ସମାଜ ମହିଳା ମାନଙ୍କ ପ୍ରତି ଏକ ଅଲଗା ନଜର ରଖିଥାଏ। ମହିଳା ମାନେ କଣ କରିପାରିବେ କଣ ନ କରିପାରିବେ ଇତ୍ୟାଦି ଅନେକ ରୋକ ମହିଳା ମାନଙ୍କ ଉପରେ ଲଗା ଯାଇଥାଏ। ଏହିପ୍ରକାର ବହୁତ ସାରା କଥା ଯାହା ମହିଳା ମାନଙ୍କ ଉପରେ ଲାଗୁ ହେଇଥାଏ। ମହିଳା ମାନଙ୍କୁ ଘର ଚାରି କାଁଥ ଭିତରେ ହିଁ ବନ୍ଦ ରହିଯିବାକୁ କୁହାଯାଇଥାଏ। ଏପରି ନୁହଁ କି ମହିଳା ମାନେ ଘର ବାହାରକୁ ବହାରିକି କିଛି କରି ପାରନ୍ତିନି। ଆଜି କାଲି ଆଉ ସେପରି ନାହିଁ। ମହିଳା ମାନେ ବି ଘର ଚାରି କାନ୍ଥରୁ ବହାରିକି ବହୁତ କିଛି କରିବାରେ ସକ୍ଷମ ହେଉଛନ୍ତି। ଆଜି କାଲି ମହିଳା ମାନେ ପୁରୁଷ ମାନଙ୍କର କାନ୍ଧ ସହ କାନ୍ଧ ମିଳେଇକି ଚାଲୁଛନ୍ତି।

ଏପରି ଦେଖିବାକୁ ଗଲେ ମହିଳା ମାନେ ଆଜିକାଲି ନିଜର ଘର ସମେତ ନିଜ ଦେଶର ବି ନାମ ରଖିବାରେ ଲାଗିଛନ୍ତି। ମହିଳା ମାନେ ଏହା ସାବ୍ୟସ୍ତ କରି ଦେଇଛନ୍ତି କି ସେମାନେ ପୁରୁଷ ମାନଙ୍କ ଠାରୁ କେଉଁ ମାମଲା ରେ କମ ନୁହନ୍ତି।ବିପରୀତ ପରିସ୍ଥିତି ମାନଙ୍କରେ ବି ମହିଳା ମାନେ ମଜବୁତ ଭାବେ ଆଗକୁ ଯାଉଛନ୍ତି। ଆଜି ଆମେ ଆପଣଙ୍କ ପାଖରେ ଜଣେ ଏପରି ମହିଳାଙ୍କ ନାମ କହିବାକୁ ଯାଉଛୁ ଯିଏ ଆଜି କାଲି ବହୁତ ଚର୍ଚ୍ଚାରେ ଅଛନ୍ତି। ପ୍ରକୃତରେ ତେଲେଙ୍ଗାନାର କଥାଗୁଡ଼େମ ଜିଲ୍ଲା ର ସୁଯତାନଗର ରେ ରହୁଥିବା ୩୦ ବର୍ଷୀୟ ଆଦିଲକ୍ଷ୍ମୀ ନିଜ ପରିବାର ପାଇଁ ବହୁତ ସଂଘର୍ଷ କରୁଛନ୍ତି।

ଆଦିଲକ୍ଷ୍ମୀ ଟ୍ରକ ଟାୟାର ମାନଙ୍କର ବେଲଡିଂ କରିବା ଠାରୁ ଆରମ୍ଭ କରି ଟାୟାର ବଦଳେଇବା ଯାଏ ସମସ୍ତ କାମ କରୁଛନ୍ତି। ଏପରିକି ବଡ଼ ବଡ଼ ଟ୍ରକ ମାନଙ୍କର ଭାରି ଭାରି ଟାୟାର ତଥା ତାର ସ୍କ୍ରିଉ ଉଠେଇବା ତଥା ଫେବୃକେସନର କାମ ଆଦି ଲକ୍ଷ୍ମୀ ନିଜେ କରୁଛନ୍ତି।
ଆଦିଲକ୍ଷ୍ମୀଙ୍କର ସ୍ୱାମୀ ବିରଭଦ୍ରମ ଦୁଇ ବର୍ଷ ଆଗରୁ ଗାଡି ଗ୍ୟାରେଜ ଖୋଲିଲେ ଆଉ ତାଙ୍କ ପାଖରେ ପଇସା କମ ଥିବାରୁ ସେ ଗ୍ୟାରେଜ ଖୋଲିବା ପାଇଁ ନିଜର ଘର ବିକ୍ରି କରି ଦେଲେ। ଆଦି ଲକ୍ଷ୍ମୀଙ୍କର କହିବା କଥା କି ସେ କାମ ମାନଙ୍କରେ ନିଜ ସ୍ୱାମୀଙ୍କର ସାହାଯ୍ୟ ନ କଲେ ତାଙ୍କ ଉପରେ କରଜ ବଢି ବଢି ଯାଉଛି। ତେଣୁ ସେ ନିଜ ସ୍ୱାମୀଙ୍କର ପୁରା ପୁରି ସାଥ ଦେଉଛନ୍ତି।

ଆଦିଲକ୍ଷ୍ମୀଙ୍କର ଦୁଇଟି ଝିଅ ଆଉ ସେ ଯେତେବେଳେ ପ୍ରଥମେ କାମ ଆରମ୍ଭ କଲେ ତ ଲୋକମାନେ ତାଙ୍କ ଦୋକାନକୁ ଆସିବା ଆଗରୁ ବହୁତ ଥର ଭାବୁଥିଲେ କି ସେ ତ ଜଣେ ମହିଳା, ହୁଏତ ସେ ନିଜର ପଂକ୍ଚର ଠିକ କରି ପାରିବେ ନାହିଁ। ମାତ୍ର ଆଦି ଲକ୍ଷ୍ମୀ ନିଜର କାମ ଜାରି ରଖିଲେ ଆଉ ତାଙ୍କର ଦୋକାନ ଦିନକୁ ଦିନ ଅଗ୍ରଗତି ହେବାରେ ଲାଗିଲା। ତାଙ୍କର କାହାଣୀ ଆଜିକାଲି ଇଣ୍ଟରନେଟରେ ବହୁତ ଜଲଦି ଭାଇରାଲ ହେଉଛି।
ଆଦିଲକ୍ଷ୍ମୀଙ୍କର ବିବାହ ୨୦୧୦ ମସିହାରେ ବିରଭଦ୍ରମଙ୍କ ସହ ହେଇଥିଲା ଆଉ ତାଙ୍କର ଦୁଇଟି ଝିଅ ଅଛନ୍ତି। ତାଙ୍କ ପାଖରେ ଅସ୍ତ୍ର ଶସ୍ତ୍ର ମାନଙ୍କର କମି ଅଛି ତଥାପି ସେହି ସବୁରୁ ସେ କାମ ଚଳେଇ ନିଅନ୍ତି। ତାଙ୍କର କହିବା କଥା କି ଯଦି ସରକାରଙ୍କର ସହାୟତା ତାଙ୍କୁ ମିଳି ଯାଆନ୍ତା ତାହେଲେ ତାଙ୍କ ଝିଅ ମାନଙ୍କର ଭବିଷ୍ୟତ ସୁଧୁରୀ ଯାଆନ୍ତା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।