ଐତିହାସିକ ବିଜୟ ପରେ ରବି ଶାସ୍ତ୍ରୀଙ୍କୁ ନୁହେଁ ବରଂ ଏହି ପୂର୍ବ ଭାରତୀୟ ଖେଳାଳିଙ୍କର କରୁଛନ୍ତି ପ୍ରଶଂସା। କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ଭାରତ ବ୍ରିସବେନ ଟେଷ୍ଟ ୩ ୱିକେଟରେ ଜିତିଲା, ଅଷ୍ଟ୍ରେଲିଆକୁ ବର୍ଡ଼ର ଗାଭାସ୍କର ଟ୍ରଫିରେ ୨-୧ ରେ ପରାସ୍ତ କଲା।

Google

ଅଷ୍ଟ୍ରେଲିଆର ଅଭେଦ କିଲା ମାନାଯାଉଥିବା ଗାବା ଶେଷରେ ଭାଙ୍ଗିଗଲା। ବର୍ଡ଼ର ଗାଭାସ୍କର ଟ୍ରଫିର ଶେଷ ବା ଚତ୍ରୁର୍ଥ ଟେଷ୍ଟ ମ୍ୟାଚ ଭାରତ ଅଷ୍ଟ୍ରେଲିଆକୁ ୩ ୱିକେଟରେ ହରାଇଛି।ଭାରତକୁ ବିଜୟ ପାଇଁ ୩୨୮ ରନର ଲକ୍ଷ ମିଳିଥିଲା ଏହାକୁ ଭାରତ ୭ ଟି ୱିକେଟ ହରାଇ ୯୭ ଓଭରରେ ହାସଲ କରିନେଲା। ଭାରତର ବିଜୟର ହିରୋ ଯୁବ ବ୍ୟାଟ୍ସମ୍ୟାନ ରହିଲେ। ଶୁଭମନ ଗିଲ ୯୧ ଓ ରିଷଭ ପନ୍ତ ନଟରାଉଟ ରହି ୮୯ ରନ କରିଥିଲେ। ଚେତେସ୍ୱର ପୁଜାରାବି ସୁନ୍ଦର ଅର୍ଦ୍ଧଶତକ ମାରିଥିଲେ। ଏତିକି ନୁହେଁ ନୁହେଁ ମହମ୍ମଦ ସିରାଜ ଦ୍ୱିତୀୟ ପାରିରେ ୫ ଟି ୱିକେଟ ନେଇଥିଲେ ଓ ପ୍ରଥମ ପାରିରେ ୱାସିଙ୍ଗଟନ ସୁନ୍ଦର ଓ ସାରଦୁଲ ଠାକୁର ଅର୍ଦ୍ଧ ଶତକ ମାରିବା ସହ ଭଲ ବୋଲିଙ୍ଗ ମଧ୍ୟ ପ୍ରଦର୍ଶନ କରିଛନ୍ତି। ଏହି ଐତିହାସିକ ବିଜୟ ପରେ ସୋସିଆଲ ମିଡିଆରେ ପ୍ରଶଂସକ ରାହୁଲ ଦ୍ରାଭିଡଙ୍କୁ ପ୍ରଶଂସା କରୁଛନ୍ତି।ଟିମ ଇଣ୍ଡିଆର ବର୍ତ୍ତମାନ କୋଚ ରବି ଶାସ୍ତ୍ରୀ ଅଛନ୍ତି କିନ୍ତୁ ଟ୍ରେଣ୍ଡ ରାହୁଲ ଦ୍ରାଭିଡ଼ଙ୍କ ନାମ ହେଉଛି। ଆସନ୍ତୁ ଜାଣିବା କଣ ଅଟେ ଏହାର କାରଣ।

ରାହୁଲ ଦ୍ରାଭିଡଙ୍କୁ ସୋସିଆଲ ମିଡିଆରେ ଏଥିପାଇଁ ପ୍ରଶଂସା କରାଯାଉଛି କାରଣ ବ୍ରିସବେନ ଟେଷ୍ଟରେ ଖେଳୁଥୁବା ଅଧିକାଂଶ ଖେଳାଳି ନିଜ ସଫଳତା ପାଇଁ ରାହୁଲ ଦ୍ରାଭିଡଙ୍କୁ ଶ୍ରେୟ ଦେଉଛନ୍ତି। ରାହୁଲ ଦ୍ରାଭିଡ ଇଣ୍ଡିଆ ଏ ର କୋଚ ରହିଛନ୍ତି ଓ ତାଙ୍କ ମାର୍ଗଦର୍ଶନରେ ୱାସିଙ୍ଗଟନ ସୁନ୍ଦର, ମହମ୍ମଦ ସିରାଜ, ସାରଦୁଲ ଠାକୁର, ରିଷଭ ପନ୍ତ ଓ ହନୁମା ବିହାରୀ ଅନେକ କ୍ରିକେଟ ଖେଳିବାର ନଜର ଆସିଛନ୍ତି। ଅନେକ ଥର ଏହି ଖେଳାଳି ମାନେ ଇଣ୍ଟରଭିଉରେ କହିଛନ୍ତିକି ତାଙ୍କ ଖେଳର ସ୍ତର ବଢିବା ପଛରେ ଦ୍ରାଭିଡଙ୍କର ହାତ ଅଛି।

Google
ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଲେ ରାହୁଲ ଦ୍ରାଭିଡଙ୍କ ଟିମ:

ଅଷ୍ଟ୍ରେଲିଆ ବିପକ୍ଷରର ବ୍ରିସବେନ ଟେଷ୍ଟରେ ଟିମ ଇଣ୍ଡିଆର ବୋଲିଙ୍ଗ ଆଟାକ ଅନୁଭବ ପୂର୍ଣ୍ଣ ନଥିଲା। ୨ ଟି ଟେଷ୍ଟ ମ୍ୟାଚ ଖେଳୁଥିବା ମହମ୍ମଦ ସିରାଜ ବୋଲିଙ୍ଗର ନେତୃତ୍ୱ କରୁଥିଲା।ସାରଦୁଲ ଠାକୁର ମାତ୍ର ଗୋଟିଏ ଟେଷ୍ଟ ମ୍ୟାଚ ଖେଳିଥିଲେ।ୱାସିଙ୍ଗଟନ ସୁନ୍ଦର ଓ ଟି ନଟରାଜନଙ୍କର ଡେଭ୍ୟୁ ମ୍ୟାଚ ଥିଲା। ଏହି ଖେଳାଳୀ ମାନେ ରାହୁଲ ଦ୍ରାଭିଡ଼ଙ୍କ ଠୁ ବହୁତ କିଛି ଶିକ୍ଷା ଲାଭ କରିଛନ୍ତି। ଏହା ସତ୍ୟ ଅଟେ କି ରାହୁଲ ଦ୍ରାଭିଡ ଏହି ଖେଳାଳୀ ମାନଙ୍କ ସହ ଯେଉଁ ପରିଶ୍ରମ କରିଥିଲେ ତାହା ବ୍ରିସବେନ ପଡ଼ିଆରେ ଦେଖାଗଲା। ଆଘାତ ଯଶପ୍ରୀତ ବୁମରା, ଆର ଅଶ୍ୱିନୀ, ମହମ୍ମଦ ସାମୀ ଓ ଉମେଶ ଯାଦବଙ୍କ ଅନୁଉପସ୍ଥିତରେ ଭାରତୀୟ ଟିମ ମଜବୁତ ଅଷ୍ଟ୍ରେଲିଆକୁ ତାର ନିଜ ଘରେ ହରାଇ ଦେଇଛି। ବର୍ତ୍ତମାନ ରାହୁଲ ଦ୍ରାଭିଡ ନେସନାଲ କ୍ରିକେଟ ଏକାଡେମୀର ଚେୟାରମ୍ୟାନ ଅଟନ୍ତି ଓ ଭାରତୀୟ କ୍ରିକେଟର ବେଞ୍ଚ ଷ୍ଟ୍ରେଥକୁ ମଝବୁତ କରିବାର ଶ୍ରେୟ ଏହି ମହାନ ଖେଳାଳିଙ୍କୁ ଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *