IPL ୨୦୨୧ ସିଡ୍ୟୁଲ ପ୍ରକାଶ ପାଇବା ପରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ଶକ୍ତ ଝଟକା, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର।

ଦୁନିଆର ସବୁଠାରୁ ବଡ଼ କ୍ରିକେଟ ଲିଗ ଆଇପିଏଲର ୧୪ ତମ ସଂସ୍କରଣର ଆରମ୍ଭ ୯ ଏପ୍ରିଲରୁ ହେଉଛି। ରବିବାରକୁ ବିସିସିଆଇ ଏହି ସିଡ୍ୟୁଲ ପ୍ରକାଶ କଲା। ଏହି ଆଇପିଏଲରେ ମୁଖ୍ୟ କଥା ଏହା ଯେ ଏଥର ସବୁ ଟିମ ନିଜର ଘରୋଇ ଗ୍ରାଉଣ୍ଡରେ ମ୍ୟାଚ ଖେଳିବେ ନାହିଁ। ଆଇପିଏଲର ଏହି ନିୟମ ପାଇଁ ସିଏସକେକୁ ଶକ୍ତ ଝଟକା ଲାଗିଲା। ଆସନ୍ତୁ ଜାଣିବା କିପରି।

Google

ସିଏସକେ ତାର ମ୍ୟାଚ ମୁମ୍ବାଇ,ଦିଲ୍ଲୀ,ବାଙ୍ଗାଲୋର ଓ କୋଲକାତାରେ ଖେଳିବ। ମାନେ ଚେନ୍ନାଇ ୧୪ ମ୍ୟାଚରୁ ୧୦ ମ୍ୟାଚ ସେହି ଜାଗାରେ ଖେଳିବ ଯେଉଁଠି ସ୍ପିନ ବୋଲିଂ କାମ କରିବ ନାହିଁ। ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ଆକ୍ସନରେ ନିଜ ଟିମର ସ୍ପିନ ଆଟାକକୁ ଆହୁରି ମଜଭୁତ କରିଥିଲା । ହେଲେ ଦିଲ୍ଲୀରେ ହେବାକୁ ଥିବା ୪ ମ୍ୟାଚକୁ ଛାଡି ଅନ୍ୟ କେଉଁ ଜାଗାରେ ସ୍ପିନରଙ୍କୁ ସୁବିଧା ମିଳିବ ନାହିଁ।

ବଡ ଅସୁବିଧାରେ ଚେନ୍ନାଇ ଟିମ: ମୁମ୍ବାଇର ୱାଖେଡ ଷ୍ଟାଡିୟମ,ବାଙ୍ଗାଲୋରର ଚିନ୍ନାସ୍ଵାମୀ ଷ୍ଟାଡିୟମ ଓ କୋଲକାତାର ଇଡେନ ଗାର୍ଡେନ ସ୍ପିନ ବୋଲିଂ ପାଇଁ ସହାୟକ ନୁହେଁ। ଷ୍ଟାଡିୟମ ମଧ୍ୟ ଛୋଟ। ଧୋନି ବାହିନିଙ୍କ ପାଇଁ ଏହା ଅସୁବିଧା। ଚେନ୍ନାଇ ଏହି ଅକ୍ସନରେ ମୋଇନ ଅଲ୍ଲୀ,କୃଷ୍ଣପା ଗୌତମ ରୂପରେ ଦୁଇ ମୁଖ୍ୟ ସ୍ପିନର କିଣିଲା।ଏବେ ଅକ୍ସନ ପ୍ରକାଶ ପାଇବା ପରେ ଦେଖିବାକୁ ହେବ କି ଧୋନୀ କିପରି ତାଙ୍କ ପ୍ଲେୟାରସଙ୍କ ବ୍ୟବହାର କରୁଛନ୍ତି।

ଆଇପିଏଲ ୨୦୨୧ରେ ଚେନ୍ନାଇର ଫୁଲ ସିଡ୍ୟୁଲ:

୧୦ ଏପ୍ରିଲ :ଚେନ୍ନାଇ ସୁପର କିଙ୍ଗସ ସହିତ ଦିଲ୍ଲୀ କ୍ୟାପିଟାଲ ମୁମ୍ବାଇ :ସନ୍ଧ୍ୟା-୭.୩୦

୧୬ ଏପ୍ରିଲ:ପଞ୍ଜାବ କିଙ୍ଗସ ସହିତ ସିଏସକେ,ମୁମ୍ବାଇ ସନ୍ଧ୍ୟା-୭.୩୦

୧୯ ଏପ୍ରିଲ:ସିଏସକେ ସହିତ ରାଜସ୍ଥାନ ରାୟଲସ,ମୁମ୍ବାଇ ସନ୍ଧ୍ୟା-୭.୩୦

୨୧ ଏପ୍ରିଲ:ସିଏସକେ ସହିତ କୋଲକତା,ମୁମ୍ବାଇ ସନ୍ଧ୍ୟା-୭.୩୦

୨୫ ଏପ୍ରିଲ:ସିଏସକେ ସହିତ ଆରସିବି,ମୁମ୍ବାଇ ଅପରାହ୍ନ-୩.୩୦

Google

୨୮ ଏପ୍ରିଲ:ସିଏସକେ ସହିତ ହାଇଦ୍ରାବାଦ,ଦିଲ୍ଲୀ ସନ୍ଧ୍ୟା-୭.୩୦

୧ ମେ:ମୁମ୍ବାଇ ସହିତ ସିଏସକେ,ଦିଲ୍ଲୀ ସନ୍ଧ୍ୟା-୭.୩୦

୫ ମେ:ରାଜସ୍ଥାନ ସହିତ ସିଏସକେ,ଦିଲ୍ଲୀ ସନ୍ଧ୍ୟା-୭.୩୦

୭ ମେ:ହାଇଦ୍ରାବାଦ ସହିତ ସିଏସକେ,ଦିଲ୍ଲୀ-୭.୩୦

୯ ମେ:ସିଏସକେ ସହିତ ପଂଜାଵ କିଙ୍ଗସ,ବାଙ୍ଗାଲୋର ସନ୍ଧ୍ୟା-୭.୩୦

୧୨ମେ:ସିଏସକେ ସହିତ କେକେଆର,ବାଙ୍ଗାଲୋର ସନ୍ଧ୍ୟା-୭.୩୦

୧୬ମେ:ସିଏସକେ ସହିତ ମୁମ୍ବାଇ,ବାଙ୍ଗାଲୋର ସନ୍ଧ୍ୟା-୭.୩୦

୨୧ ମେ:ସିଏସକେ ସହିତ ଦିଲ୍ଲୀ,କୋଲକାତା,ସନ୍ଧ୍ୟା -୭.୩୦

୨୩ମେ:ସିଏସକେ ସହିତ ଆରସିବି,କୋଲକତା,ସନ୍ଧ୍ୟା-୭.୩୦

ଚେନ୍ନାଇ ସୁପର କିଙ୍ଗସ ଦଳ: ମହେନ୍ଦ୍ର ସିଂ ଧୋନି,ଋତୁରାଜ ଗାୟକବାଡ଼,ସୁରେସ ରାଇନା,ସାମ କରନ,ଜୋଶ ହାଜେଲଉଡ଼,ଇମ୍ରାନ ତାହିର,ଫାଫ ଦୁପ୍ଲେସିସ,ଦ୍ୱେନ ବ୍ରାଭୋ,ସାର୍ଦୁଲ ଠାକୁର,ଦୀପକ ଚହର,ରବିନ୍ଦ୍ର ଜାଡେଜା,କରନ ଶର୍ମା,ମିଚେଲ ଷ୍ଟାଣ୍ଟନର,ଆମ୍ବାଟି ରାଇଡୁ,ନାରାୟଣ ଜଗଦୀଶନ,କେଏଲ ଆସିକ,ଲୁଂଗୀ ଏନଗିଦି,ସାଇ କିଶୋର,ଚେତେଶ୍ୱର ପୂଜାରା,ଏମ ହରିଷଙ୍କର ରେଡ୍ଡୀ,ଭାର୍ଗବ ବର୍ମା,କେ ହରି ନିଶାନ୍ତ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *