ଟେଷ୍ଟରେ ବିହାରୀଙ୍କର ସାହାସିକତା ଭରା ଇନିଂସ ପରେ ଦ୍ରାଭିଡ ତାଙ୍କୁ ଏହି ଖାସ ମେସେଜ ପଠେଇଥିଲେ। ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ଭାରତୀୟ ବ୍ୟାଟ୍ସମ୍ୟାନ ହନୁମା ବିହାରୀ ସିଡ୍ନୀ ଟେଷ୍ଟ ମ୍ୟାଚରେ ଯନ୍ତ୍ରଣା ଆଉ କଷ୍ଟରେ ଏତେ ସହି ସହି ମଧ୍ୟ ଭାରତ ପାଇଁ ଚତୁର୍ଥ ଇନିଂସ ରେ ଏକ ସ୍ମରଣଦାୟକ ଇନିଂସ ଖେଳିଲେ ଆଉ ଭାରତ ପାଇଁ ମ୍ୟାଚ ବଞ୍ଚେଇଲେ। ବିହାରୀ ଆଉ ରବି ଅଶ୍ୱିନ ପ୍ରାୟ ୩ ଘଂଟା ଯାଏ ବ୍ୟାଟିଂ କରିକି ଅଷ୍ଟ୍ରେଲିଆ ବୋଲର ମାନଙ୍କର ଝାଳ ବାହାର କରିଦେଲେ ଆଉ ଭାରତ ପାଇଁ ଏକ ଅବିସ୍ମରଣୀୟ ମ୍ୟାଚ ଡ୍ର କଲେ। ବିହାରୀ ନିଜର ହ୍ୟାମଷ୍ଟ୍ରିଙ୍ଗ ଇଂଜୁରୀ ସହ ଏହି ଇନିଂସ ଖେଳିଲେ ଆଉ ସେ ଦୌଡ଼ିବା ହାଲରେ ବି ନଥିଲେ ତଥାପି ସେ ଏହି ସାହାସିକତାର ସହ ଇନିଂସ ଖେଳିଲେ। ତାଙ୍କର ଏହି ଇନିଂସ ପୂର୍ବ ଭାରତୀୟ ଦିଗଜ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାଭିଡଙ୍କୁ ବି ବହୁତ ପସନ୍ଦ ହେଇ ଯାଇଛି।

Google

ବିହାରୀ ତାଙ୍କର ଏହି ଇନିଂସରେ ୧୬୧ଟି ବଲ ଖେଳିକି ୨୩ ରନ କଲେ ଆଉ ତାଙ୍କର ସାଥ ଦେଉଥିବା ଅଶ୍ୱିନ ୧୨୮ଟି ବଲରେ ୩୯ ରନର ଇନିଂସ ଖେଳିଲେ। ଏହି ବ୍ୟାଟିଂ ଭିତରେ ଅଶ୍ୱିନ ବି ଯନ୍ତ୍ରଣାରେ ତିଷ୍ଠି ଯାଉଥିଲେ। ଦୁଇଜଣ ଯାକ ବ୍ୟାଟ୍ସମ୍ୟାନ ୱିକେଟ ଭିତରେ ଦୌଡିବ ପାଇଁ ସକ୍ଷମ ନଥିଲେ। ତଥାପି ସେମାନେ ସାହସ ସହ ବ୍ୟାଟିଂ କରିକି ଭାରତ ପାଇଁ ମ୍ୟାଚ ଡ୍ର କରେଇ ଦେଲେ। ତାଙ୍କର ଏହି ବ୍ୟାଟିଂ ପାଇଁ ରାହୁଲ ଦ୍ରାଭିଡ ତାଙ୍କୁ ମେସେଜ କରିକି ଅଭିନନ୍ଦନ ଜଣେଇଲେ। ଇଣ୍ଡିଆ ଟୁଡେ କୁ ଦେଇଥିବା ଇଣ୍ଟରଭିଉରେ ବିହାରୀ କହିଲେ ” ସିଡ୍ନୀ ଟେଷ୍ଟ ମ୍ୟାଚ ପରେ ସେ ମୋତେ ମେସେଜ କଲେ ଆଉ କହିଲେ କି ତୁମେ ବହୁତ ଭଲ ଖେଳିଲ ଆଉ ବହୁତ ଭଲ କାମ କଲ। ସେ ବାସ ଏହିପରି ଆଉ ତାଙ୍କୁ ଏଇଥିପାଇଁ ମୁଁ ବହୁତ ସମ୍ମାନ କରେ।”

ଦ୍ରାଭିଡ କୋଚଠୁ ଅଧିକ ମେଣ୍ଟର:

ବିହାରୀ ଦ୍ରାଭିଡଙ୍କର ପ୍ରଶଂସା କରିବାକୁ ଯାଇ କହିଲେ ” ଯେଉଁ ପ୍ରକାରେ ସେ ଆମକୁ ନିଜ ଖେଳ ଦେଖେଇବା ପାଇଁ ସୁଯୋଗ ଦେଲେ , ଯୁବ ଖେଳାଳି ଭାବେ ଆମକୁ ତାଙ୍କୁ ବହୁତ ଅଧିକ ଧନ୍ୟବାଦ ଦେବା ଦରକାର। ଯେବେ ଆମେ ତାଙ୍କ ତଳେ ଖେଳୁଥାଉ ଆମକୁ ସର୍ବଦା ଏହା ଲାଗେ କି ସେ ଆମ କୋଚଠୁ ଅଧିକ ଜଣେ ମେଣ୍ଟର ଅଟନ୍ତି। ଯେବେ ବି ଆମେ ତାଙ୍କର ଆବଶ୍ୟକତା ଅନୁଭବ କରୁ ସେ ସଦାବେଳେ ଆମ ସହ ଥାଆନ୍ତି। ଅଷ୍ଟ୍ରେଲିଆରେ ଖେଳିବା ସମୟରେ ବି ମୁଁ ତାଙ୍କୁ ଫୋନ କରିଥିଲି ଏବଂ କହିଲି କି ସାର ମୁଁ ଡେବ୍ୟୁ କରୁଛି। ସେ ମୋତେ କହିଲେ କି ତୁମେ ଇଣ୍ଡିଆ ଏ ଆଉ ରଣଜୀ ଟ୍ରଫିରେ ଅସାଧାରଣ ପ୍ରଦର୍ଶନ କରିଛ ତେଣୁ ତୁମେ ଖେଳିବା ପାଇଁ ପ୍ରସ୍ତୁତ ଅଛ। ଏହି ପ୍ରକାର ଆତ୍ମବିଶ୍ୱାସ ସେ ମୋତେ ଦେଲେ।”

Google

ରାହୁଲ ଦ୍ରାଭିଡ ଏକ ନୂଆ ଯମାନାର ଭାରତୀୟ ଟିମ ପ୍ରସ୍ତୁତ କଲେ ଯାହା ଭିତରେ ନବଦୀପ ସୈନି, ମୟଙ୍କ ଅଗ୍ରୱାଲ, ଶୁଭମାନ ଗିଲ, ମହମ୍ମଦ ସିରାଜଙ୍କ ଭଳି ଖେଳାଳି ଭାରତୀୟ ଟିମର ଭାଗ ହେଇ ସାରିଛନ୍ତି। ଅଷ୍ଟ୍ରେଲିଆ ସିରିଜ ଜିତି ସାରିବା ପରେ ସୋସିଆଲ ମିଡିଆରେ ବି ଲୋକମାନେ ରାହୁଲ ଦ୍ରାଭିଡଙ୍କର ପ୍ରଶଂସା କଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *