କୋରନା ଭାକ୍ସିନ ନେବା ପରେ ଘଟିଲା ଅଘଟଣ, ଦୁଇ ଡୋଜ ଟୀକା ନେଇ ମଧ୍ୟ ଯୁବ ଡାକ୍ତର ହରାଇଲେ ଜୀବନ। ଚାରିଆଡେ ଭାଇରଲ।

ସମସ୍ତେ କହୁଛନ୍ତିକି କୋରନା ଟୀକା ନେବା ପରେ ଆଉ କୋରନାର ପ୍ରଭାବ ରହିବ ନାହିଁ। କିନ୍ତୁ କିଛି ଜାଗାରେ ଏପରି ହେଉନାହିଁ। କୋରନା ଟୀକା ନେବା ପରେ ମଧ୍ୟ ରୋଗୀ ମରୁଛନ୍ତି। ଏପରି ଘଟିଛି ଭୁବନେଶ୍ୱରର ଏକ ଘରୋଇ ମେଡିକାଲର ଜଣେ ଯୁବ ଡାକ୍ତରଙ୍କ ସହିତ।କହିରଖିବୁକି ସେହି ଯୁବ ଡାକ୍ତରଙ୍କ ନାମ ହୃଦାନନ୍ଦ ଭୂୟାଁ।ଆଶ୍ଚର୍ଯ୍ୟକର କଥା ଏହାକି ସେ କୋରନା ଭାକ୍ସିନର ଦୁଇଟି ଯାକ ଡୋଜ ନେଇସାରିଥିଲେ। କିନ୍ତୁ ଏହା ପରେ ମଧ୍ୟ ସେ ସଂକ୍ରମଣ ହେଲେ ଓ ତାଙ୍କର ମୃତ୍ୟୁ ହୋଇଛି।

Google

ସେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ କାର୍ଯ୍ୟରତ ଥିଲେ। ଅଳ୍ପ ଦିନ ତଳେ ତାଙ୍କ କୋରନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ସେ ୩୨ ବର୍ଷୀୟ ଅଟନ୍ତି। ସିକଲ ସେଲ ରୋଗରେ ଆକ୍ରାନ୍ତ ମଧ୍ୟ ଥିଲେ। ଏବେ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ସମ୍ପର୍କରେ ଅଧିକ ଖବର ମିଳିନାହିଁ। ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

ଏମିତି ପୁଣି ହେବ କେହି ଭାବିନଥିଲେ। କୋରନା ସ୍ଥିତି ସ୍ୱାଭାବିକ ହୋଇଯାଇଥିଲା। କିନ୍ତୁ ଏବେ ପୁଣି କରୋନାର ଦ୍ୱିତୀୟ ଲହରୀ ଆସିଛି ଓ ଏହା ଅଧିକ ଭୟାନକ ରୁପ ଦେଖାଉଛି। ଅଧିକ ଚିନ୍ତାର କଥା ଅନେକ ମାତ୍ରାରେ ଡାକ୍ତର ଏଥିରେ ସଂକ୍ରମଣ ହେଉଛନ୍ତି। ଦିଲ୍ଲୀ ଏମ୍ସ ଓ ଗଙ୍ଗାରାମ ମେଡିକାଲରୁ ୭୨ରୁ ଅଧିକ ଡାକ୍ତର କୋରନାରେ ସଂକ୍ରମଣ ହୋଇଥିବା ସୂଚନା ମିଳିଛି। ସେହିପରି ଉତ୍ତରପ୍ରଦେଶରେ ୪୦ ଓ ବିହାରରେ ୨୬ ଜଣ ଡାକ୍ତର ସଂକ୍ରମଣ ହୋଇଥିବା ଜଣାପଡିଛି।

Google

ଆପଣଙ୍କୁ କହିରଖିବୁ ଭୁବନେଶ୍ୱରର କ୍ୟାପିଟଲ ମେଡିକାଲର ଡାକ୍ତର ଓ ଅନେକ କର୍ମଚାରୀ କରୋନାରେ ସଂକ୍ରମଣ ହେଉଛନ୍ତି। ଆଶ୍ଚର୍ଯ୍ୟ ଓ ଚିନ୍ତା ଏହାକୁ ଏହି ସବୁ ଡାକ୍ତର ଓ ଷ୍ଟାପ କରୋନା ଭାକ୍ସିନର ଦୁଇଟି ଯାକ ଡୋଜ ନେଇସାରିଛନ୍ତି ତଥାପି ପୁଣି ସଂକ୍ରମଣ ହେଉଛନ୍ତି। ଦେଶରେ ସଂକ୍ରମଣ ହାର ହୁ ହୁ ହୋଇ ବଢିବାରେ ଲାଗିଛି। ଆପଣଙ୍କୁ କହିରଖିବୁ ଗତ ୨୪ ଘଣ୍ଟାରେ ଦେଶରେ ୧ ୪୫,୩୮୪ ଜଣ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ମୃତ୍ୟୁବରଣ କରିଛନ୍ତି ୭୯୪ଜଣ। ଏହା ସହ ଭଲ ମଧ୍ୟ ହୋଇଛନ୍ତି ୭୭,୫୬୭ ଜଣ। ଦେଶରେ ବର୍ତ୍ତମାନ ଆକ୍ଟିଭ କେସ ଅଛି ୧୦,୪୬,୬୩୧ ଜଣ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *