ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମେଲବର୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ବକ୍ସିଂ ଟେଷ୍ଟର ତୃତୀୟ ଦିନରେ ଅଧିନାୟକ ଆଜିଙ୍କ୍ୟ ରାହାଣେ ରନ ଆଉଟ ହୋଇ ଡ୍ରେସିଂ ରୁମକୁ ଫେରିଥିଲେ। ରାହାଣେ ଏମ୍ ସି ଜି ରେ ରବୀନ୍ଦ୍ର ଜାଡେଜାଙ୍କ ଭୁଲ ପାଇଁ ଆଉଟ ହେଲେ, ହେଲେ ଏହା ପରେ ସେ ଜାଡେଜାଙ୍କୁ ମଇଦାନରେ ସାନ୍ତ୍ୱନା ଦେଲେ। ରାହାଣେଙ୍କ ଏହି ଭାବକୁ ସୋସିଆଲ ମିଡିଆରେ ବହୁତ ତାରିଫ ମିଳିଛି। ନିଜ ଭୁଲ ପାଇଁ ଯେବେ ରାହାଣେ ଆଉଟ ହୋଇଥିଲେ,ଏହା ଜାଣି ରବୀନ୍ଦ୍ର ଜାଡେଜା ଅନୁତପ୍ତ ଥିବା ବେଳେ ଅଧିନାୟକ ତାଙ୍କୁ ଆଶ୍ୱାସନା ଦେଇଥିଲେ। ସୋସିଆଲ ମିଡିଆରେ ଜାଡେଜା ଓ ରାହାଣେଙ୍କ ଏହି କ୍ଷଣର ଫୋଟୋ ଭାଇରାଲ ହେଉଅଛି ଓ ଫ୍ୟାନ୍ସଙ୍କ ହୃଦୟ ଜିତିଯାଇଛି।

ବର୍ଡର ଗାଭାସ୍କର ଟ୍ରଫିର ଦ୍ଵିତୀୟ ଟେଷ୍ଟର ତୃତୀୟ ଦିନରେ ରାହାଣେ ୧୦୪ ଓ ଜାଡେଜା ୪୦ ରନରୁ ପାଳି ଆରମ୍ଭ କଲେ। ତୃତୀୟ ଦିନ ପ୍ରଥମ ସେକ୍ସନରେ(୯୯.୫ ଓଭର)ରେ ରାହାଣେ ଆଉଟ ହୋଇ ଫେରିଗଲେ। ଜାଡେଜା କଭର ଆଡ଼କୁ ସର୍ଟ ଖେଳି ଦୌଡ଼ିବାକୁ ଲାଗିଲେ। ରାହାଣେ ତୁରନ୍ତ ପ୍ରତିକ୍ରିୟା ଦେଇ କ୍ରିଜରେ ପହଞ୍ଚିବାକୁ ଚେଷ୍ଟା କଲେ। ହେଲେ ଟିକେ ପଛରେ ରହିଗଲେ ଓ ରାହାଣେଙ୍କ ପାଳି ସମାପ୍ତ ହୋଇଗଲା।
ୱିକେଟ କିପର ଟିମ ପ୍ୟାନ ଓ ଲବୁସେନ ମିସିକି ରାହାଣେଙ୍କୁ ଆଉଟ କଲେ। ରାହଣେ ୨୨୩ ବଲରେ ୧୨ ଟି ଚୋୖକା ସାହାଯ୍ୟରେ ୧୧୨ ରନ କଲେ। ଏହା ପୂର୍ବରୁ ଏଡିଲେଡ଼ରେ ରାହାଣେଙ୍କ ଭୁଲ ପାଇଁ ବିରାଟ କୋହଲି ଆଉଟ ହୋଇଥିଲେ। ସେ ବିରାଟଙ୍କୁ ଭୁଲ ମାଗିଥିଲେ। ହେଲେ ଯେବେ ସେ ଜାଡେଜାଙ୍କ ଭୁଲ ପାଇଁ ଆଉଟ ହେଲେ ସେ ଅବସ୍ଥାକୁ ବୁଝି ତାଙ୍କୁ ଆଶ୍ୱାସନା ଦେଇଥିଲେ।

ଆଜିଙ୍କ୍ୟ ରାହାଣେଙ୍କ ଆଉଟ ହେବା ପରେ ଜାଡେଜା ୫୭ ରନର ପାରି ଖେଳି ପ୍ରଥମ ସେକ୍ସନରେ ହିଁ ଆଉଟ ହୋଇଗଲେ। ମିଚେଲ ଷ୍ଟାର୍କଙ୍କ ବଲରେ ପ୍ୟାଟ କମିନ୍ସ କ୍ୟାଚ ଧରିଲେ। ଜାଡେଜା ୧୫୯ ଟି ବଲ ଖେଳି ୩ ଚୋୖକା ସହ ୫୭ ରନ କରିଥିଲେ। ଏହା ଜାଡେଜାଙ୍କ ୧୫ ତମ ଅର୍ଦ୍ଧଶତକ ଅଟେ। ସେ ଅଷ୍ଟ୍ରେଲିଆ ମାଟିରେ ଲଗାତାର ଦୁଇ ଅର୍ଦ୍ଧଶତକ ଲଗେଇଲେ।
କହିରଖୁଛୁ କି ଅଷ୍ଟ୍ରେଲିଆ ଟିମ ପ୍ରଥମ ଦିନରେ ୧୯୫ ରନରେ ଅଲଆଉଟ ହୋଇଯାଇଥିଲା। ଏବେ ଭାରତକୁ ୮୨ ରନର ଲିଡ଼ ମିଳିଛି। ଭାରତ ଏଡିଲେଡ଼ ଟେଷ୍ଟରେ ୮ ୱିକେଟରେ ହାରିବା କାରଣରୁ ସିରିଜରେ ୦-୧ ରେ ପଛୁଆ ରହିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।