ପ୍ରେମିକ ନିଜ ପ୍ରେମିକା ଉପରକୁ ଫୋପାଡିଲା ଏସିଡ, ପିଡିତାଙ୍କ ମୃତ୍ୟୁ । ମାମଲାକୁ ନେଇ ଗୃହମନ୍ତ୍ରୀ ଦେଲେ ଏମିତି ବୟାନ ।

ମହାରାଷ୍ଟ୍ରର ବିଡ଼ ଜିଲ୍ଲାରେ ଏକ ହୃଦୟ କମ୍ପିଲା ଭଳି ଘଟଣା ସାମ୍ନାକୁ ଆସିଛି। ସେହି ଇଲାକାର ଏକ ଯୁବକ ନିଜ ପ୍ରେମିକା ଉପରକୁ ଏସିଡ ପକାଇବା ସହ ତାକୁ ଜାଳିଦେବାକୁ ଚେଷ୍ଟା କରୁଥିଲା। ପରେ ପ୍ରେମିକା ଜଣଙ୍କ ଚିକିତ୍ସାଧିନ ଅବସ୍ଥାରେ ମେଡ଼ିକାଲରେ ମୃତ୍ୟୁ ବରଣ କରିଛି।ଏହି ଘଟଣାକୁ ନେଇ ମହାରାଷ୍ଟ୍ର ଜିଲ୍ଲାର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କର ବୟାନ ଆସିଛି। ସେ ଅଭିଯୁକ୍ତକୁ ଫାଷ୍ଟ ଟ୍ରେକ କୋର୍ଟରେ ବହୁତ ଶୀଘ୍ର ସଜା ଦେବାକୁ କହିଛନ୍ତି।

Google

ମହାରାଷ୍ଟ୍ର ଜିଲ୍ଲାର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଟ୍ୱିଟ କରିଛନ୍ତି,”ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଛି। ନିର୍ଦେଶ ଦିଆଯାଇଛି କି ଏହି ମାମଲାକୁ ଫାଷ୍ଟ ଟ୍ରାକ କୋର୍ଟରେ ରଖାଯାଉ ଯାହା ଦ୍ୱାରା ଅଭିଯୁକ୍ତ ମାନଙ୍କୁ କଠିନ ସଜା ଦେଇହେବ। ମୁଁ ବ୍ୟକ୍ତିଗତ ରୂପରେ ଏହି ମାମଲାକୁ ତଦାରଖ କରୁଛି”।

ଏହି ସମ୍ବନ୍ଧରେ ଜଣେ ପୋଲିସ ଅଧିକାରୀ କହିଛନ୍ତି କି ଏହି ଘଟଣା ଶନିବାରର ଅଟେ କିନ୍ତୁ ଏବେ ପର୍ଯ୍ୟନ୍ତ ଏହା ଜଣାପଡିନାହିଁ କି ଆକ୍ରମଣ କଣ ପାଇଁ କରାଯାଇଥିଲା।ପୋଲିସ କହିଛି କି ମହିଳା ଜଣଙ୍କ ପ୍ରଦେଶର ନାଦେଡ଼ ଜିଲ୍ଲାର ସିଲଗାଁବର ରହିବା ଵାଲା ଅଟେ। ସେ ପୁନେରୁ ଅଭିଯୁକ୍ତ ସହ ନିଜ ସହର ଯାଉଥିଲା। ଯାହାର ପରିଚୟ ଅଭିନାଶ ରାଜୁରେ (୨୫)ନାମରେ କରାଯାଇଛି।

ବିଡ଼ ଜିଲ୍ଲାର ନେକପୁର ଥାନାର ଏକ ଅନ୍ୟ ଅଧିକାରୀ କହିଛନ୍ତି କି ଦୁଇ ଜିଲ୍ଲାର ୟଲନ୍ଧ ଷ୍ଟିତ ସୁନସାନ ସ୍ଥାନରେ ଦୁହେଁ ଅଟକିଲେ ଯେଉଁଠି ଅଭିଯୁକ୍ତ ପିଡିତା ଉପରକୁ ଏସିଡ ପକାଇବା ସହିତ ତାକୁ ପେଟ୍ରୋଲରେ ଜାଳିବାକୁ ଉଦ୍ୟମ କରିଥିଲେ। ପୋଲିସ କହିଛି କି ଅଭିଯୁକ୍ତ ମୌକା ଦେଖି ଖସିଯାଇଛି।

Google

ଅଧିକାରୀ କହିଛନ୍ତି କି ଏହା ପରେ ଝିଅଟିକୁ ମେଡ଼ିକାଲରେ ଭର୍ତ୍ତିକରାଗଲା କିନ୍ତୁ ପରେ ମୃତ୍ୟୁ ହୋଇଗଲା। ପୋଲିସ ମରିଥିବା ମହିଳାଙ୍କ ବୟସ ବିଷୟରେ କହିନାହିଁ।ଅଧିକାରୀମାନେ କହିଛନ୍ତି କି ଭାରତୀୟ ଦଣ୍ଡ ସଂହିତା ସମ୍ଭଧିତ ଧାରା ଅନୁସାରେ ମାମଲା ଦାଖଲ କରାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *