ରାହୁଲ ଦ୍ରାବିଡଙ୍କ ପଦାଙ୍କ ଅନୁସରଣ କରିବାକୁ ଏହି ଖେଳାଳିଙ୍କୁ ପରାମର୍ଶ ଦେଲେ ସହିଦ ଆଫ୍ରିଦି । ଜାଣନ୍ତୁ କଣ ସମ୍ପୂର୍ଣ ମାମଲା ।

ପୂର୍ବ ପାକିସ୍ତାନି ଅଧିନାୟକ ଆଫରିଦି ପାକିସ୍ତାନର ମହାନ ଖେଳାଳୀ ମାନଙ୍କୁ ଯୁବକ ଭଲ ଖେଳାଳୀଙ୍କ ପ୍ରତିଭାକୁ ଚିହ୍ନିବା ପାଇଁ ଭାରତୀୟ ମହାନ ଖେଳାଳୀ ରାହୁଲ ଦ୍ରାଭିଡ଼ଙ୍କ ଦିଗରେ ଚାଲିବାକୁ ପରାମର୍ଶ ଦେଇଛନ୍ତି। ପୂର୍ବ ଭାରତୀୟ ଖେଳାଳି ଦ୍ରାଭିଡ଼ ୨୦୧୬ ରୁ୨୦୧୯ ପର୍ଯ୍ୟନ୍ତ ଭାରତର ଅଣ୍ଡର-୧୯ ଟିମର ଓ ଭାରତ ଏ ଟିମର କୋଚ ରହିଥିଲେ ତଥା ସେ ଏହି ସମୟରେ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀର ପ୍ରମୁଖ ଅଟନ୍ତି। ଲାହୋରରେ ଏକ କାର୍ଯ୍ୟକ୍ରମରେ କଥା ହେବା ସମୟରେ ଆଫରିଦି ବୟାନ ଦେଲେ ଯେ ଦ୍ରାଭିଡ ଅଣ୍ଡର-୧୯ ଯୁବ ଖେଳାଳୀଙ୍କ ସହ ବହୁତ ପରିଶ୍ରମ କରନ୍ତି।

Google

ଆଫରିଦି କହିଲେ,”ମତେ ଲାଗୁଛି କି ଆମକୁ ଭଲ ପ୍ରତିଭାର କମିର ସାମ୍ନା କରିବାକୁ ପଡୁଛି। ତେଣୁ ଯେଉଁ ନୂଆ ଯୁବ ଖେଳାଳୀ ଆସୁଛନ୍ତି ତାଙ୍କୁ ଆମ ମହାନ ଖେଳାଳୀ ମାନେ ଭଲସେ ପ୍ରସ୍ତୁତ କରିବାର ଆବଶ୍ୟକତା ଅଛି। ଏମାନେ ଯୁବ ଖେଳାଳୀଙ୍କ ସହ ବହୁତ କିଛି କରିପାରିବେ”। ସେ କହିଛନ୍ତି ମହାନ ପାକିସ୍ତାନର ଖେଳାଳୀ ଯେପରି ଇଜମାମ ଉଲ ହକ, ୟୁନିସ ଖାନ, ଓ ମହମ୍ମଦ ୟୁସୁଫ ପାକିସ୍ତାନର ଯୁବ ଖେଳାଳୀ ମାନଙ୍କୁ ପ୍ରତିଭାକୁ ସମ୍ନାକୁ ଆଣିପାରିବେ।

ମହମ୍ମଦ ଆମୀରଙ୍କ କେସରେ ଓ ତାଙ୍କ ମିସବାହ ଉଲ ହକ ଓ ବକାର ୟୁନିସଙ୍କ କୋଚିଂରେ ଖେଳିବାକୁ ମନାକରିବା ଉପରେ ଆଫରିଦି କହିଛନ୍ତି ଏହା ପାକିସ୍ତାନ କ୍ରିକେଟର ପୁରୁଣା ସମସ୍ୟା ଅଟେ। ସେ କହିଛନ୍ତି କି,” ମୋ ସମୟରେ ମଧ୍ୟ ବୋଲରଙ୍କୁ କୋଚର ଅଶୁବିଧା ହେଉଥିଲା। ମତେ ଲାଗୁଛି ଏହି ସମସ୍ୟା ସେବେ ସରିବ ଯେବେ ବୋର୍ଡ ଏହି ନିରାଶ ହୋଇଥିବା ଖେଳାଳୀଙ୍କ ସହ କଥା ହେବ ଓ ତାଙ୍କ କଥା ଶୁଣିବ”।

Google

ଆମୀର ଅଳ୍ପ ଦିନ ତଳେ ହିଁ ଇଣ୍ଟରନେସନାଲ କ୍ରିକେଟରୁ ସନ୍ୟାସ ନେଇଛନ୍ତି। ସେ କହିଥିଲେ ସେ ନିଜ ଫଇସଲା ଉପରେ ସେବେ ପର୍ଯ୍ୟନ୍ତ ବିଚାର କରିବେ ନାହିଁ ଯେବେ ପର୍ଯ୍ୟନ୍ତ ଉପସ୍ଥିତ ଟିମ ମ୍ୟାନେଜମେଣ୍ଟ ଅଛି। ଆଫରିଦି ପିସିବି ସହିତ କଥା ହୋଇ କହିଛନ୍ତି କି ସେ ଆମୀରଙ୍କ ସହ କଥା ହୋଇ ଏହି ସମସ୍ୟାର ସାମାଧନ କରନ୍ତୁ। ତାଙ୍କର ମାନିବା ଅଟେ କି ଆମୀରଙ୍କ ପାଖରେ ଏବେବି ପାକିସ୍ତାନକୁ ଦେବାପାଇଁ ବହୁତ କିଛି ଅଛି। ଆଫରିଦି ପାକିସ୍ତାନ ପାଇଁ ୨୭ ଟେଷ୍ଟ, ୩୯୮ ଏକଦିବସିୟ ଓ ୯୦ ଟି ଟି-୨୦ ମ୍ୟାଚରର ଅଂଶ ଗ୍ରହଣ କରିବାର ନଜର ଆସିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *