ଅଷ୍ଟ୍ରେଲିଆ ଠାରୁ ମଙ୍ଗଳବାରକୁ ତୃତୀୟ ତଥା ଅନ୍ତିମ ଟି ୨୦ ହାରିବା ପରେ ଅଧିନାୟକ ବିରାଟ କୋହଲି କହିଛନ୍ତି କି ଯଦି ଆଉ ୨୫-୩୦ ରନର ପାର୍ଟନର୍ସିପ ହୋଇଥାନ୍ତା ତ ହାର୍ଦିକ ମ୍ୟାଚ ଜିତେଇପାରିଥାନ୍ତେ। ଅଧିନାୟକ ବିରାଟ କୋହଲିଙ୍କ ୮୫ ରନର ଅର୍ଦ୍ଧଶତକ ପରେ ମଧ୍ୟ ଅଷ୍ଟ୍ରେଲିଆ ଭାରତକୁ ତୃତୀୟ ଟି ୨୦ ରେ ସିଡ୍ନୀ ଗ୍ରାଉଣ୍ଡରେ ମଙ୍ଗଳବାରକୁ ୧୨ ରନରେ ପରାସ୍ତ କରିଛି। ମ୍ୟାଚ ହାରି ମଧ୍ୟ ଭାରତ ୩ ମ୍ୟାଚର ଶୃଙ୍ଖଳାକୁ ୨-୧ ରେ ନିଜ ନାମରେ କରିଛି। ବିରାଟ ବାହିନୀ ଏହି ବିଜୟରେ ଖୁସି ଅଛନ୍ତି।

କୋହଲି ମ୍ୟାଚ ପରେ କହିଲେ,”ଏକ ସମୟରେ ଯେବେ ହାର୍ଦ୍ଦିକ ଖେଳିବା ଆରମ୍ଭ କଲେ ତ ଆମେ ଭାବିଲୁ କି ଆମେ ଜିତିପାରିବୁ। ମଝି ଓଭରରେ ଆମ ବ୍ୟାଟିଂ ଠିକ ରହିଲା ନାହିଁ। ଯଦି ଆଉ ୩୦ ରନର ଭାଗିଦାରୀ ହୋଇଥାନ୍ତା ତ ହାର୍ଦିକଙ୍କ ପାଇଁ ସହଜ ହୋଇଥାନ୍ତା। ଆମେ ମ୍ୟାଚରେ ଫେରିପାରି ଥାନ୍ତୁ। ହେଲେ ସିରିଜ ଜିତିବା ସହ ୨୦୨୦ର ଅବସାନ ଆମ ପାଇଁ କିଛି ପରିମାଣରେ ଭଲ ଅଟେ।”
ସେ କହିଲେ କି “ମତେ ଲାଗଲା କି ଦର୍ଶକ ଏକ କାରଣ ଥିଲା ଯାହା ଆମକୁ ପ୍ରେରଣା ଦେଉଥିଲା। ଦର୍ଶକ ହେବା କାରଣରୁ କେବେକେବେ ଆମକୁ ତ କେବେ କେବେ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଉର୍ଜା ମିଳେ।”
ଭାରତକୁ ତ ଏବେ ୧୭ ଡିସେମ୍ବର ଠାରୁ ଅଷ୍ଟ୍ରେଲିଆ ସହ ୪ ଟି ମ୍ୟାଚର ଟେଷ୍ଟ ସିରିଜ ଖେଳିବାକୁ ହେବ। ଭାରତ ଯେବେ ପୂର୍ବ ଥର ଅଷ୍ଟ୍ରେଲିଆ ଗସ୍ତ କରିଥିଲା,ତ କାଙ୍ଗାରୁ ମାଟିରେ ତାହା ପ୍ରଥମ ଥର ୨-୧ ରେ ସିରିଜ ଜିତିଥିଲା ଯାହାକି ଟେଷ୍ଟ ସିରିଜ ଥିଲା। କୋହଲି ପ୍ରଥମ ମ୍ୟାଚ ପରେ ନିଜ ସନ୍ତାନ ଜନ୍ମ ଲାଗି ସ୍ବଦେଶ ଫେରିଆସିବେ ଓ ଭାରତୀୟ ଟିମ ତାଙ୍କ ବିନା ଅନ୍ୟ ୩ ଟି ମ୍ୟାଚ ଖେଳିବ।

କୋହଲି ଏହାକୁ ନେଇ କହିଛନ୍ତି ,” ଏବେ ଆମେ ୟା ଉପରେ ନିୟନ୍ତ୍ରଣ କରିବା ଓ ରନ କରିବାର ଅଛି। ଏହାକୁ ଆମେ ସତ୍ର ଉପରେ ସତ୍ର ନେବାର ଆବଶ୍ୟକ ରହିଛି।ଆମକୁ ବିଶ୍ୱାସ ରହିଛି କି ବର୍ତ୍ତମାନର ଟିମ ପୂର୍ବ ଟିମ (ଟେଷ୍ଟ ମ୍ୟାଚ ପାଇଁ) ଠାରୁ ଅଧିକ ମଜଭୁତ ଅଟେ।”
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।