ଅଷ୍ଟ୍ରେଲିଆ ଅଧିନାୟକ ଟିମ ପେନଙ୍କ ବ୍ୟାଟିଙ୍ଗ ଭାରତ ବିପକ୍ଷରର ଦେଖାଯାଇନାହିଁ। ୱିକେଟକିପିଙ୍ଗ କରିବା ସମୟରେ ମଧ୍ୟ ସେ ଅନେକ କ୍ୟାଚ ଛାଡ଼ିଛନ୍ତି। ଏହା ସହିତ ସ୍ଲେଜିଙ୍ଗ କରୁଥିବା ମଧ୍ୟ ଦେଖାଯାଇଛି।

ଭାରତ ବିପକ୍ଷରର ସିରିଜ ପରେ ଟିମ ପେନଙ୍କୁ ଅଷ୍ଟ୍ରେଲିଆ ଟେଷ୍ଟ ଟିମର ଅଧିନାୟକ ପଦରୁ ବାହାର କରିବା ପାଇଁ ଦାବି କରାଯାଉଛି। ସିରିଜରେ ତାଙ୍କ ପ୍ରଦର୍ଶନ ଓ ବ୍ୟବହାରକୁ ଦେଖି ପ୍ରଶଂସକ ମାନଙ୍କ କହିବାର ଅଟେ କି ତାଙ୍କୁ ଅଧିନାୟକ ପଦରୁ ବାହାର କରାଯାଉ। ପୂର୍ବ ଭାରତୀୟ ମହାନ ଖେଳାଳୀ ସୁନୀଲ ଗାଭସ୍କର ମଧ୍ୟ ଏହା କହିଛନ୍ତିକି ଟିମଙ୍କ ଅଧିନାୟକତ୍ୱର ଆଉ କିଛି ଦିନ ବାକି ଅଛି। ପେନ ସିଡନି ଟେଷ୍ଟରେ ଅଶ୍ୱିନୀ ଓ ହନୁମା ବିହାରୀଙ୍କ ଯୋଡି ଭାଙ୍ଗିବା ପାଇଁ ସ୍ଲେଜିଙ୍ଗ ମଧ୍ୟ କରିଛନ୍ତି।
ସେ ଭଲ ରନ କରିନାହାଁନ୍ତି ଓ ସାଥିରେ କ୍ୟାଚ ମଧ୍ୟ ଛାଡିଛନ୍ତି। ପେନଙ୍କୁ ଅଧିନାୟକତ୍ୱ ପଦରୁ ବାହାର କରିବା ପାଇଁ ଦାବି କରାଯାଉଛି। ଏହା ସହିତ ଏହା ମଧ୍ୟ ପ୍ରଶ୍ନ ଉଠାଯାଉଛିକି ପେନଙ୍କ ପରେ ଆଗାମୀ ଅଧିନାୟକ କିଏ ହେବ। ଏହି ଲିଷ୍ଟରେ ତିନୋଟି ନାମ ସାମିଲ ଅଛି।
ଷ୍ଟିଭ ସ୍ମିଥ:
ପୂର୍ଵ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥଙ୍କ ନାମ ଏହି ଲିଷ୍ଟରେ ସର୍ଵ ପ୍ରଥମେ ରହିଛି। ବର୍ଷ ୨୦୧୮ ରେ ସାଉଥଆଫ୍ରିକା ସହ ଖେଳିବା ସମୟରେ ବଲ ଟ୍ୟାପରିଙ୍ଗ କାରଣରୁ ତାଙ୍କ ଉପରେ ଏକ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଯାଇଥିଲା। ତା ସହିତ ଅଧିନାୟକତ୍ୱ ମଧ୍ୟ ଛଡାଇନିଆଯାଇଥିଲା। ପ୍ରତିବନ୍ଧକ ହଟିବା ପରେ ସେ ଟିମରେ ସାମିଲ ହେଲେ କିନ୍ତୁ ପୁରୁଣା ପ୍ରତିଷ୍ଠା ଆଉ ଆସିଲା ନାହିଁ। ଏଥିପାଇଁ ତାଙ୍କ ସମ୍ଭାବନା ଅଧିକ ଅଛି ଓ ତାଙ୍କ ପାଖରେ ଅନୁଭବ ମଧ୍ୟ ଅଧିକ ଅଛି କିନ୍ତୁ କିଛି ଦିନ ତଳେ କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ ଏହି ଇସାରା ମିଳୁଥିଲାକି ବର୍ତ୍ତମାନ ସ୍ମିଥଙ୍କୁ ଅଧିନାୟକତ୍ୱ ପଦ ଦେବା ମୁଡ଼ରେ ଅଷ୍ଟ୍ରେଲିଆ ନାହିଁ। ସିଏ କହିଥିଲେ କି ତାଙ୍କ ପାଖରେ ମେଗ, ଏରୋନ ଓ ଟିମ ଙ୍କ ଭଳି ତିନିଜଣ ଭଲ ଅଧିନାୟକ ଅଛନ୍ତି। ଏହା ସହ କିଛି ଭଲ ଯୁବ ଅଧିନାୟକ ମଧ୍ୟ ସାମ୍ନାକୁ ଆସୁଛନ୍ତି। ଏହା ପରେ ସ୍ମିଥ ପ୍ରଥମ ପସନ୍ଦ ଦେଖାଯାଉନାହାଁନ୍ତି।

ପେଟ କମିନ୍ସ:
ଯଦି ସିଏ ସ୍କିଥଙ୍କୁ ଅଧିନାୟକ ପଦ ଦେବେ ନାହିଁ ତ ଏହା ପରେ ସର୍ଵ ପ୍ରଥମ ସ୍ଥାନରେ ଅଛନ୍ତି ପେଟ କମିନ୍ସ। ତାଙ୍କ ପାଖରେ ଅଷ୍ଟ୍ରେଲିଆ ଟିମର ଉପଅଧିନାୟକ ହେବାର ଅନୁଭବ ଅଛି। ଏହା ସହ ସେ ଦୁନିଆର ନମ୍ବର ୱାନ ଟେଷ୍ଟ ବୋଲର ମଧ୍ୟ ଅଟନ୍ତି। ଏଥିପାଇଁ ତାଙ୍କ ଠୁ ଅଧିକ ସମ୍ଭାବନା ଖେଳାଳୀ ଆଉ କେହି ଦେଖାଯାଉନାହାଁନ୍ତି କିନ୍ତୁ କମିନ୍ସଙ୍କୁ ଅଧିକ ଦିନ ପର୍ଯ୍ୟନ୍ତ ଅଧିନାୟକ ପଦରେ ରଖାଯାଇପାରିବ ନାହିଁ।

ମାର୍ନସ ଲାବୁସେନ:
ଯଦି ଅଷ୍ଟ୍ରେଲିଆ ଟିମ ଭବିଷ୍ୟତ ପାଇଁ କୌଣସି ଖେଳାଳିଙ୍କୁ ଅଧିନାୟକ କରିବାକୁ ଚାହୁଁଛି ତେବେ ନୂଆ ପ୍ରତିଭା ମାର୍ନସ ଲାବୁନେସ ଏଥିପାଇଁ ପ୍ରଥମ ପସନ୍ଦ ଅଟନ୍ତି। ଲାବୁସେନଙ୍କୁ ଅଷ୍ଟ୍ରେଲିଆ ଟିମର ଭବିଷ୍ୟତ ମାନାଯାଉଛି। ତାଙ୍କ ପାଖରେ ଟିମର ଅଧିନାୟକ ହେବାର ଅନୁଭବ ନାହିଁ କିନ୍ତୁ ଟିମ ତାଙ୍କୁ ଉପଅଧିନାୟକ କରିପାରିବ ଯାହା ଦ୍ୱାରା ତାଙ୍କ ପାଖରେ ଅନୁଭବ ହୋଇପାରିବ ଓ ଭବିଷ୍ୟତରେ ତାଙ୍କୁ ଅଧିନାୟକ କରିହେବ। ଏବେ କମିନ୍ସଙ୍କୁ କିଛି ବର୍ଷ ପାଇଁ ଅଧିନାୟକ କରାଯାଇପାରେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।