ଟିମ ଇଣ୍ଡିଆ ପ୍ରଥମ ଟେଷ୍ଟ ଇଂଲଣ୍ଡ ବିରୁଦ୍ଧରେ ହାରିଯାଇଛି କିନ୍ତୁ ଅଧିନାୟକ ବିରାଟ କୋହଲି ଏହି ମ୍ୟାଚରେ ମଧ୍ୟ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ସେପଟେ ଇଂଲଣ୍ଡର ଅଧିନାୟକ ଜୋ ରୁଟ ଓ ଦ୍ରୁତ ଵୋଲର ଜେମ୍ସ ଏଣ୍ଡରସନ ମଧ୍ୟ ଇତିହାସ ସୃଷ୍ଟି କରିଛନ୍ତି। ବିରାଟ କୋହଲି ଟେଷ୍ଟ କ୍ରିକେଟରେ ଏକ ଅଧିନାୟକ ରୂପରେ ଅଧିକ ରନ କରିଥିବା ଲିଷ୍ଟରେ ଚତ୍ରୁର୍ଥ ନମ୍ବରରେ ପହଁଚିଗଲେ। ଏଥରସେ ୱେଷ୍ଟଇଣ୍ଡିଜର ପୂର୍ବ ଅଧିନାୟକ କ୍ଳାଇବ ଲୋୟଡ଼ଙ୍କୁ ପଛରେ ଛାଡିଛନ୍ତି।

ବିରାଟ କୋହଲି ଏବେ ପର୍ଯ୍ୟନ୍ତ ୮୮ ଟେଷ୍ଟ ମ୍ୟାଚରେ ଅଂଶ ଗ୍ରହଣ କରିଛନ୍ତି। ଏଥିରୁ ସେ ୫୭ ଟେଷ୍ଟରେ ଟିମ ଇଣ୍ଡିଆର କ୍ୟାପଟେନସି କରିଛନ୍ତି। ବିରାଟ ଟେଷ୍ଟରେ ଅଧିନାୟକ ରୂପରେ ୬୦.୨୬ ରନ ଔସତରେ ୫୩୦୩ ରନ ବନେଇଛନ୍ତି। ଏଥିରେ ତାଙ୍କର ୨୦ ଶତକ ମଧ୍ୟ ସାମିଲ ଅଛି। ଏଥିରେ ତାଙ୍କର ସର୍ବାଧିକ ସ୍କୋର ୨୫୪ ରନ ରହିଥିଲା। କ୍ଳାଇବ ଲୋୟଡ଼ ନିଜ କ୍ୟାରିୟରରେ ୧୧୦ ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏଥିରୁ ସେ ୭୪ ଟେଷ୍ଟରେ ୱେଷ୍ଟଇଣ୍ଡିଜର ଅଧିନାୟକତ୍ୱ କରିଛନ୍ତି। ସେ ନିଜ କ୍ୟାରିୟରରେ ଅଧିନାୟକତ୍ୱରେ ୫୧.୩୦ ରନର ଔସତରେ ୫୨୩୩ ରନ କରିଥିଲେ। ଏଥିରେ ତାଙ୍କର ୧୪ ଶତକ ସାମିଲ ଅଛି।ଏହି ସମୟରେ ତାଙ୍କର ସର୍ବାଧକ ସ୍କୋର ୨୪୨ ରନ ଥିଲା।
ଏହି ମାମଲାରେ ଟପରେ ଦକ୍ଷିଣ ଆଫ୍ରିକାର ଗ୍ରେମ ସ୍ମିଥ ଅଛନ୍ତି। ସେ ଅଧିନାୟକତ୍ୱ ରୂପରେ ନିଜ କ୍ୟାରିଅରରେ ୮୬୫୯ ରନ କରିଛନ୍ତି। ଦ୍ୱିତୀୟ ନମ୍ବରରେ ଏଲନ ବାର୍ଡର ଅଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକତ୍ୱ ସମ୍ଭାଳି ସେ ୬୬୨୩ ରନ କରିଛନ୍ତି। ତାଙ୍କ ପରେ ତୃତୀୟ ନମ୍ବରରେ ଅଛନ୍ତି ରିଙ୍କି ପଏଣ୍ଟିଙ୍ଗ । ସେ ମଧ୍ୟ ଅଧିନାୟକତ୍ୱରେ ୬୫୪୨ ରନ କରିଛନ୍ତି।

ଭାରତ ବିରୁଦ୍ଧରେ ବିଜୟ ହାସଲ କରିବା କ୍ଷଣି ହିଁ ଜୋ ରୁଟ ମାଇକଲ ଵୋନଙ୍କ ସହିତ ସଂଯୁକ୍ତ ରୂପରେ ଇଂଲଣ୍ଡର ସବୁଠୁ ସଫଳ ଅଧିନାୟକ ହୋଇଗଲେ । ତାଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ଟେଷ୍ଟରେ ୨୬ ମ୍ୟାଚରେ ବିଜୟ ହୋଇଛି। ତାଙ୍କ ଅଧିନାୟକତ୍ୱରେ ଏହା ତାଙ୍କର ଏସିଆରେ ୬ମ ବିଜୟ ଅଟେ। ଏହି ମାମଲାରେ ସେ ଦକ୍ଷିଣ ଆଫ୍ରିକାର ଗ୍ରେମ ସ୍ମିଥ (୨୧ ରୁ ୮), ଓ ୱେଷ୍ଟଇଣ୍ଡିଜର କ୍ଳାଇବ ଲୋୟଡ଼(୧୭ ରୁ ୭) ଙ୍କ ସହିତ ତୃତୀୟ ସବୁଠୁ ସଫଳ ଅଧିନାୟକ ହୋଇଗଲେ।
ଜେମ୍ସ ଏଣ୍ଡରସନ ୩୦ ବର୍ଷ ବୟସ ପରେ ସବୁଠୁ ଅଧିକ ୱିକେଟ ନେଇଥିବା ବୋଲର ହୋଇଗଲେ। ସେ ୱେଷ୍ଟଇଣ୍ଡିଜର କର୍ଟନି ବୋଲ୍ସଙ୍କ ରେକର୍ଡ ଭାଙ୍ଗିଦେଇଛନ୍ତି।ଏଣ୍ଡରସନ ଏବେ ପର୍ଯ୍ୟନ୍ତ ୧୫୮ ଟେଷ୍ଟ ମ୍ୟାଚ ଖେଳିବାର ନଜର ଆସିଛନ୍ତି। ଏଥିରେ ତାଙ୍କ ନାମରେ ୬୧୧ ୱିକେଟ ରହିଛି। ସେ ୩୦ ବର୍ଷ ହେବା ପରେ ୮୭ ଟେଷ୍ଟ ମ୍ୟାଚରେ ଅଂଶ ଗ୍ରହଣ କରିଛନ୍ତି । ଏଥିରେ ସେ ୩୪୩ ୱିକେଟ ନିଜ ନାମରେ କରିଛନ୍ତି। କର୍ଟନି ବୋଲ୍ସ ୩୦ ବର୍ଷ ବୟସ ପରେ ଶେଷ ଟେଷ୍ଟ ପର୍ଯ୍ୟନ୍ତ ୩୪୧ ୱିକେଟ ଅକ୍ତିଆର କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।