ଟାକ୍ସି ପରେ ଏବେ ଉବର କରିବାକୁ ଯାଉଛି ଏହି ନୂଆ ପ୍ରୋଜେକ୍ଟ। ଏହି ଲୋକମାନେ ହେବେ ଲାଭବାନ।

ଅନଲାଇନ ଟେକ୍ସି ବ୍ୟବସ୍ଥା କରୁଥିବା କମ୍ପାନୀ ଉବର ଏବେ ଲୋକ ମାନଙ୍କ ଘରେ ମଦ ବି ପହଂଚାଇବ। ଉବର ୧.୧ ବିଲିଅନ ଡଲାରରେ ସ୍ଥାନୀୟ ମଦ ଦୋକାନୀ ମାନଙ୍କ ସହ ଚୁକ୍ତି କରିବା ପାଇଁ ଚେଷ୍ଟା କରୁଛି। ଏହି ଚୁକ୍ତି ଅନଲାଇନ ଡେଲିଭରି ପାଇଁ ହେବାକୁ ଯାଉଛି। ମାତ୍ର ଏହି ବ୍ୟବସ୍ଥା ଭାରତରେ ନୁହଁ ବରଂ ଆମେରିକାରେ ହେବାକୁ ଯାଉଛି।

Google

ଲୋକଙ୍କ ଘର ଯାଏ ମଦ ପହଞ୍ଚାଇବା ପାଇଁ ଉବର କମ୍ପାନୀ ଅନଲାଇନ ଡେଲିଭରି ଷ୍ଟୋରଫ୍ରଣ୍ଡ ଡ୍ରେଜେଲି ଅଧିଗ୍ରହଣ କରିବାର ପ୍ରୟାସ କରିବାକୁ ଯାଉଛି। ଖବର ମୁତାବିକ ଡ୍ରେଜେଲି କୁ ଉବର ଆପ ସହ ଯୋଡି ଦିଆ ଯିବ ଯାହା ଭିତରେ କେହି ବି କିଛି ବି ମଦ ଅର୍ଡର କରି ପାରିବ। ଏହି ପ୍ଲାଟଫର୍ମ ଖାଦ୍ୟ ଆଉ ପେୟ ଦୁଇଟି ଡେଲିଭରି ପାଇଁ ୱାନ ଷ୍ଟେପ ଶପ ଭାବେ କାମ କରିବ।

ଡ୍ରିଜଲି ସ୍ଥାନୀୟ ମଦ ଦୋକାନୀ ମାନଙ୍କ ପାଇଁ ଗୋଟେ ଅନଲାଇନ ଡେଲିଭରି ଷ୍ଟୋରଫ୍ରଣ୍ଟ ଅଟେ। ସେ ସ୍ଥାନୀୟ ବିକ୍ରେତା ମାନଙ୍କ ସହ ଚୁକ୍ତି କରେ ଆଉ ଡେଲିଭରି କରିବା ପାଇଁ ଉବର ଇଟ୍ସ ମାନଙ୍କ ଡେଲିଭରି ବ୍ୟୟର ସାହାଯ୍ୟ ନେଇଥାଏ। ରିପୋର୍ଟ ମୁତାବିକ ଏବେ ଏହି ସେବା ଆମେରିକାର ପ୍ରାୟ ୧୪୦୦ ରୁ ଅଧିକ ସହର ମାନଙ୍କରେ ଉପଲବ୍ଧ ହେବାକୁ ଯାଉଛି। ଅଧିଗ୍ରହଣରୁ ଉବରକୁ ନିଜର ଡେଲିଭରି ପୋକସଡ଼ ବିଜନେସକୁ ବିସ୍ତାରରେ ସାହାଯ୍ୟ ମିଳିବ।

Google

ଏହି ନୂଆ କାରବାର ଉପରେ ଉବରର ସିଇଓ ଦାରା ଖୋସ୍ତ୍ରୋସ୍ୟାହି କହିଲେ କି ଲୋକ ମାନଙ୍କୁ ଟ୍ୟାକ୍ସିର ସୁବିଧା ଦେବା ପରେ ଆମେ ଲୋକ ମାନଙ୍କର ଜୀବନକୁ ଆହୁରି ସହଜ କରିବାକୁ ଇଛା ପ୍ରକାଶ କରିଛୁ। ଏହା ହିଁ କାରଣ କି ଆମେ ଖାଦ୍ୟ ଠାରୁ ନେଇକି ରାସନ ଯାଏ ସବୁ ଜିନିଷ ଲୋକଙ୍କ ଘର ଆଡ଼କୁ ପହଂଚାଉଛୁ। ଏହା ପରେ ଆମେ ଲୋକଙ୍କ ଘରକୁ ମଦ ବି ପହଂଚାଇବୁ। ସେ ଆହୁରି କହିଲେ କି ଆଗକୁ ଆସୁଥିବା ବର୍ଷ ମାନଙ୍କରେ ଆମେ ନିଜର ବୈଶ୍ବିକ ଉପସ୍ଥିତି କୁ ଆମେ ଆହୁରି ଭୌଗୋଳିକ ବିସ୍ତାର ଦେବୁ ଆଉ ନୂଆ ଜାଗା ମାନଙ୍କରେ ବି ନିଜର ବ୍ୟାପାର ଆରମ୍ଭ କରିବୁ।

ରିପୋର୍ଟ ଅନୁସାରେ ଉବର ଆମେରିକାରେ ଲଗାତାର ଘାଟାରେ ରହୁଛି। ଆଉ ଏହି ନୂତନ ବ୍ୟାପାର ଜନିତ କାରବାର ସହ କମ୍ପାନୀର ସିଇଓ ଶୋସ୍ତ୍ରୋସାହି କମ୍ପାନୀକୁ ଅଧିକ ଫାଇଦା ଦେବା ଆଶାରେ ଅଛନ୍ତି। ଉବର ନିଜର ଉବର ଏଲେବେଟ ଡିଭିଜନକୁ ଷ୍ଟାର୍ଟ ଅପ ଜବି ଏଭିଏସନ କୁ ବିକ୍ରି କରିବା ପାଇଁ ସହମତି ଦେଇଛନ୍ତି। ଉବର ସେଲ୍ଫ ଡ୍ରାଇଭିଂ ବାହାନକୁ ଛାଡିବା ପାଇଁ ବି ଯୋଜନା ବନାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *