ସନରାଇଜର୍ସ ହାଇଦ୍ରାବାଦରେ ଡେଭିଡ ୱାନରଙ୍କ ଅପମାନ ପାଇଁ ରାଗିଗଲେ ଫ୍ୟାନ୍ସ। ଟ୍ୱିଟ କରି କହିଲେ ଏହି ବଡ଼ କଥା।

ଡେଭିଡ ୱାନରଙ୍କ ପାଇଁ ଆଇପିଏଲର ୧୪ ତମ ସଂସ୍କରଣ ବହୁତ କଷ୍ଟଭରା ରହିଛି। ତାଙ୍କ କ୍ୟାପଟେନସିରେ ହାଇଦ୍ରାବାଦକୁ ୬ ଟି ମ୍ୟାଚରୁ ୫ ଟିରେ ହାରର ସାମ୍ନା କରିବାକୁ ପଡିଲା। ଟିମର ଖରାପ ପ୍ରଦର୍ଶନ ପରେ ତାଙ୍କ ଠୁ କ୍ୟାପଟେନ ପଦ ପ୍ରଥମେ ଛଡା ଗଲା ଏହା ପରେ ରାଜସ୍ଥାନ ବିରୁଦ୍ଧ ମ୍ୟାଚରେ ତାଙ୍କୁ ଚୂଡାନ୍ତ ଇଲେଭେନରେ ମଧ୍ୟ ସାମିଲ କରାଗଲା ନାହିଁ।

Google

ଏହି ମ୍ୟାଚରେ ୱାନର ଖେଳାଳିଙ୍କ ପାଇଁ ପାଣି ବୋତଲ ନେଉଥିବା ଦେଖାଯାଇଛନ୍ତି। ୱାନରଙ୍କୁ ପାଣି ଦେଇ ପଠାଇବା ଟିମର ପ୍ଲାନ ହୋଇପାରେ । ୱାନର ସିନିୟର ଖେଳାଳି ଅଟନ୍ତି ସେ କେନ ୱିଲିୟମସନଙ୍କୁ ସେ କିଛି ଅନୁଭବ ଦେଉଥିବେ। ଅପର ପକ୍ଷରେ ୱାନରଙ୍କ ସହ ହେଉଥିବା ଏହି ସବୁ ପାଇଁ ଫ୍ୟାନସମାନେ ନାରାଜ ଅଛନ୍ତି। ସେମାନେ ଏହି ଦିନକୁ ଆଇପିଏଲର “ବ୍ଲାକ ଡେ” କହିଛନ୍ତି।

ନିରବ ଓ ନିରାଶ ଅଛନ୍ତି ୱାନର:

(ଏସଆରଏଚ) ଆଇପିଏଲ ଟିମ ହାଇଦ୍ରାବାଦର କ୍ରିକେଟ ନିର୍ଦେଶକ ଟମ ମୁଡ଼ି କହିଛନ୍ତି ଚୂଡାନ୍ତ ଏକାଦଶରେ ସ୍ଥାନ ନମିଳିବା ଦ୍ଵାରା ନିରବ ଓ ନିରାଶ ଅଛନ୍ତି ୱାନର। କିନ୍ତୁ ସେ ଏହାର ସମର୍ଥନ କରି କହିଛନ୍ତି କାହାକୁ ତ ବାହାର କରିବାର ଥିଲା ଓ ସେ ଏହି ଥିଲେ। ୱାନରଙ୍କ ଆଇପିଏଲ କ୍ୟାରିୟରରେ ଏହା ଫାଷ୍ଟ ଟାଇମ ଅଟେ ଯେବେ ଖରାପ ଖେଳ କାରଣ ପାଇଁ ତାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇନାହିଁ।

ମୁଡ଼ି ରାଜସ୍ଥାନ ରୟାଲ୍ସ ବିରୁଦ୍ଧରେ ମ୍ୟାଚ ପୂର୍ବରୁ ଷ୍ଟାର ସ୍ପୋର୍ଟକୁ କହିଥିଲେ,”ଆମକୁ କଡା ଫଇସଲା ନେବାକୁ ପଡିଲା। ଆମକୁ କାହାକୁ ବାହାର କରିବାର ଥିଲା ଓ ଦୃଭାଗ୍ୟରେ ସେ ୱାନର ଥିଲେ। ସେ ନିରବ ଓ ନିରାଶ ଅଛନ୍ତି ଓ କିଏ ମଧ୍ୟ ଥିଲେ ଏପରି ହୋଇଥାନ୍ତା”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *