ବାର୍ଡ ଫ୍ଲୁ ପରେ ଏବେ ଗାଈ- ମଇଁଷି ମାନଙ୍କ ମଧ୍ୟରେ ବାପୁଛି ଫୁଲିଯିବା ରୋଗ, ଚାରିଆଡେ ହଇଚଇ ସୃଷ୍ଟି।

ବର୍ଷ ୨୦୨୦ ଲୋକଙ୍କୁ କୋରନା ଦ୍ଵାରା କ୍ଷତ କରିଦେଲା।ଏହି ମହାମାରି ଦ୍ଵାରା ବିଶ୍ୱର କୋଟି କୋଟି ଲୋକ ସଂକ୍ରମଣ ହେଲେ ଓ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେଲା। ଏହା ପରେ ଅଚାନକ ଭାରତରେ ବାର୍ଡ ଫ୍ଲୁ ବ୍ୟାପିଗଲା। ଏହା ସମ୍ପୂର୍ଣ ସରିନାହିଁ କି ଏବେ ଗାଈ ଓ ମଇଁଷି ମାନଙ୍କ ମଧ୍ୟରେ ଏକ ଅଦ୍ଭୁତ ରୋଗ ବ୍ୟାପିବାରେ ଲାଗିଛି। ଏହାକୁ ଲମ୍ପି ସ୍କିନ ଡିଜିଜ ମଧ୍ୟ କୁହାଯାଇଥାଏ। ଏହା ଦ୍ଵାରା ଜୀବମାନଙ୍କ ଦେହରେ ଅଦ୍ଭୁତ ପ୍ରକାର ଫଳିଯାଇଥାଏ।ଏହା ସହ କ୍ଷୀର ଦେଉଥିବା ଜୀବମାନେ କ୍ଷୀର ଦେବା କମ କରିଦେଇଥାନ୍ତି।ସବୁଠୁ ବଡ଼ କଥା ହେଉଛି ଏହି ରୋଗର ଏବେ ପର୍ଯ୍ୟନ୍ତ କୌଣସି ଚିକିତ୍ସା ବାହାରିନି। ଆସନ୍ତୁ ଜାଣିବା କିପରି ଏହି ରୋଗ ଜୀବମାନଙ୍କ ଉପରେ ପ୍ରଭାବ ପକାଉଛି।

Google

ଭାରତରେ ଗୋଟେ ପରେ ଗୋଟେ ଅଦ୍ଭୁତ ରୋଗ ବ୍ୟାପୁଛି।ପ୍ରଥମରେ ଦେଶରେ କରୋନାର ଆତଙ୍କ ଥିଲା। ଏହି ମହାମାରିରୁ ରକ୍ଷା ପାଇଁ ଏବେ ଦେଶରେ ଲୋକଙ୍କୁ ଭାକ୍ସିନ ଦିଆଯାଉଛି। ଏହା ପରେ ବାର୍ଡ ଫ୍ଲୁ କମିନାହିଁ କି ଦେଶରେ ଗାଈ- ମଇଁଷି ମାନଙ୍କ ମଧ୍ୟରେ ଏକ ଅଦ୍ଭୁତ ରୋଗ ବ୍ୟାପିବାରେ ଲାଗିଛି।

ଏହି ରୋଗକୁ ଲମ୍ପି ରୋଗ ନାମ ଦିଆଯାଇଛି। ଏହା ଦ୍ଵାରା ଜୀବମାନଙ୍କ ଶରୀରରେ ବଡ଼ ବଡ଼ ଘା ହୋଇଯାଇଥାଏ।ଶରୀରରେ ହେଉଠୁବା ଏହି ଘା ଭଲ ହେଉ ନାହିଁ। ସବୁଠୁ ବଡ଼ କଥା ଏହି ରୋଗର ଚିକିତ୍ସା ଏବେ ପର୍ଯ୍ୟନ୍ତ ବାହାରିନି।

Google

ଲମ୍ପି ଡିଜିଜ ଅଧିକ କ୍ଷୀର ଦେଉଥିବା ଜୀବମାନଙ୍କ ମଧ୍ୟରେ ଦେଖାଯାଉଛି। ଏହା ପରେ ଏହି ଜୀବ ମାନଙ୍କ କ୍ଷୀର ଦେବା କ୍ଷମତା କମ ହେଇଯାଉଛି। ଏହି ପରି ଧୀରେ ଧୀରେ ଜୀବମାନଙ୍କ ପୁରା ଶରୀର ଏହାର କବଳରେ ଆସିଯାଇଥାଏ ଓ ଶେଷରେ ଜୀବର ମୃତ୍ୟୁ ହୋଇଯାଇଥାଏ।

ଭାରତରେ ଏହି ରୋଗର ପ୍ରଥମ ମାମଲା ୨୦୧୯ରେ ଆସିଥିଲା। ରିସର୍ଚ୍ଚ ଅନୁସାରେ ଏହି ଭାଇରସର ଚିକିତ୍ସା ଏବେ ପର୍ଯ୍ୟନ୍ତ ବାହାରିନି। କେବଳ ଲକ୍ଷଣ ଅନୁସାରେ ଜୀବମାନଙ୍କୁ ଚିକିତ୍ସା କରାଯାଉଛି।

ଲମ୍ପି ଡିଜିଜରେ ଜୀବ ମାନଙ୍କ ଶରୀରରେ ଫଳିଯାଇଥାଏ ଓ ଏହା ଧୀରେ ଧୀରେ ବଡ଼ ହୋଇଥାଏ ଓ ଏହା ପରେ ଏହା ଘାରେ ବଦଳିଯାଇଥାଏ। ଜୋରେ ଜ୍ଵର ଜୀବମାନଙ୍କୁ ନିଜ କବଳକୁ ନେଇଯାଇଥାଏ। ଯଦି ଜୀବଟି ଗର୍ଭବତୀ ଅଛି ତେବେ ତାର ଗର୍ଭପାତ ହେବାର ସମ୍ଭାବନା ଥାଏ।

ଜୀବମାନଙ୍କ ମଧ୍ୟରେ ଏହି ରୋଗ ଜଣଙ୍କ ଠୁ ଆଉ ଜଣଙ୍କ ପାଖକୁ ବ୍ୟାପିଥାଏ। କେବଳ ଗୋଟିଏ ଜାଗାରେ ପାଣି ନୁହେଁ ଖାଇବା ଦ୍ଵାରା ମଧ୍ୟ ଏହା ବ୍ୟାପିଥାଏ। ଏକ ମଶା ଓ ମାଛି କାମୁଡିବା ଦ୍ଵାରା ମଧ୍ୟ ଏହା ବ୍ୟାପିଯାଇଥାଏ।

Google

ଲମ୍ପି ଭାଇରସର ଇତିହାସ କଥା କହିବା ତ ଏହା ପ୍ରଥମେ ୧୯୨୯ରେ ଆଫ୍ରିକାରେ ଦେଖାଯାଇଥିଲା । ସେଠାରେ ଅନେକ ଜୀବଙ୍କୁ ନିଜ କବଳରେ ନେବା ପରେ ଏହା ଗ୍ରୀସ ଓ ରୁଷରେ ନିଜ ଆତଙ୍କ ରଚିଥିଲା। ଏହା ପରେ ଏହା ବଙ୍ଗଳାଦେଶ ସହ ଅନେକ ଏସିଆ ଦେଶରେ ମଧ୍ୟ ଜୀବଙ୍କ ଜୀବନ ନେଇଛି।

ଏବେ ଭାରତରେ ବ୍ୟାପୁଥିବା ଲମ୍ପି ଭାଇରସ ପାଇଁ କୃଷକ କ୍ଷତି ଗ୍ରସ୍ତ। କ୍ଷୀରର ବ୍ୟବସାୟ କରୁଥିବା କୃଷକ ଏହା ଦ୍ଵାରା କ୍ଷତିଗ୍ରସ୍ତ ହେଉଛି। ତାମିଲନାଡୁ ଛଡା, କେରଳ,ଛତିଶଗଡ଼, ଆସାମ, ମଧ୍ୟପ୍ରଦେଶ, ଓଡିଶା, ଝାଡ଼ଖଣ୍ଡ ସହିତ ଅନେକ ରାଜ୍ୟରେ ଏହି ଭାଇରସ ବ୍ୟାପିବାରେ ଲାଗିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *