ରାଜଧାନୀ ହଇଚଇ! ୯ଟି ମେଡ଼ିକାଲ ବୁଲି ଶେଷରେ ଇହ ଧାମ ତ୍ୟାଗ ଗଲେ ଏହି ନବବଧୁ। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

୧୮ ଦିନ ହେବ ଆସିଥିଲେ ବାହା ହୋଇ ଶାଶୁଘରକୁ ମାତ୍ର ହଠାତ ତାଙ୍କ ଅକ୍ସିଜେନ ଲେଭଲ କମିବାରେ ଲାଗିଥିଲା ବୋଲି ଜଣା ପଡିଲା। କରୋନା ଭାବି ତାଙ୍କୁ ମେଡ଼ିକାଲ ନିଆଗଲା ମାତ୍ର ରାଜଧାନୀରେ ଏତେ ବଡ଼ ମେଡ଼ିକାଲ ଥାଇ ମଧ୍ୟ ମିଳିଲାନି ଆଇସିୟୁ ବେଡ଼। ଅକ୍ସିଜେନ ଲାଗି ସେ ଆମ୍ବୁଲାନ୍ସ ସାହାଯ୍ୟରେ ଦୀର୍ଘ ସମୟ ଧରି ସେ ୯ଟି ମେଡ଼ିକାଲ ବୁଲିଥିଲେ। ହେଲେ ପରିଶେଷରେ ତାଙ୍କର ଜୀବନ ଚାଲିଗଲା। ତାଙ୍କ ପରିଚୟ କଥା କହିଲେ ସେ ହେଉଛନ୍ତି କୁରୁଞ୍ଜୁପୁଞ୍ଜି ପଂଚାୟତର ଇନ୍ଦୋଳକୁସିଆର ଗ୍ରାମର ବିଷ୍ଣୁ ଚରଣ ଭୋଳଙ୍କ ସ୍ତ୍ରୀ। ତାଙ୍କର ନାମ ସ୍ୱର୍ଣ୍ଣଲତା ପାଳ ବୟସ ୨୫ ଥିଲା।

Google

ତଥ୍ୟ ମୁତାବକ ସେ ପୂର୍ବ ମାସ ୨୮ ତାରିଖରେ ବିଷ୍ଣୁ ଚରଣଙ୍କୁ ବାହା ହୋଇଥିଲେ। ତାଙ୍କୁ ଜର ଥିଲା ଏବଂ ସେ ଘରେ ମେଡ଼ିସିନ ଖାଉଥିଲେ। ଶନିବାର ସକାଳେ ତାଙ୍କୁ ଶ୍ବାସଜନିତ ତ୍ରୁଟି ଦେଖାଯିବାରୁ ତାଙ୍କୁ ପ୍ରଥମେ ବାଲିପାଟଣା ଗୋ-ଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବାର ନଜର ଆସିଥିଲେ। ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ଫାମିଲି ଲୋକ ବହୁତ ବୁଲିଥିଲେ ,ମାତ୍ର ତାଙ୍କର କୋଭିଡ ରିପୋର୍ଟ ନଥିବା କାରଣରୁ କେଉଁଠି ଆଇସିୟୁ ବେଡ଼ ମିଳି ନଥିଲା।

Google

ଶେଷରେ କ୍ୟାପିଟାଲ ହସ୍ପିଟାଲ ତାଙ୍କୁ ପୁଣି ଅଣାଯାଇଥିଲା ଏବଂ ସେଠି କୋଭିଡ ପଜିଟିଭ ଆସିଥିଲା। ହେଲେ ସେ ମେଡିକାଲରେ ଆଡ଼ମିଟ ହେବା ପୂର୍ବରୁ ଆମ୍ବୁଲାନ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଦେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *