ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ଦଳକୁ ନେଇ ଦେଲେ ବଡ଼ ବୟାନ। ଚାରିଆଡେ ହେଉଛି ଭାଇରଲ।

ବ୍ରିସବେନରେ ଭାରତର ଐତିହାସିକ ବିଜୟରେ ପିଏମ ମୋଦି ଭାରତକୁ ଅଭିନନ୍ଦନ ଜଣାଇଛନ୍ତି। ସେ ଅଭିନନ୍ଦନ ଦେଇ କହିଥିଲେ କି ଖେଳାଳି ଜବରଦସ୍ତ ଜୋଶ ନେଇ ଖେଳିଥିଲେ। କହିରଖିଛୁ କି ଭାରତ ଅଷ୍ଟ୍ରେଲିଆକୁ ୨-୧ରେ ହରେଇ ଇତିହାସ ରଚିଛି। ଭାରତ ଶେଷ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ୱିକେଟରେ ହରେଇଦେଲା। ଏହାର ହିରୋ ରହିଥିଲେ ଋଷଭପନ୍ତ ଯିଏ ୮୯ ରନ ନଟ ଆଉଟ ରହି କରିଥିଲେ।

Google

ପିଏମ ମୋଦି ଭାରତୀୟ ଟିମକୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇ ଲେଖିଲେ,”ଆମେ ସବୁ ଅଷ୍ଟ୍ରେଲିଆରେ ଭାରତର ବିଜୟରେ ବହୁତ ଖୁସି ଅଛୁ। ପୁରା ମ୍ୟାଚରେ ଟିମର ଜୋଶ ଜବରଦସ୍ତ ରହିଥିଲା। ତାଙ୍କର ଦୃଢ଼ ସକଳ୍ପ,ଧର୍ଯ୍ୟ ଓ ଦୃଢ଼ତା ମାନିବାକୁ ପଡିବ। ଟିମକୁ ଅଭିନନ୍ଦନ ଆପଣଙ୍କ ଭବିଷ୍ୟତ ଶୁଭମୟ ହେଉ।”

ଐତିହାସିକ ବିଜୟ: କହିରଖିଛୁ କି ଟିମ ଇଣ୍ଡିଆର ଏହା ତୃତୀୟ ଐତିହାସିକ ବିଜୟ ଅଟେ। ଏହା ପୂର୍ବରୁ ୧୯୭୬ ରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜ ବିପକ୍ଷରେ ୪୦୩ ରନର ଲକ୍ଷ ଜିତିନେଇଥିଲା। ଏହାପରେ ୨୦୦୮ ରେ ଚେନ୍ନାଇରେ ଇଂଲଣ୍ଡ ବିରୁଦ୍ଧରେ ୩୮୭ ରନର ଲକ୍ଷ୍ୟ ହାସିଲ କରିନେଇଥିଲେ। ଏବେ ବ୍ରିସବେନ ମୈଦାନରେ ଅଷ୍ଟ୍ରେଲିଆ ବିପକ୍ଷରେ ୩୨୮ ରନ କରି ମ୍ୟାଚ ଜିତି ଇତିହାସ ରଚିଛି।ବ୍ରିସବେନ ମୈଦାନରେ କୌଣସି ଟିମ ଏତେ ସ୍କୋର ଚେସ କରି ନଥିଲା। ଏହା ପୂର୍ବରୁ ଏଠାରେ ୱେଷ୍ଟ ଇଣ୍ଡିଜ ଅଷ୍ଟ୍ରେଲିଆ ବିରୁଦ୍ଧରେ ୨୩୬ ରନର ଲକ୍ଷ୍ୟ ଚେସ କରିଥିଲା।

ଏହି ବିଜୟ ବହୁତ କମାଲ: ଘରୋଇ ଅଷ୍ଟ୍ରେଲିଆ ପ୍ରଥମ ପାରିରେ ୩୬୯ କରିଥିବା ବେଳେ ଭାରତ ୩୩୬ ରନରେ ଅଲଆଉଟ ହୋଇଥିଲା। ଏହାପରେ ଦ୍ବିତୀୟ ପାରିରେ ଭାରତୀୟ ଭଲ ବୋଲିଂ ପାଇଁ ଅଷ୍ଟ୍ରେଲିଆ ଟିମ ୨୯୪ ରନରେ ଅଲଆଉଟ ହୋଇଯାଇଥିଲା। ଭାରତକୁ ବିଜୟ ପାଇଁ ୩୨୮ ରନର ଲକ୍ଷ୍ୟ ଦିଆଯାଇଥିଲା ଯାହାକୁ ସେ ହାସିଲ କରିନେଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *