ବ୍ୟୁରୋ ରିପୋର୍ଟ: ଭାରତୀୟ କ୍ରିକେଟ ଟିମର ପୂର୍ଵ ସ୍ପିନର ହରଭଜନ ସିଂହ ନିଜର ଦ୍ୱିତୀୟ କ୍ୟାରିଅର ରାଜନୀତିରେ କରିବାକୁ ଯାଉଛନ୍ତି। ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେବା ପରେ ହରଭଜନ ସିଂହ ରାଜନୀତିକୁ ଯିବାର ଚର୍ଚ୍ଚା ଜୋରରେ ହେଉଥିଲା। ଆମ ଆଦମୀ ପାର୍ଟି ହରଭଜନଙ୍କୁ ପଞ୍ଜାଵର ରାଜ୍ୟସଭାର ଆଶାୟୀ ଭାବେ ବୁଧବାରକୁ ନିଯୁକ୍ତି କରିଛି। ହରଭଜନ ନିଜର ୨୩ ବର୍ଷର କ୍ରିକେଟ କ୍ୟାରିଅରକୁ ଡିସେମ୍ବର ୨୦୨୧ରେ ବିଶ୍ରାମ ଦେଇଥିଲେ। ଦୁଇ ଥର ବିଶ୍ୱକପ ବିଜେତା ଟିମର ଅଂଶ ରହିଥିବା “ଟର୍ବନେଟର” ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି।

କ୍ରିକେଟରୁ ସନ୍ୟାସ ନେବା ପରେ ହରଭଜନଙ୍କର ନବଜୋତ ସିଂହ ସିନ୍ଧୁଙ୍କ ସହ ଏକ ଫଟୋ ଭାଇରାଲ ହୋଇଥିଲା। ଯାହା ପରେ କୁହାଯାଉଥିଲା କି ସେ କଂଗ୍ରେସରେ ସାମିଲ ହୋଇପାରନ୍ତି। ୪୧ ବର୍ଷୀୟ ହରଭଜନଙ୍କର କ୍ରିକେଟ କ୍ୟାରିଅର ବହୁତ ଭଲ ରହିଛି। ସେ ଅନେକ ମ୍ୟାଚ ନିଜ ଦମରେ ଭାରତକୁ ଜିତାଇଛନ୍ତି। ସେ କ୍ରିକେଟ ସହ କିଛି ଫିଲ୍ମ ମଧ୍ୟ କରିଛନ୍ତି। ସେ ପୂର୍ଵ ବର୍ଷ ତାମିଲ ଫିଲ୍ମ”ଫ୍ରେଣ୍ଡସିପ”ରେ ନଜର ଆସିଥିଲେ।
ଏହି ଲିଷ୍ଟରେ ଚତ୍ରୁର୍ଥ ନମ୍ବରରେ ଅଛନ୍ତି ହରଭଜନ:
ମାର୍ଚ୍ଚ ୧୯୯୮ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଟେଷ୍ଟ ସିରିଜରେ କ୍ରିକେଟରେ ପାଦ ଦେଇଥିବା ହରଭଜନ ଟେଷ୍ଟ କ୍ୟାରିଅରରେ ୪୦୦ ବା ତାଠୁ ଅଧିକ ୱିକେଟ ନେଇଥିବା ଚତ୍ରୁର୍ଥ ଭାରତୀୟ ଅଟନ୍ତି। ସ୍ପିନରଙ୍କ କଥା କହିବାତ ସେ ତୃତୀୟ ନମ୍ବରରେ ଅଛନ୍ତି। ତାଙ୍କ ପୂର୍ବରୁ ଅନୀଲ କୁମ୍ବଲେ, ଆର ଅଶ୍ୱିନୀ ଓ କପିଲ ଦେବ ଅଛନ୍ତି।

କୁମ୍ବଲେ ୧୩୨ ଟେଷ୍ଟରେ ମୋଟ ୬୧୯ ୱିକେଟ ଅକ୍ତିଆର କରିବାରେ ସଫଳ ରହିଛନ୍ତି। ଅଶ୍ୱିନୀ ୮୬ ଟେଷ୍ଟରେ ୪୪୨ ୱିକେଟ ନେଇଛନ୍ତି। କପିଲ ଦେବ ୧୩୧ ଟେଷ୍ଟରେ ୪୩୪ ୱିକେଟ ନେଇଛନ୍ତି। ହରଭଜନଙ୍କ ନାମରେ ୧୦୩ ଟେଷ୍ଟରେ ୪୧୭ ୱିକେଟ ଅଛି। ଏହି ସମୟରେ ସେ ୨୫ ଥର ୫ ୱିକେଟ ଓ ୧୬ ଥର ୪ ୱିକେଟ ନେଇଛନ୍ତି। ତାଙ୍କ ନାମରେ ମୋଟ ୭୧୧ ଇଣ୍ଟରନେସନାଲ ୱିକେଟ ଅଛି।
ଏକଦିବସିୟରେ ହରଭଜନଙ୍କ ନାମରେ ୨୬୯ ୱିକେଟ ଅଛି:
ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଏପ୍ରିଲ ୧୯୯୮ରେ ଏକଦିବସିୟରେ ଡେବ୍ୟୁ କରିଥିବା ହରଭଜନ ୨୩୬ ମ୍ୟାଚରେ ୨୬୯ ୱିକେଟ ନେଇଛନ୍ତି। ଏହି ସମୟରେ ସେ ୩ ଥର ୫ ୱିକେଟ ଓ ୨ ଥର ୪ ୱିକେଟ ନିଜ ନାମରେ ନାମିତ କରିବାରେ ସଫଳ ରହିଛନ୍ତି। ୨୮ ଟି-୨୦ ଇଣ୍ଟରନେସନାଲ ମ୍ୟାଚରେ ତାଙ୍କ ନାମରେ ୨୫ ୱିକେଟ ଅଛି। ସେହିପରି ସେ ୧୯୮ ଫାଷ୍ଟକ୍ଳାସ ମ୍ୟାଚରେ ୭୮୦ ୱିକେଟ ନେଇଛନ୍ତି।
Popular cricketer #HarbhajanSingh will become a member of Parliament soon as Aam Aadmi Party has decided to nominate him to Rajya Sabha.He is also likely to head a proposed Sports University in Punjab.Despite being a great cricketer,he is rooted to ground & very humble.#cricket pic.twitter.com/rZD2yqDsyk
— Vijaya S (@VijayaS04) March 17, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।