ଦିଲ୍ଲୀ କ୍ୟାପିଟାଲସ ଠାରୁ ମ୍ୟାଚ ହାରିବା ପରେ ମହେନ୍ଦ୍ର ସିଂହ ଧୋନୀଙ୍କୁ ଲାଗିଲା ବଡ଼ ଝଟକା, ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପାଇଁ ଆଇପିଏଲର ୧୪ତମ ସଂସ୍କରଣର ପ୍ରଥମ ମୁକାବିଲା କିଛି ଖାସ ରହିଲା ନାହିଁ। ପ୍ରଥମେ ସେ ଦିଲ୍ଲୀ କ୍ୟାପିଟାଲସଙ୍କ ବିରୁଦ୍ଧରେ ସେହି ମ୍ୟାଚ ହାରିଗଲେ ଏବଂ ଏହାପରେ ତାଙ୍କ ଉପରେ ଆଇପିଏଲ ଫାଇନ ବି ଲଗାଇଲେ। ପ୍ରକୃତରେ,ମୁକାବିଲା ସମୟରେ ଧୋନୀ ଓଭର ଗତି ଯୋଗୁ ୧୨ ଲକ୍ଷ ଟଙ୍କା ଫାଇନ ଲଗାଇ ଦିଆଯାଇଛି। ସିଏସକେକୁ ତିନିଥର ଚାମ୍ପିୟାନ କରିଥିବା ଧୋନୀ ମ୍ୟାଚରେ ଖାତା ବି ଖୋଲି ପାରିଲେ ନାହିଁ। ତାଙ୍କୁ ଦ୍ୱିତୀୟ ହିଁ ବଲରେ ଆଭେଶ ଖାନ ବୋଲଡ଼ କରିଦେଲେ।

Google

ଆଇପିଏଲ ନିଜ ବୟାନରେ କହିଲେ, “ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଉପରେ ଫାଇନ ଲଗାଇ ଦିଆଯାଇଛି କାହିଁକିନା ତାଙ୍କ ଦଳ ୧୦ ଏପ୍ରିଲକୁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲସ ବିରୁଦ୍ଧରେ ଆଇପିଏଲ ୨୦୨୧ ମୁକାବିଲାରେ ଧୀମା ଓଭର ଗତିରେ ବୋଲିଂ କରିଥିଲା। ଆଇପିଏଲ ଆଚାର ସଂହିତ ଅନୁସାରେ ନ୍ୟୁନତମ ଓଭର ଗତି ଅପରାଧରେ ସମ୍ବନ୍ଧିତ ଏହି ଦଳର ପ୍ରଥମ ଅପରାଧ ଅଟେ ଏଥିପାଇଁ ଧୋନୀଙ୍କ ଉପରେ ୧୨ ଲକ୍ଷ ଟଙ୍କା ଫାଇନ ଲଗାଇଛନ୍ତି।”

ନୂଆ ନିୟମ ମୁତାବିକ,ଆଇପିଏଲ ୨୦୨୧ରେ ଏବେ ସବୁ ଦଳକୁ ୯୦ ରୁ ୮୫ ମିନିଟ ଭିତରେ ୨୦ ଓଭର ପକେଇବାକୁ ହେବ। ଏଥିରେ ୨.୫-୨.୫ ମିନିଟର ଦୁଇଟି ଷ୍ଟ୍ରେଟଜିକ ଟାଇମ ଆଉଟ ବି ସାମିଲ ଅଛି। ଅଥବା ଏବେ ୨୦ ଓଭର ୮୫ ମିନିଟରେ ହିଁ ପକେଇବାକୁ ହେବ। ଆଇପିଏଲ ୨୦୨୦ ପର୍ଯ୍ୟନ୍ତ ଷ୍ଟ୍ରେଟଜିକ ଟାଇମ ଆଉଟକୁ ୯୦ରୁ ବାହାରେ ରଖା ଯାଇଥିଲା। ଏହାର ଅର୍ଥ ଅଟେ କି ସବୁ ଦଳକୁ ୧ ଘଣ୍ଟାରେ ପାଖାପାଖି ୧୪.୧୧ ଓଭର ପକେଇବାକୁ ହେବ। ମ୍ୟାଚର ଏକ ପାଳିରେ ୯୦ ମିନିଟ(ଖେଳିବା ପାଇଁ ୮୫ ମିନିଟ ଓ ପାଞ୍ଚ ମିନିଟ ଟାଇମ-ଆଉଟ)ରେ ଶେଷ ହୋଇଯିବା ଦରକାର।

Google

ଧୋନୀ ୬ ବର୍ଷ ପରେ ଆଇପିଏଲରେ ବିନା ରନ କରି ଆଉଟ ହୋଇଯାଇଛନ୍ତୁ। ଗତ ଥର ସେ ମୁମ୍ବାଇ ଇଣ୍ଡିଆନସ ବିରୁଦ୍ଧରେ ୨୦୧୫ରେ ପ୍ରଥମ ବଲରେ ହିଁ ଆଉଟ ହୋଇଯାଇଥିଲେ। ୨୦୧୦ରେ ଦିଲ୍ଲୀ ଡେୟାର ଡେଭିଲସ ବିରୁଦ୍ଧରେ ୨ଟି ବଲରେ ଆଉଟ ହୋଇଯାଇଥିଲେ। ସବୁଠୁ ପ୍ରଥମ ଥର ୨୦୧୦ରେ ରାଜସ୍ଥାନ ରୟାଲସ ବିରୁଦ୍ଧରେ ଆଉଟ ହୋଇଥିଲେ। ଚେନ୍ନାଇ ସୁପର କିଙ୍ଗସ ୭ ୱିକେଟ ହରାଇ ୧୮୮ ରନ କରିଥିଲେ। ଦିଲ୍ଲୀ ୧୮.୪ ଓଭରରେ ୭ ୱିକେଟରେ ୧୯୦ ରନ କରି ମ୍ୟାଚ ନିଜ ନାମରେ କରିନେଲ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ଶେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *