ଇଣ୍ଡିଆନ ପ୍ରିମିୟର ଲିଗର ୧୪ ତମ ସଂସ୍କରଣରେ ପାଇଁ ସିଏସକେ ସୁରେସ ରାଇନାଙ୍କୁ ରିଟେନ ରଖିଛି। ରାଇନା ପୂର୍ଵ ସିଜିନରେ ଖେଳିପାରି ନଥିଲେ। ସେ ୟୁଏଇର ଟୁର୍ଣ୍ଣାମେଣ୍ଟ ଠିକ ଆଗରୁ ନିଜ ନାମ ଫେରାଇ ଆଣିଥିଲେ। ପ୍ରାଞ୍ଚାଇଜିର ଜଣେ ଅଧିକାରୀ ଏହି କଥାର ପୃଷ୍ଟି କରିଛନ୍ତି। ମହେନ୍ଦ୍ର ସିଂ ଧୋନି ଅଧିନାୟକ ରହିବେ। ଆଇପିଏଲର ଆଗାମୀ ସିଜିନ ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରାରମ୍ଭରୁ ଆରମ୍ଭ ହେବ।

ଇଣ୍ଡିଆନ ଏକ୍ସପ୍ରେସ ସହ କଥା ହୋଇ ଜଣେ ପଦାଧିକାରୀ କହିଲେ,”ହଁ ଆମେ ରାଇନାଙ୍କୁ ରଖିବୁ ଓ ଧୋନି ଅଧିନାୟକ ହେବେ। ହରଭଜନ ସିଂଙ୍କ ଛଡ଼ା ଆମେ ଅନ୍ୟ ଖେଳାଳିଙ୍କୁ ଛାଡିପାରୁ।”ଆଗାମୀ ସିଜିନ ପାଇଁ ରିଟେନ ରହିଥିବା ଖେଳାଳିଙ୍କ ଲିଷ୍ଟ ବୁଧବାର ପ୍ରକାଶ ପାଇବ। ଅନ୍ୟପଟେ ସ୍ପିନର ହରଭଜନ ସିଂ କହିଲେ କି ତାଙ୍କର ଚେନ୍ନାଇ ଟିମ ସହ କଣ୍ଟ୍ରାକ୍ଟ ଶେଷ ହୋଇଛି। ସେ ୨୦୧୮ ରେ ଚେନ୍ନାଇ ଟିମ ସହ ଯୋଡି ହୋଇଥିଲେ ଓ ଚେନ୍ନାଇ ଟିମ ତାଙ୍କୁ ୨ କୋଟି ଟଙ୍କାରେ କ୍ରୟ କରିଥିଲା।
ସୁରେଶ ରାଇନାଙ୍କ କଥା କହିବାକୁ ଗଲେ ଟୁର୍ଣ୍ଣାମେଣ୍ଟର ଠିକ ପୂର୍ବରୁ ତାଙ୍କର ନାମ ଫେରେଇନେବା କଥା ଟିମ ମ୍ୟାନେଜମେଣ୍ଟକୁ ପସନ୍ଦ ଆସି ନଥିଲା। ଟିମର ମାଲିକ ଶ୍ରୀନିବାସନ ନିଜର ରାଗ ସମସ୍ତଙ୍କ ଆଗରେ ଜଣାଇଥିଲେ।ରାଇନା ଟିମ ପାଇଁ ୧୬୪ ମ୍ୟାଚରେ ୪୫୨୭ ରନ କରିଥିଲେ। ସେ ଇଣ୍ଟର ନ୍ୟାସନାଲ କ୍ରିକେଟରୁ ସନ୍ୟାସ ନେଇଗଲେ। ସେ ନିକଟରେ ସଇଦ ମୁସ୍ତାକ ଅଲ୍ଲୀରେ ଖେଳୁଥିବାର ନଜର ଆସିଲେ।
As my contract comes to an end with @ChennaiIPL, playing for this team was a great experience..beautiful memories made &some great friends which I will remember fondly for years to come..Thank you @ChennaiIPL, management, staff and fans for a wonderful 2years.. All the best..?
— Harbhajan Turbanator (@harbhajan_singh) January 20, 2021
ହରଭଜନ ସିଂ ଟିମ ପାଇଁ ୨୦୧୯ ରେ ୧୧ ମ୍ୟାଚରେ ୧୬ ୱିକେଟ ଅକ୍ତିଆର କରିଥିଲେ। ସେତେବେଳେ ଟିମ ଫାଇନାଲରେ ପହଞ୍ଚିଥିଲା। ସେ ୨୦୨୦ ରେ ନିଜ କାରଣ ପାଇଁ ଖେଳିଲେ ନାହିଁ। ଖେଳାଳି ନ ଥିବା କାରଣରୁ ଚେନ୍ନାଇ ଟିମ ୭ନଂରେ ରହିଥିଲା। ଏହା ତାଙ୍କର ସବୁଠାରୁ ଖରାପ ପ୍ରଦର୍ଶନ ଅଟେ।ଟିମ ପ୍ରଥମ ଥର କ୍ୱଲିଫାଏ କରିପାରିଲେ ନାହିଁ। ହରଭଜନ ସିଂ ଟ୍ୱିଟ କରି କହିଲେ,”ମୋର ଅନୁବନ୍ଧ ଚେନ୍ନାଇ ଟିମ ସହ ସମାପ୍ତ ହୋଇସାରିଛି।”ଏହି ଟିମ ପାଇଁ ଖେଳିବା ଏକ ଭଲ ଅନୁଭବ ଥିଲା। କିଛି ସାଙ୍ଗଙ୍କ ସହ ଭଲ ସମ୍ପର୍କ ମଧ୍ୟ ରହିଲା। ଚେନ୍ନାଇ ପ୍ରବନ୍ଧନ,କର୍ମଚାରୀ ଓ ପ୍ରଶଂସକଙ୍କ ସହ ଏକ ଭଲ ୨ ବର୍ଷ। ଅଲ ଦି ବେ-ଷ୍ଟ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।