ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପରେ ଏବେ ୟୁସୁଫ ପଠାନ କରୋନା ପଜେଟିଭ ଜଣାପଡିଛି। ଦୁଇ ଖେଳାଳି ସୋସିଆଲ ମିଡ଼ିଆ ପ୍ଲାର୍ଟଫର୍ମ ଟ୍ୱିଟର ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି। ଦୁଇ ଖେଳାଳି ନିଜକୁ ହୋମ କ୍ୱାରେଣ୍ଟିନ କରିଛନ୍ତି। ଦୁହେଁ ଅଳ୍ପଦିନତଳେ ରାୟପୁରରେ ହୋଇଥିବା ସୁରକ୍ଷା ବିଶ୍ୱ ସିରିଜରେ ଖେଳିଥିଲେ। ଇଣ୍ଡିଆ ଲିଜେଣ୍ଡସ ଏହି ସିରିଜ ଜିତିଥିଲେ । ଏବେ ଏହି ଦୁଇ ଖେଳାଳି କରୋନା ପଜେଟିଭ ଜଣାପଡିବା ପରେ ଏବେ ଅନ୍ୟ ଖେଳାଳି ସନ୍ଦେହରେ ପଡିଯାଇଛନ୍ତି। ଏଥିରେ ଯୁବରାଜ ସିଂହ, ଇରଫାନ ପଠାନ ଓ ଏସ ବଦ୍ରୀନାଥ ସାମିଲ।

ୟୁସୁଫ ପଠାନ ରାତି ୮ ଟା ୪୦ରେ ନିଜକୁ କରୋନା ପଜେଟିଭ ବୋଲି ଜଣାଇଛନ୍ତି। ଏହାର ତିନିଘଣ୍ଟା ପୂର୍ଵରୁ ସେ ଟ୍ଵିଟରରେ ସଚିନ ତେନ୍ଦୁଲକର ଜଲ୍ଦି ଭଲ ହୋଇଯିବା ପାଇଁ କାମନା କରିଥିଲେ। ୟୁସୁଫ କହିଛନ୍ତି ତାଙ୍କୁ ହାଲକା ଲକ୍ଷଣ ଅଛି ଓ ସେ ନିଜକୁ ଘରେ କ୍ବାରେଣ୍ଟିନ କରିଦେଇଛନ୍ତି। ୟୁସୁଫ ଲେଖିଛନ୍ତି ମୁଁ କୋଭିଡ-୧୯ ପଜେଟିଭ ଅଟେ ଓ ମତେ ହାଲକା ଲକ୍ଷଣ ଅଛି। ମୁଁ ନିଜକୁ କ୍ୱାରେଣ୍ଟିନ କରିଦେଇଛନ୍ତି। ଓ ମୁଁ ନିବେଦନ କରୁଛିକି ଯେଉଁ ଲୋକମାନେ ମୁଁ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜ ପରୀକ୍ଷା କରିନିଅନ୍ତୁ।

ସଚିନ ତେନ୍ଦୁଲକରଙ୍କ କ୍ୟାପଟେନସିରେ ଖେଳୁଥିବା ୟୁସୁଫ ପଠାନ ଇଣ୍ଡିଆ ଲିଜେଣ୍ଡସଙ୍କୁ ଟ୍ରଫି ଜିତାଇଥିଲେ।ଫାଇନାଲରେ ୟୁସୂଫ ୬୨ ରନର ପାରିଖେଳିଥିଲେ ଓ ୨ ଟି ୱିକେଟ ମଧ୍ୟ ଅକ୍ତିଆର କରିଥିଲେ। ଯୁବରାଜ ମଧ୍ୟ ଅର୍ଦ୍ଧଶତକ ଲଗାଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ସଚିନ ଓ ୟୁସୁଫଙ୍କ ଛଡ଼ା ଭାରତୀୟ ଟିମର ଯୁବରାଜ ସିଂହ, ଇରଫାନ ପଠାନ,ବିରେନ୍ଦ୍ର ସେହ୍ଵାଗ, ମୁନାଫ ପଟେଲ, ଙ୍କଭଳି ଖେଳାଳିଥିଲେ । ସେହିପରି ବ୍ରାୟନ ଲାରା, ସନଥ ଜୟସୁରିଆ, ତିଲକରତ୍ନ ଦିଲସାନ, କେବିନ ପିଟରସନ ଓ ଯଣ୍ଟି ରୋର୍ଡସଙ୍କ ଭଳି ଖେଳାଳି ଖେଳିବାର ନଜର ଆସୁଥିଲେ। ଏବେ ଏହି ଖେଳାଳିଙ୍କର ମଧ୍ୟ ଟେଷ୍ଟ ଆବଶ୍ୟକ ଇରଫାନ ପଠାନ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲୁଥିବା ସିରିଜରେ କମେଟ୍ରି ମଧ୍ୟ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।