ଏଡ଼ିଲେଡ଼ ଟେଷ୍ଟରେ ଟିମ ଇଣ୍ଡିଆକୁ ଯେଉଁ ଖେଳାଳି ଉପରେ ଅଧିକ ଆଶା ଥିଲା ସେ ତାର ଜଳୱା ଦେଖେଇଦେଲେ ।ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମ ଦିନ ଭଲ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କଲେ। ସେ ୧୨୩ ବଲରେ ନିଜର ଅର୍ଦ୍ଧଶତକ ହାସିଲ କଲେ। ସେ ଟେଷ୍ଟ କ୍ରିକେଟରେ ନିଜର ୨୩ ତମ ଅର୍ଦ୍ଧଶତକ ପୁରଣ କରିଥିଲେ। କହିରଖୁଛୁ କି ଏହି ଅର୍ଦ୍ଧଶତକ ପୂର୍ବରୁ ବିରାଟ ଆହତ ମଧ୍ୟ ହୋଇଥିଲେ ହେଲେ ପିଚ ଛାଡି ନ ଥିଲେ।

ଷ୍ଟାର୍କଙ୍କ ବଲରେ ହେଲେ ଆହତ ବିରାଟ କୋହଲି:
ବାମ ହାତି ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଲମ୍ବା ଏବଂ ଚମତ୍କାର ବୋଲର ଅଟନ୍ତି। ସେ ବଲକୁ ସ୍ୱିଙ୍ଗ କରିବାକୁ ଚେଷ୍ଟା କରନ୍ତି ହେଲେ ବିରାଟ କୋହଲିଙ୍କ ବିରୁଦ୍ଧରେ ସେ ସର୍ଟ ବଲ ବ୍ୟବହାର କରିଥିଲେ। ଷ୍ଟାର୍କଙ୍କ ଏକ ସର୍ଟ ବଲ ବିରାଟଙ୍କ ଆଙ୍ଗୁଟିରେ ଲାଗିଲା ଓ ସେଥିରୁ ରକ୍ତ ବାହାରିଲା। ଟିମ ଇଣ୍ଡିଆର ଫିଜିଓ ତୁରନ୍ତ ମୈଦାନରେ ପହଞ୍ଚି ବିରାଟ କୋହଲିଙ୍କୁ ମଲମ ଲଗେଇଲେ। ସେ ଦର୍ଜ ସହୁଥିଲେ ହେଲେ ବ୍ୟାଟିଂ ଜାରି ରଖିଥିଲେ। ଟିମ ଇଣ୍ଡିଆର ପ୍ରଥମ ଦୁଇ ୱିକେଟ ଜଲ୍ଦି ଚାଲିଯାଇଥିଲା ଓ ଅଧିନାୟକ ନିଜର ଭୂମିକା ଲିଭେଇଥିଲେ।
Virat Kohli gets hit on the glove by a lifter from Starc, and is now receiving treatment #AUSvIND pic.twitter.com/zBCZBWtE23
— 7Cricket (@7Cricket) December 17, 2020
କୋହଲି ପୂଜାରାଙ୍କ ସହ ମିଶି ୧୯୧ ବଲରେ ୬୮ରନ ଯୋଡିଥିଲେ ଓ ଏହାପରେ ସେ ରାହାଣେଙ୍କ ସହ ମଧ୍ୟ ଅର୍ଦ୍ଧଶତକ ପାର୍ଟନରସିପ କରିଥିଲେ। କୋହଲିଙ୍କ ଏହି ପାରି ଅଲଗା ପାରି ଠାରୁ ଭିନ୍ନ ଥିଲା। ଏଡିଲେଡ଼ରେ ତାଙ୍କ ଷ୍ଟ୍ରାଇକରେଟ ବହୁତ କମ ରହିଲା ଓ ସେ ସର୍ଟ ବଲ ବିରୁଦ୍ଧରେ ଏତେ ପ୍ରହାର କରି ନଥିଲେ। ସେ ପିଚର ସମ୍ମାନ କଲେ ଓ ଏଥିରୁ ତାଙ୍କୁ ସାହାଯ୍ୟ ମଧ୍ୟ ମିଳିଲା। କହିରଖୁଛୁ କି ଏଡିଲେଡ଼ରେ ବିରାଟଙ୍କ ରେକର୍ଡ଼ ଭଲ ଅଟେ। ଅଷ୍ଟ୍ରେଲିଆ ପିଚରେ ସେ ୬ ଥର ଶତକ ଲଗେଇ ସାରିଛନ୍ତି ଓ ଚାହିଁବେ କି ଏଡିଲେଡ଼ରେ ଶତକ ଲଗେଇବା ପାଇଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।