IND VS ENG:ସିରିଜ ଜିତିବା ପରେ ଭଡକୀ ଗଲେ କୋହଲି। ଶାର୍ଦୁଲ ତଥା ଭୁବନେଶ୍ୱରଙ୍କୁ ନେଇ ଦେଇଦେଲେ ବଡ଼ ବୟାନ। ସମସ୍ତେ ଆଶ୍ଚର୍ଯ୍ୟ।

ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ସିରିଜ ୨-୧ ରେ ଜିତି ଯାଇଛି। ସେମାନେ ରବିବାର ଦିନ ମହାରାଷ୍ଟ୍ରର ପୁନେ ଠାରେ ଖେଳା ଯାଇଥିବା ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚକୁ ୭ ରନରେ ଜିତି ଯାଇଛନ୍ତି ଆଉ ସିରିଜ ବି ୨-୧ରେ ସିରିଜ ନିଜ ନାମରେ କରି ଦେଇଛନ୍ତି। ମାତ୍ର ମ୍ୟାଚ ତଥା ସିରିଜ ଜିତିବା ପରେ ବି ଅଧିନାୟକ ବିରାଟ କୋହଲି ନିଜର ଆପତ୍ତି ଦର୍ଜ କରିଛନ୍ତି। ସେ ଶାର୍ଦୁଲ ଠାକୁରଙ୍କୁ ମ୍ୟାନ ଅଫ ଦ ମ୍ୟାଚ ତଥା ଭୁବନେଶ୍ୱର କୁମାରଙ୍କୁ ମ୍ୟାନ ଅଫ ଦ ସିରିଜ ନ ମିଳିବା ଉପରେ ଆପତ୍ତି ଦର୍ଜ କରିଛନ୍ତି।

Google

ତୃତୀୟ ଦିନିକିଆରେ ଶାର୍ଦୁଲ ୪ଟି ଆଉ ଭୁବି ୩ଟି ୱିକେଟ ଅକ୍ତିଆର କରିଥିଲେ। ଭୁବନେଶ୍ୱର ସେହି ସିରିଜରେ ୬ଟି ୱିକେଟ ନେଲେ ଆଉ ଇକୋନୋମି ମାମଲାରେ ସେ ସବୁଠୁ ଜବରଦସ୍ତ ଥିଲେ। ସେ ମାତ୍ର ୪.୬୬ ରନ ପ୍ରତି ଓଭର ହିସାବରେ ରନ ଦେଇ ଥିଲେ ଆଉ ଆବଶ୍ୟକ ଥିବା ସ୍ଥାନରେ ୱିକେଟ ନେଇ ଟିମକୁ ମ୍ୟାଚ ଭିତରକୁ ଫେରେଇ ଆଣିଲେ। କୋହଲି ମ୍ୟାଚ ସରିବା ପରେ ପ୍ରେସ କଂଫେରେନ୍ସରେ କହିଲେ,” ମୁଁ ବହୁତ ଚକିତ ହେଇ ଯାଉଛି କି ଶାର୍ଦୁଲଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଆଉ ଭୁବନେଶ୍ୱରଙ୍କୁ ମ୍ୟାନ ଅଫ ଦ ସିରିଜର ଆୱାର୍ଡ ମିଳିଲା ନାହିଁ। ବୋଲର ମାନଙ୍କୁ ହିଁ ପ୍ରକୃତ ବିଜୟର ଚାବି ଯାଉଛି କାରଣ ସେମାନେ ବିପରୀତ ପରିସ୍ଥିତିରେ ଅତି ଉତ୍ତମ ବୋଲିଂ କରି ଆମକୁ ମ୍ୟାଚ ଜିତେଇଲେ।”

କୋହଲି କହିଲେ, ” ଯେତେବେଳେ ଶୀର୍ଷ ଦୁଇଟି ଟିମ ନିଜ ନିଜ ଭିତରେ ଲଢେଇ କରିବେ ତ ମ୍ୟାଚ ରୋମାଂଚକ ହେବାର ସମ୍ଭାବନା ବହୁତ ଥାଏ। ସାମ କରାନ ବହୁତ ଭଲ ପାରି ଖେଳିଲେ ଆଉ ଆମ ବୋଲର ମାନେ ୱିକେଟ ନେଲେ ତଥା ନଟରାଜନ ଆଉ ପାଣ୍ଡ୍ୟା ବହୁତ ଭଲ ବୋଲିଂ କରିବାର ନଜର ଆସିଥିଲେ। ଆମେ କ୍ୟାଚ ଛାଡିଲୁ ଯାହା କି ନିରାଶଜନକ ଥିଲା ମାତ୍ର ଆମେ ଶେଷରେ ବିଜୟ ହାସିଲ କରିବାରେ ସକ୍ଷମ ହେଲୁ।” ଭାରତ ୪୮.୨ ଓଭରରେ ୩୨୯ ରନ କରି ଅଲ ଆଉଟ ହେଇ ଯାଇଥିଲା ଆଉ ଜବାବରେ ଇଂଲଣ୍ଡ ଟିମ ୫୦ ଓଭରରେ ୯ ୱିକେଟ ହରେଇ ମାତ୍ର ୩୨୨ ରନ ହିଁ କରି ପାରିଲା। ଏହା ପରେ ଭାରତ ସିରିଜକୁ ନିଜ ନାମରେ କରିଦେଲା।

Google

ଦ୍ୱିତୀୟ ପଟେ ଇଂଲଣ୍ଡର ଅଧିନାୟକ ଜୋସ ବଟଲର କହିଲେ, ” ଏହି ମ୍ୟାଚ ତଥା ସିରିଜର ଅଭିଜ୍ଞତା ଆମକୁ ବିଶ୍ୱ କପରେ କାମରେ ଆସିବ। ଭାରତ ୨୦୨୧ ଟି ଟ୍ୱେଣ୍ଟି ବିଶ୍ୱ କପ ତଥା ୨୦୨୩ର ବିଶ୍ୱକପ ବି ହୋଷ୍ଟ କରିବ।” ଆଉ ଏକ ପଟେ ସେ କହିଲେ, ” ଏହା ଏକ ଆଶ୍ଚର୍ଯ୍ୟଜନକ ମ୍ୟାଚ ଥିଲା। ଦୁଇଟି ଯାକ ଟିମ କିଛି ଭୁଲ କଲେ ମାତ୍ର ଆର ପଟେ କିଛି ଅତ୍ୟନ୍ତ ଉନ୍ନତ ମାନର କ୍ରିକେଟ ବି ଖେଳିଲେ। ଆମେ କରନଙ୍କର ଉନ୍ନତ ପାରି ବି ଦେଖିଲୁ ଯାହା କି ଆମକୁ ମ୍ୟାଚର ଏତେ ପାଖକୁ ଆଣିଲା ମାତ୍ର ଇଣ୍ଡିଆକୁ ଏହି ବିଜୟ ନିମନ୍ତେ ଶୁଭକାମନା।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *