ମେ ୩୧ ପରେ ପୁଣି ୧୪ ଦିନ ପାଇଁ ବଢିପାରେ ଲକଡାଉନ୍ । ଲକଡାଉନ୍ ୫.୦ !
ସରକାରଙ୍କ ଏକ ସୂତ୍ର ପରବର୍ତ୍ତୀ ପର୍ଯ୍ୟାୟ ମେ ୩୧ ପରେ ଲକଡାଉନ୍ କୁ “କେବଳ ଆତ୍ମାରେ ଲକଡାଉନ୍ ପ୍ରସାର” ବୋଲି ବର୍ଣ୍ଣନା କରିଛନ୍ତି ଓ କହିଛନ୍ତି ଯେ ଦେଶର ୧୧ଟି ସହର ଉପରେ ଅଧିକ ଗୁରୁତ୍ୱ ଦିଆଯିବ ଯେଉଁଠୁ ଦେଶରେ କୋଭିଡ-୧୯ର ପ୍ରାୟ ୭୦% ମାମଲା ସାମନାକୁ ଆସିଛି । ଏଥିରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, ଅହମଦାବାଦ ଓ କୋଲକାତା ସହ ପୁଣେ, ଥାନେ, ଜୟପୁର, ସୁରଟ ଓ ଇନ୍ଦୋର ଅନ୍ତର୍ଭୁକ୍ତ ଅଛନ୍ତି ।
କରୋନା ଭାଇରସ୍ ବ୍ୟାପିବା ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଆସନ୍ତା ମେ ୩୧ ତାରିଖ ପରେ ଆଉ ଦୁଇ ସପ୍ତାହ ପର୍ଯ୍ୟନ୍ତ ଲକଡାଉନକୁ ବଢେଇବାର ସମ୍ଭାବନା ଅଛି, କିନ୍ତୁ ପୂର୍ବ ଅପେକ୍ଷା ଆହୁରି ଅନେକ କଟକଣା ଉଠିବ ।
ଲକଡାଉନର ଚତୁର୍ଥ ପର୍ଯ୍ୟାୟରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ କଣ୍ଟେନମେଣ୍ଟ ଜୋନ୍ ଉପରେ ଅଧିକାଂଶ ପ୍ରତିବନ୍ଧକ ଲଗାଇଥିଲା ଓ ତାହା ଉପରେ ଅଧିକ ଗୁରୁତ୍ୱ । ଅର୍ଥନୀତିକୁ ସମ୍ପୂର୍ଣ୍ଣ ଖୋଲିବା ପାଇଁ ଏବେ ସମସ୍ତ ବଜାର, ଅଫିସ୍, ଶିଳ୍ପ ଓ ବ୍ୟବସାୟକୁ ଅନୁମତି ମିଳିଛି । ଗତ ସପ୍ତାହରେ ସରକାର ସୀମିତ କ୍ଷମତାରେ ଘରୋଇ ବିମାନ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି ।

ଇତି ମଧ୍ୟରେ ଭାରତରେ କରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ଦେଢ଼ ଲକ୍ଷ ଅତିକ୍ରମ କରିସାରିଛି ଓ ଗତ ୧୪ ଦିନ ମଧ୍ୟରେ ଏହି ସଂଖ୍ୟା ଦ୍ୱିଗୁଣିତ ହୋଇ ଆଜି ସୁଦ୍ଧା ୧,୫୩ ,୨୩୦ ରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଦେଇଛନ୍ତି । ଗତ ୧୬ ଦିନରେ ଭାରତରେ ମୃତ୍ୟୁ ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇ ୪,୩୬୫ ରେ ପହଞ୍ଚିସାରିଛି ।
କରୋନା ସଂକ୍ରମଣ ମାମଲାଗୁଡ଼ିକର କ୍ରମାଗତ ବୃଦ୍ଧି ଭାରତର ଚାପଗ୍ରସ୍ତ ଚିକିତ୍ସା କ୍ଷମତା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଏକ ଘୋର ଆହ୍ୱାନ ସୃଷ୍ଟି କରିଛି । ଏହା ଗତ ଦୁଇ ମାସରୁ ଅଧିକ ସମୟ ଧରି ଜାରି ଥିବା ଲକଡାଉନର ପ୍ରଭାବ ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଯଦିଓ ଲକଡାଉନ ଫଳରେ କରୋନା ସଂକ୍ରମଣର ବୃଦ୍ଧିରେ ମନ୍ଥରତା ଆସିଛି, ହେଲେ ଉପରକୁ ଉଠି କରି ଥିବା କରୋନା ଗ୍ରାଫ୍ ଏ ପର୍ଯ୍ୟନ୍ତ ସମତଳ ହୋଇନାହିଁ ।
ଲକଡାଉନ୍ ୫.୦ !
ଲକଡାଉନ୍ ୫ ରେ ଯେଉଁ କଟକଣାଗୁଡ଼ିକୁ କୋହଳ କରାଯିବ ବା ସମ୍ପୂର୍ଣ୍ଣ ଉଠେଇଦିଆଯିବ ତା’ ଭିତରେ ଅଛି ମନ୍ଦିର ଆଦି ପୂଜାପାଠ ସ୍ଥାନଗୁଡିକୁ ଓ ଜିମ୍ (ଜିମ୍ନାସିୟମ୍) ଆଦିକୁ ଖୋଲିବା । ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ଯଦି ସାମାଜିକ ଦୂରତା ବଜାୟ ରଖିହୁଏ ଓ ପୂଜକମାନେ ମାସ୍କ ପିନ୍ଧନ୍ତି ତେବେ ମନ୍ଦିର ଓ ଅନ୍ୟାନ୍ୟ ପୂଜାପାଠ ସ୍ଥାନ ଖୋଲିବାକୁ ଅନୁମତି ଦିଆଯାଇପାରେ । ହେଲେ କୌଣସି ଧାର୍ମିକ ମଣ୍ଡଳୀ ବା ସମାଗମକୁ କିମ୍ବା ପର୍ବକୁ ଅନୁମତି ଦିଆଯିବ ନାହିଁ ।
ଦେଶର କରୋନା ଖବର:
ଭାରତରେ ମୋଟ୍ କରୋନା ଅଙ୍କ୍ରାନ୍ତଙ୍କ ସଂଖ୍ୟା ୧,୫୩,୨୩୦ ରେ ପହହିଁଛି । ୮୪,୧୨୫ ଜଣ ଚିକିତ୍ସାଧୀନରେ ଅଛନ୍ତି ଏବଂ ୬୪,୭୨୯ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ୪.୩୬୫ ଜଣଙ୍କର ମୃତ୍ୟୁ ହୋଇଛି । ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।