭାଙ୍ଗି ଯାଇଥାନ୍ତି।

ଏମାନଙ୍କ ବିଷୟରେ କୁହାଯାଇଛି ଏମାନଙ୍କ ବିବାହ ହେବାରେ ଅନେକ ସମସ୍ୟା ଆସିଥାଏ ଏହା ସହ ପ୍ରେମରେ ଏମାନଙ୍କୁ ବାରମ୍ବାର ଧୋକା ମିଳିଥାଏ।

Google
ଶନି ପର୍ବତ ଉପରେ କଳା ବିନ୍ଦୁ ହେବା:

ହସ୍ତରେଖା ବିଜ୍ଞାନ ଅନୁସାରେ ଯେଉଁ ବ୍ୟକ୍ତିଙ୍କ ହାତର ଶନି ପର୍ବତରେ କଳା ବିନ୍ଦୁ ରହିଥାଏ ସେମାନଙ୍କୁ ଜୀବନରେ ସବୁବେଳେ କିଛି ନା କିଛି ଘଟଣାର ସାମ୍ନା କରିବାକୁ ପଡେ।ଏମାନଙ୍କ ଜୀବନରେ ସର୍ବଦା ସମସ୍ୟା ଆସିଥାଏ।

ହାତର ଶନି ପର୍ବତରେ କଳା ବିନ୍ଦୁ ରହିଲେ ଏହା କୌଣସି ଅପ୍ରିୟ ସଂଦେଶର ସଂକେତ ଦେଇଥାଏ। ଏମାନଙ୍କୁ ସବୁବେଳେ ପ୍ରେମରେ ଅସଫଳତା ମିଳିଥାଏ ଯାହା ପାଇଁ ଏମାନଙ୍କ ଜୀବନ ସର୍ଵଦା ଅଶାନ୍ତିରେ ରହିଥାଏ।

ଏମାନଙ୍କ ଗୃହସ୍ତ ଜୀବନ ଭଲ ଚାଲିନଥାଏ। ଏମାନଙ୍କୁ କ୍ୟାରିଅରରେ ସଫଳତା ମିଳିନଥାଏ। ଏଥିପାଇଁ ଏମାନେ ଚିନ୍ତିତ ରହିଥାନ୍ତି। ଏମାନଙ୍କ ଜୀବନରେ ସୁଖ ନାହିଁ କହିଲେ ଭୁଲ ହେବ ନାହିଁ।

ସୂର୍ଯ୍ୟ ପର୍ବତରେ କଳାଦାଗ ଦେଇଥାଏ ଏହି ସଂକେତ:

ଯଦି କୌଣସି ବ୍ୟକ୍ତିର ହାତର ସୂର୍ଯ୍ୟ ପର୍ବତରେ କଳାଦାଗ ରହିଥାଏ ତେବେ ତାକୁ ଜୀବନରେ ସର୍ବଦା ଅସମ୍ମାନ ମିଳିଥାଏ ଓ ସେ ସମ୍ମାନ ପାଇଁ ଚାହିଁରହିଥାଏ।

Google

ହସ୍ତରେଖା ଅନୁସାରେ ଏମାନେ ସର୍ବଦା ନିଜ ଜୀବନରେ ହାର ମାନିଥାନ୍ତି। ଏମାନଙ୍କୁ ସଫଳତା ପାଇବା ପାଇଁ ବହୁତ କଷ୍ଟ କରିବାକୁ ପଡିଥାଏ। କିଛି ମାମଲାରେ ଏହିମାନେ ଭାଗ୍ୟଶାଳୀ ହୋଇଥାନ୍ତି।

ଏମାନଙ୍କ ବିଷୟରେ ଏହା ମଧ୍ୟ କୁହାଯାଇଥାଏ କି ଏମାନଙ୍କ ହାତରେ ଖରାପ କାର୍ଯ୍ୟ ହୋଇଥାଏ। ଯାହା ପାଇଁ ଏମାନଙ୍କୁ ସମାଜରେ ମୁଣ୍ଡ ନୁଆଇଁ ଚାଲିବାକୁ ପଡିଥାଏ।

ଶୁକ୍ର ପର୍ବତ ଉପରେ କଳାଦାଗ ହେବାର ଅର୍ଥ:

ହସ୍ତରେଖା ବିଜ୍ଞାନ ଅନୁସାରେ ଯଦି କୌଣସି ବ୍ୟକ୍ତିର ହାତର ଶୁକ୍ର ପର୍ବତ ଉପରେ କଳାଦାଗ ରହିଥାଏ ତେବେ ସେହି ବ୍ୟକ୍ତିକୁ ଗମ୍ଭୀର ରୋଗ ହୋଇପାରେ ଏହା ସହିତ ସେହି ଲୋକଙ୍କୁ ଗୁପ୍ତରୋଗ ଭଳି ସମସ୍ୟା ମଧ୍ୟ ରହିଥାଇପାରେ।ଯାହା ପାଇଁ ଏମାନେ ଭିତରୁ ଭାଙ୍ଗି ପଡ଼ନ୍ତି।

ଏମାନଙ୍କ ବିଷୟରେ ଏହା ମଧ୍ୟ କୁହାଯାଇଛିକି ଏମାନଙ୍କ ଗୁପ୍ତାଅଙ୍ଗରେ ମଧ୍ୟ ସମସ୍ୟା ଥାଏ। ଏହା ସହିତ ଏମାନଙ୍କ ମନରେ ଅନେକ ଭାବନା ରହିଥାଏ ଯାହା ପାଇଁ ଏମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

Google

ଶୁକ୍ର ପର୍ବତରେ କଳାଦାଗ ରହିବା ଯୋଗୁ ଏମାନଙ୍କ ପ୍ରେମ ମଧ୍ୟ ସଫଳ ହୋଇନଥାଏ। ଏମାନଙ୍କ ମନ ବିଚଳିତ ରହିଥାଏ। ଏମାନଙ୍କ ସମ୍ପର୍କ ଅନେକଙ୍କ ସହିତ ରହିଥାଏ ଯାହା ପାଇଁ ଏମାନେ ଜୀବନସାରା ପ୍ରେମ ସନ୍ଧାନରେ ରହିଥାନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published.