କୋରନା ଟୀକାକରଣର ୫ ଦିନ ପରେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କର ଅଵସ୍ଥା ହେଲା ଏମିତି। ଏଇଏଫଆଇ ଆରମ୍ଭ କଲା ଯାଞ୍ଚ। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ତେଲେଙ୍ଗାନାର ବାରଙ୍ଗଲରେ ୧୯ ଜାନୁଆରୀକୁ କୋରନା ଭାଇରସର ଭ୍ୟାକ୍ସିନର ଟୀକା ଲଗେଇବା ପରେ ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କର ପାଞ୍ଚ ଦିନ ପରେ ମୃତ୍ୟୁ ହେଇ ଯାଇଛି। ଏଏନଆଇ ଏଥର ଖବର ଦେଇ ଦେଇଛି। ଦିଷ୍ଟ୍ରିକ୍ଟ ଏଡ଼ବର୍ଟ ଇଂଫେକ୍ଟ ଆଫଟର ଭ୍ୟାକ୍ସିନେସନ କମିଟି ଏହି ମାମଲାର ଯାଞ୍ଚ କରୁ ଅଛି ଆଉ ଜଲଦି ହିଁ ଏଥର ରାଜ୍ୟ କମିଟିକୁ ନିଜର ରିପୋର୍ଟ ଦେବାକୁ ଯାଉଛି। ଆପଣଙ୍କୁ କହି ରଖୁଛୁ କି ୧୬ ଜାନୁଆରୀକୁ ଦେଶ ସାରାରେ କରୋନା ଭାଇରସର ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେଇ ଯାଇଛି ଆଉ ପ୍ରାଥମିକତା ଭାବେ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଆଗ ଟୀକା ଦେଇ ଦିଆଯାଉଛି।

Google

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ଦିନକୁ କହିଥିଲା କି ବହୁତ ଜଲଦି ହିଁ ଭାରତର ଅନ୍ୟ ୭ଟି ରାଜ୍ୟ ସ୍ବଦେଶୀ ଭାବେ ବିକଶିତ ଟୀକା ଭାକ୍ସିନ ଲାଗେଇବେ। ପ୍ରକୃତରେ ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଏହି ମାସର ଆରମ୍ଭରେ ଭାରତର ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡ କୋଭିଡ଼-୧୯ ଟୀକା ‘କୋଭିଡଶିଲଡ଼’ ଆଉ ଭାରତ ବାୟୋଟେକର ସ୍ବଦେଶୀ ଭାବେ ପ୍ରସ୍ତୁତ ଟୀକା “କଭାକ୍ସିନ” କୁ ଦେଶରେ ସୀମିତ ଆପାତକାଳୀନ ଉପଯୋଗ ପାଇଁ ମଞ୍ଜୁରୀ ଦେଇଥିଲା। ଏହାଦ୍ୱାରା ଏକ ବଡ଼ ଉପାୟରେ ଟୀକାକରଣର ମାର୍ଗ ପ୍ରଶସ୍ତ ହେଇଗଲା।

Google
ଟୀକା କାରଣରୁ କେଉଁ ଗମ୍ଭୀର ସମସ୍ୟାଗତ କାରଣ ସାମ୍ନାକୁ ଆସିନାହିଁ:

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମନୋହର ଆଗନାନୀ ଗୋଟେ ମିଡିଆ ବ୍ରିଫିଙ୍ଗରେ କହିଲେ କି ବର୍ତମାନରେ କଭାକ୍ସିନ ଟୀକାର ବ୍ୟବହାର କରୁଥିବା ୧୨ଟି ରାଜ୍ୟ ବ୍ୟତୀତ ସାତଟି ଆର ରାଜ୍ୟ ଯେପରିକି ଛତିଶଗଡ଼, ଗୁଜୁରାଟ, ଝାଡ଼ଖଣ୍ଡ, କେରଳ, ମଧ୍ୟପ୍ରଦେଶ, ପଞ୍ଜାବ ଆଉ ପଶ୍ଚିମବଙ୍ଗ ଆର ସପ୍ତାହ ଠାରୁ ଏହି ଟୀକାର ପ୍ରୟୋଗ କରିବେ। ଅଧିକାରୀ କହିଲେ କି ଟୀକା ଲଗେଇବା ପରେ କେଉଁ ଗମ୍ଭୀର ସମସ୍ୟାଗତ କାରଣ ତଥା ଟୀକା ପାଇଁ କାହାରି ମୃତ୍ୟୁ ହେଇଥିବାର କେଶ ସାମ୍ନାକୁ ଆସିନାହିଁ।

ସେ କହିଲେ “ଏବେ ଯାଏ ପ୍ରାୟ ୬ଟି ମୃତ୍ୟୁର କେସ ସାମ୍ନାକୁ ଆସୁଛି। ପଛ ୨୪ ଘଣ୍ଟାରେ ଗୁରୁଗ୍ରାମ ନିବାସୀ ୫୬ ବର୍ଷୀୟ ଜଣେ ବୁଢା ଲୋକଙ୍କର ମୃତ୍ୟୁ ହେଇଛି। ତାଙ୍କର ପୋଷ୍ଟ ମର୍ଟମ ରୁ ସ୍ପଷ୍ଟ ଜଣା ପଡୁଛି କି ତାଙ୍କର ମୃତ୍ୟୁର କାରଣ କାର୍ଡିଓ ପଲମୋନାରୀ ବେମାରି ଥିଲା। ଏହାର କୋଭିଡ ଟୀକା ସହ କିଛି ସମ୍ପର୍କ ହି ନାହିଁ।” ସେ କହିଲେ କି ଟୀକାକରଣ ପରେ ଏଯାଏ ୧୧ଜଣ ବ୍ୟକ୍ତିଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯିବାର ସୂଚନା ଅଛି।

Google

ଆହୁରି ସେ କହିଲେ ” ପ୍ରାୟତଃ ୦.୦୦୦୭% ଲୋକଙ୍କୁ ଟୀକାକରଣ ପରେ ମେଡ଼ିକାଲରେ ଭର୍ତ୍ତି କରାଯିବାକୁ ପଡିଛି। ପଛ ୨୪ ଘଣ୍ଟାରେ ଆନ୍ଧ୍ରପ୍ରଦେଶର ଗୁନ୍ତୁରର ଏକ ସରକାରୀ ହସ୍ପିଟାଲରେ ଜଣେ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି। ତାଙ୍କୁ ୨୦ ଜାନୁଆରୀରେ ଟୀକା ଦିଆଯାଇଥିଲା।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *