IPL ୨୦୨୧ ସ୍ଥଗିତ ହେବା ପରେ ଘରକୁ ଫେରି କରୋନାରେ ସାହାଯ୍ୟ ପାଇଁ ଆଗକୁ ଆସିଲେ ବିରାଟ କୋହଲି । ଆରମ୍ଭ କଲେ ଏହି ମହତ ସେବା ।

ଆଇପିଏଲ ୨୦୨୧ କୁ ଅନିଧିଷ୍ଟକାଳ ପର୍ଯ୍ୟନ୍ତ ରୋକ କରିଦିଆଯାଇଛି। ଆଇପିଏଲକୁ ସ୍ଥଗିତ ହାଇଦ୍ରାବାଦର ୱିକେଟକିପର ବ୍ୟାଟ୍ସମ୍ୟାନ ରିଧିମାନ ସାହା ଓ ଦିଲ୍ଲୀର ସ୍ପିନର ଅମିତ ମିଶ୍ରା କରୋନା ପଜିଟିଭ ମିଳିବା ପରେ କରାଯାଇଛି। ଆଇପିଏଲ ସ୍ଥଗିତ ହେବା ପରେ ସବୁ ଖେଳାଳି ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ରୟାଲ ଚାଲେଞ୍ଜରସ ବାଙ୍ଗାଲୋରର କ୍ୟାପଟେନ ବିରାଟ କୋହଲି ମଧ୍ୟ ନିଜ ମୁମ୍ବାଇ ସ୍ଥିତ ଘରକୁ ପ୍ରତ୍ୟାବର୍ତ୍ତନ କରିଯାଇଛନ୍ତି। ମିଡ଼ିଆର କ୍ୟାମେରା ମୁମ୍ବାଇ ଏୟାରପୋର୍ଟରୁ ବିରାଟ କୋହଲି ବାହାରୁଥିବା ଫଟୋ ଉଠାଯାଇଛି।

Google

ବିରାଟ କୋହଲି ଯୁବ ସେନା ସଦସ୍ୟ ରାହୁଲ ଏନ କନାଲଙ୍କ ସହିତ କଥାବାର୍ତ୍ତା ହେଉଥିବାର ଦେଖା ଯାଇଛନ୍ତି। ସେ ନିଜର ଟ୍ୱିଟରରେ କିଛି ଫୋଟ କୋହଲିଙ୍କ ସହିତ କଥା ହେଉଥିବାର ସେୟାର କରିବାର ନଜର ଆସିଛନ୍ତି। କ୍ୟାପଟେନ କୋହଲି ଦେଶର ଏହି ବିପଦ ସମୟରେ ସାହାଯ୍ୟ କରିବା ବିଷୟରେ କଥା ହେଇଛନ୍ତି। ରାହୁଲ ଲେଖିଲେ ତାଙ୍କ ପ୍ରୟାସ ପାଇଁ କିଛି ଶବ୍ଦ ନାହିଁ। କେବଳ ସମ୍ମାନ ଏବଂ ପ୍ରାର୍ଥନା ଅଛି।

ଆଇପିଏଲ ରୋକ ହେବା ପରେ ସବୁ ଟିମ ଏହାକୁ ସ୍ୱାଗତ କରିଛନ୍ତି। ବିଦେଶୀ ଖେଳାଳି ସ୍ବଦେଶ ଫେରିବା ପାଇଁ ବିସିସିଆଇର କାର୍ଯ୍ୟାନୁଷ୍ଠାନର ଅପେକ୍ଷା କରିବାର ନଜର ଆସିଛନ୍ତି। ଲିଗର ଚେୟାରମ୍ୟାନ ଭୃଯେସେ ପଟେଲ ଆଇପିଏଲ ଦ୍ଵାରା ଜାରି ଏକ ବୟାନରେ କହିଛନ୍ତି,”ବିସିସିଆଇ ଓ ଆଇପିଏଲର ସଂଚାଳନ ପରିଷଦ ଦ୍ଵାରା ସମସ୍ତଙ୍କ ଅନୁମତି କ୍ରମେ ଏହି ଫଇସଲା ନିଆଯାଇଛି”। ସେ କହିଛନ୍ତି ଖେଳାଳି, ଷ୍ଟାଫ ଓ ଅନ୍ୟ ସଦସ୍ୟଙ୍କ ସୁରକ୍ଷାକୁ ନେଇ କୌଣସି ରିସ୍କ ନେବା ଉଚିତ ନୁହେଁ। ଏହି ଫଇସଲା ସମସ୍ତଙ୍କ ସୁରକ୍ଷାକୁ ଧ୍ୟାନରେ ରଖି କରାଯାଇଛି।

ଏବେ ଆଇପିଏଲର ବାକିଥିବା ମ୍ୟାଚ କେବେ ଓ କେଉଁଠି ଖେଳାଯିବ ଏହା ଉପରେ ଏବେ କୌଣସି ତଥ୍ୟ ଆସିନାହିଁ।ଏବେ ଖେଳାଳିମାନେ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିବାର ନଜର ଆସୁଛନ୍ତି । ଆରସିବିର ଅଧିନାୟକ ବିରାଟ କୋହଲି ମଧ୍ୟ ନିଜ ଘରକୁ ମୁମ୍ବାଇ ଫେରିଛନ୍ତି ବୋଲି ଜଣା ଯାଇଛି। ମୁମ୍ବାଇ ଫେରିବା ପରେ ଏବେ ବିରାଟ କୋହଲି ନିଜ ପତ୍ନୀ ଅନୁଷ୍କାଙ୍କ ସହିତ ମିଶି ଦେଶର ବିପଦ ସମୟରେ ସହଯୋଗ କରିବେ।

ଦେଖନ୍ତୁ ଭିଡ଼ିଓ କଣ କହିଛନ୍ତି ଅନୁଷ୍କା:

କହିରଖିବୁକି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ୧ ମଇକୁ ନିଜ ଜନ୍ମଦିନ ପାଳନ କରିନଥିଲେ। ସେ ସୋସିଆଲ ମିଡ଼ିଆରେ ଜନ୍ମ ଦିନର ଅଭିନନ୍ଦନ ଜଣାଇଥିବା ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ ଏକ ଭିଡ଼ିଓ ସେୟାର କରିବାର ନଜର ଆସିଛନ୍ତି। ସେହି ଭିଡ଼ିଓରେ ସେ କହିଛନ୍ତି କି ଏବେ ଯେବେ ଦେଶ କୋଭିଡ-୧୯ ବିପଦରେ ଗତିକରୁଛି ସେ ଏହି ସମୟରେ ନିଜ ଜନ୍ମଦିନ ପାଳନ କରିବା ଠିକ ଭାବିଲେ ନାହିଁ। ଏହା ସହ ସେ ଏହି ବିପଦ ସମୟରେ ପ୍ରଶଂସକ ମାନଙ୍କୁ ଏକଜୁଟ ହୋଇ ରହି ଲୋକଙ୍କୁ ସାହାଯ୍ୟ କରିବା ପାଇଁ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ସେ ଓ ବିରାଟ କୋହଲି ଏହା ଉପରେ କାମ କରୁଛନ୍ତି ଓ ଜଲ୍ଦି ସେ ଏହା ଉପରେ ସମସ୍ତଙ୍କୁ ଜଣାଇବେ।

ବିଦେଶୀ ଖେଳାଳି କିପରି ଘରକୁ ଯିବେ ଏହା ଉପରେ ପଚରାଯିବାକୁ ଭୃ ଯେସ ପିଟିଆଇକୁ କହିଛନ୍ତି,”ଆମେ ତାଙ୍କୁ ବିଦେଶ ପଠାଇବା ଜରୁରୀ ଓ ଆମେ ଏହା ପାଇଁ ବିକଳ୍ପ ଖୋଜିଦେବୁ”। ବିଦେଶୀ ଖେଳାଳି ବହୁତ ଚିନ୍ତିତ ଅଛନ୍ତି କାରଣ ଭାରତରେ କରୋନାର ଘାତକ ରୂପ ଚାଲିଛି ଓ ସବୁ ବିଦେଶ ଯାତ୍ରା ଉପରେ ରୋକ ଲଗାଯାଇଛି। ବିସିସିଆଇ ଏହା ପୂର୍ବରୁ ମଧ୍ୟ ବିଦେଶୀ ଖେଳାଳିଙ୍କୁ ଆଶ୍ୱାସନା ଦେଇଥିବାର ନଜର ଆସିଛନ୍ତି।

Google

ବିତିଯାଇଥିବା କିଛି ଦିନରେ ଅଷ୍ଟ୍ରେଲିଆର ତିନିଜଣ ଖେଳାଳି ହଟିବା ପରେ ଆଇପିଏଲରେ ଏହି ଦେଶର ୧୪, ନ୍ୟୁଜଲ୍ୟାଣ୍ଡର ୧୦, ଇଂଲଣ୍ଡର ୧୧, ଦକ୍ଷିଣ ଆଫ୍ରିକାର ୧୧, ୱେଷ୍ଟଇଣ୍ଡିଜର ୯, ଆଫଗାନିସ୍ତାନର ୩ ,ଓ ବଙ୍ଗଳାଦେଶର ୨ ଜଣ ଖେଳାଳି ବି ଆଇପିଏଲ ପାଇଁ ଭାରତରେ ରହିଛନ୍ତି ବୋଲି ଜଣା ଯାଇଛି। ନ୍ୟୁଜଲ୍ୟାଣ୍ଡ ବିସିସିଆଇର କ୍ଷମତା ଉପରେ ଭରସା ଦେଖାଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *