ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟ ପରିବାରରେ ଆଉ ଜଣଙ୍କର ମୃତ୍ୟୁହୋଇଛି ।

ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟ ପରିବାରରେ ଆଉ ଜଣଙ୍କର ମୃତ୍ୟୁହୋଇଛି, nitidina, sushant, Bollywood

ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇ ବିହାରର ପୂର୍ଣ୍ଣିଆ ଜିଲ୍ଲାର ପିତୃକ ଗ୍ରାମରେ ରହୁଥିବା ଭାଉଜ ସୁଧା ଦେବୀ ଡ଼ିପ୍ରେସନରେ ମୃତ୍ୟୁ ବରଣ କରିଛନ୍ତି । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଏପରି ମୃତ୍ୟୁ ଖବର ପାଇ ତାଙ୍କ ପରିବାର, ତାଙ୍କ ପ୍ରଶଂସକ ଏବଂ ପୁରା ବଲିଉଡ ବର୍ତ୍ତମାନ ଶୋକରେ ବୁଡିରହିଛି । ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ତାଙ୍କ ଭାଉଜ ଶୁଣି ତାଙ୍କର ବି ମୃତ୍ୟୁ ହୋଇଯାଇଛି । ସୋମବାର ଦିନ ଦିଅର ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇ ବିହାରର ପୂର୍ଣ୍ଣିଆ ଜିଲ୍ଲାର ଥିବା ଭାଉଜ ସୁଧା ଦେବୀ ଡ଼ିପ୍ରେସନରେ ମୃତ୍ୟୁ ବରଣ କରିଛନ୍ତି ।

ସୁଶାନ୍ତ ଜଣେ ଯୁବ ପ୍ରତିଭାଶାଳୀ ଏବଂ ହସ ଖୁସି ରେ ରହୁଥିବା ଅଭିନେତା ଥିଲେ । ତାଙ୍କ ଅଭିନୟରେ ସେ ସମସ୍ତଙ୍କୁ ଆକର୍ଷିତ କରିସାରିଥିଲେ । ସେ ଅଭିନୟରେ ରେ ସଫଳତା ପଇସାରିଥିଲେ । ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରୁଥିଲେ ବଡ ବଡ ଅଭିନେତା ମାନେ । ହେଲେ ସେ ଏହିପରି ଆତ୍ମହତ୍ୟା କରିବା ନିଷ୍ପତିରେ ସାରା ଭାରତ ଆଉ ପୁରା ବଲିଉଡରେ ଶୋକର ଛାୟା । କଣ ପାଇଁ ସେ ଏମିତି ନିଷ୍ପତି ନେଲେ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ।

Sushant Singh Rajput Death Mukesh Bhatt Said That He Sensed It a ...
Google

ସୁଶାନ୍ତଙ୍କ ନିଜ ଘର ବିହାରର ପୂର୍ଣ୍ଣିଆ ଜିଲ୍ଲାର ମଲଡ଼ିହା ଅଟେ । ସୁଶାନ୍ତଙ୍କ ମୃତ୍ୟୁ ଖବର ଯେବେ ତାଙ୍କ ଗାଁରେ ପହଁଚିଲା ତାଙ୍କ ସମ୍ପର୍କୀୟ ଭାଉଜ ଏହା ଶୁଣି ତାଙ୍କୁ ଝଟକା ଲାଗିଥିଲା ସେ ଡ଼ିପ୍ରେସନର ଶିକାର ହୋଇଥିଲେ ସେ ଖାଇବା ପିଇବା ଛାଡି ଦେଇଥିଲେ । ଏପଟେ ମୁମ୍ବାଇରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ଚାଲିଥିବାବେଳେ ସେପଟେ ତାଙ୍କ ଭାଉଜ ମରିଥିବା ଖବର ଆସି ପହଁଚିଲା ।

ପରିବାରର କହିବା ଅନୁସାରେ ସୁଧାଦେବୀଙ୍କ ମୃତ୍ୟୁ ସେହି ସମୟରେ ହୋଇଥିଲା ଯେବେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ଚାଲିଥିଲା । ସୁଶାନ୍ତଙ୍କ ମୃତ୍ୟୁ ପରେ ଏବେ ତାଙ୍କ ଭାଉଜଙ୍କ ମୃତ୍ୟୁ ହୋଇଥିବାରୁ ପରିବାର ଉପରେ ଏବେ ଦୁଃଖର ପାହାଡ଼ ଭାଙ୍ଗି ପଡିଛି ।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅନ୍ତିମ ସଂସ୍କାର ମୁମ୍ବାଇରେ ହୋଇଥିଲା

ଅନ୍ତିମ ସଂସ୍କାର ପୂର୍ବରୁ ତାଙ୍କ ବାପା ଓ ସମ୍ପର୍କୀୟ ଭାଇ ଭାଉଜ ମୁମ୍ବାଇ ପହଂଚି ଯାଇଥିଲେ । ହେଲେ ପରିବାର ମାନିବାକୁ ପ୍ରସ୍ତୁତ ନୁହଁ କି ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି କିନ୍ତୁ ପୋଷ୍ଟମଟମ ରିପୋର୍ଟରୁ ଜଣାପଡିଛି ସୁଶାନ୍ତଙ୍କ ମୃତ୍ୟୁ ଫାଶିରେ ଝୁଲିବା ଦ୍ଵାରା ହୋଇଛି । ଏହି ରିପୋର୍ଟରେ ଶରୀରରେ ବିଷ କିମ୍ବା ଅନ୍ୟ କୌଣସି ଜିନିଷ ମିଳିବା ନେଇ ଜଣା ପଡ଼ିନାହିଁ ।

ବିସେରା ନମୁନାକୁ ସୁରକ୍ଷିତ କରାଯାଇଛି । ଯାହା ଫୋରେନସିକ୍ ଲ୍ୟାବକୁ ପଠାଯିବ । ସୁଶାନ୍ତଙ୍କ ଭଉଣୀ କହିଥିଲେ ଯେ ସୁଶାନ୍ତ କିଛି ଦିନ ହେବ ଡ଼ିପ୍ରେସନରେ ଚିକିତ୍ସିତ ହେଉଥିଲେ । ଏଠାରେ ସୁଶାନ୍ତଙ୍କ ଆତ୍ମହତ୍ୟା କରିବା ପଛରେ କଣ କାରଣ ତାହା ଜାଣିବା ପାଇଁ ପୋଲିସ ତାଙ୍କ ଫୋନ ରେକର୍ଡ ଖୋଜିବା ଆରମ୍ଭ କରିଛି । ତାଙ୍କ ବ୍ୟାଙ୍କ ରେକର୍ଡ କୁ ମଧ୍ୟ ଯାଞ୍ଚ କରିଥିଲେ ହେଲେ ସେଥିରେ କୌଣସି ଅସୁବିଧା ନଥିବା ଜଣା ପଡିଛି ।

Sushant Singh Rajput News: Post-mortem report confirms Sushant ...
Google

ସୁଶାନ୍ତଙ୍କ ଡାକ୍ତରଙ୍କ କହିବା ଅନୁସାରେ ସୁଶାନ୍ତ କୌଣସି ଔଷଧ ଖାଉ ନଥିଲେ । ୪ ମାସ ଧରି ସେ ନିର୍ଦ୍ଦେଶକ-ନିର୍ମାତାଙ୍କୁ ସମୟ ଦେଉ ନଥିଲେ । ସୁଶାନ୍ତଙ୍କ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ କିନ୍ତୁ ପୋଲିସ ତଥ୍ୟ ଅନୁସାରେ ତାଙ୍କ ଫ୍ଲାଟରୁ କିଛି ଔଷଧ ମିଳିଥିଲା । ହେଲେ ଯାହା ସୂଚନା ମିଳିଛି ସେ ଡିପ୍ରେସନ ପାଇଁ ଚିକିତ୍ସା ହେଉଥିଲେ । ସୁଶାନ୍ତଙ୍କ ସାଙ୍ଗମାନେ କହିଛନ୍ତି ସୁଶାନ୍ତ ଅନେକ ଦିନ ଧରି ଡିପ୍ରେସନରେ ଥିଲେ ।

ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ ଜୁନ ୮ ରେ ମୁମ୍ବାଇର ଏକ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ । ସେ ଏକ ୧୪ ମାହାଲା କୋଠାରୁ ଡେଇଁ ପଡ଼ିଥିଲେ । ଏହା ପରେ ଦିଶାଙ୍କୁ ମୁମ୍ବାଇର ଏକ ମେଡିକାଲ ନିଆଯାଇଥିଲା ଯେଉଁଠି ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *