ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଅନେକ ଦିନ ବିତିଗଲାଣି କିନ୍ତୁ ଏବେ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର ରହସ୍ୟ ଖୋଲିପାରୁନି । କେସରେ ଏମ୍ସର ଫରେନ୍ସିକ ରିପୋର୍ଟକୁ ନେଇ ବିବାଦ ସୃଷ୍ଟି ହୋଇଛି । ସୁଶାନ୍ତଙ୍କ ପରିବାର ଲୋକ ଓ ପ୍ରଶଂସକ ଏହା ମାନିବାକୁ ପ୍ରସ୍ତୁତ ନୁହଁନ୍ତି କି ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ।
ଶେଷ ହୋଇନାହିଁ ମୁମ୍ବାଇ ପୋଲିସର ଯାଞ୍ଚ:-

ମୁମ୍ବାଇ ପୋଲିସ କମିସନର ପରମବୀର ସିଂ କହିଛନ୍ତି ମତେ ଏହି ରିପୋର୍ଟକୁ ନେଇ କୌଣସି ଆଶ୍ଚର୍ଯ୍ୟ ଲାଗୁନାହିଁ । କପୁର ମେଡ଼ିକାଲର ଡାକ୍ତରମାନେ ମଧ୍ୟ ଏହା କହିଥିଲେ । ସେ ଆଗକୁ କହିଛନ୍ତି ସେ ସମସ୍ତେ ଯେଉଁମାନେ ବିନା କୌଣସି ତଥ୍ୟ ଜାଣି ଆମ ଯାଞ୍ଚ ଉପରେ ଆଲୋଚନା କଲେ, ଚ୍ୟାନେଲ ମାନଙ୍କରେ ଯାଇ ଟିପ୍ପଣୀ ଦେଲେ, ସେମାନଙ୍କୁ ମୁଁ ଚ୍ୟାଲେଞ୍ଜ ଦେଉଛି କି ସେମାନେ ଏହି କେସ ବିଷୟରେ ଯାହାବି ଗୋପନୀୟ କଥା ଜାଣିଛନ୍ତି ତାହା ପ୍ରକାଶ କରନ୍ତୁ । କିଛି ଲୋକ ନିଜ ସ୍ୱାର୍ଥ ପାଇଁ ଏପରି କରିଛନ୍ତି ।
ମୁମ୍ବାଇ କମିସନର କହିଛନ୍ତି ଏମ୍ସର ରିପୋର୍ଟ ଆଧାରରେ ସିବିଆଇ ଯାଞ୍ଚରେ ଆତ୍ମହତ୍ୟା କଥା ସାମ୍ନାକୁ ଆସୁଛି । ମୁମ୍ବାଇ ପୋଲିସର ଯାଞ୍ଚରେ ବି ଏହି କଥା ସାମ୍ନାକୁ ଆସିଥିଲା । କମିସନର ଆଗକୁ କହିଛନ୍ତି ସିବିଆଇ ଏକ ଫ୍ରଫେସନାଲ ଏଜେନ୍ସି ଅଟେ ତାଙ୍କୁ ନିଜ ଯାଞ୍ଚ ଉପରେ ପୁରା ଭରସା ଅଛି । ପରମବୀର ଆଗକୁ ମଧ୍ୟ କହିଛନ୍ତି ଏହି କେସରେ ମୁମ୍ବାଇ ପୋଲିସର ତଦନ୍ତ ଏବେ ଶେଷ ହୋଇନାହିଁ ତାହାକୁ ହୋଲ୍ଡରେ ରଖାଯାଇଛି ।
ସୁପ୍ରିମକୋର୍ଟ ବି ପୋଲିସ ରିପୋର୍ଟରେ ଥିଲା ସନ୍ତୁଷ୍ଟ:-

ପରମବୀର ସିଂ କହିଛନ୍ତି “ଏହି ପୁରା ମାମଲାରେ ମୁଁ ଖାଲି ଏତିକି କହିବି ଆମର ଯାଞ୍ଚ ପୁରା ପ୍ରଫେସନାଲ ଥିଲା । କପୁର ମେଡ଼ିକାଲ ବି ପୁରା ପ୍ରଫେସନାଲ ଉପାୟରେ ପୋଷ୍ଟମୋଟମ ରିପୋର୍ଟ ପ୍ରସ୍ତୁତ କରିଥିଲା । ଯେବେ ସୁପ୍ରିମକୋର୍ଟ ଏହି ମାମଲାରେ ମୁମ୍ବାଇ ପୋଲିସର ରିପୋର୍ଟ ମାଗିଥିଲା ଓ ଆମେ ଦେଇଥିଲୁ , ସେବେ ସୁପ୍ରିମକୋର୍ଟ ବି ସେହି ରିପୋର୍ଟରେ ପୁରା ସନ୍ତୁଷ୍ଟ ଥିଲା । ଆମ କେସକୁ ସିବିଆଇକୁ ଦିଆଯାଇନଥିଲା । ବିହାର କେସର ଯାଞ୍ଚକୁ ସିବିଆଇକୁ ଦିଆଯାଇଥିଲା । ଏବେ ଯେହେତୁ ସିବିଆଇ ଯାଞ୍ଚ କରୁଛି ସେଥିପାଇଁ ଆମେ ଆମ ଯାଞ୍ଚକୁ ହୋଲ୍ଡରେ ରଖିଛୁ ଓ ତାହା କୌଣସି ନିଣ୍ଣୟରେ ପହଁଚିନି । ଆମ ଯାଞ୍ଚ ବି ଜାରି ଅଛି ।”
କମିସନର କହିଛନ୍ତି ସିବିଆଇ ଯାଞ୍ଚ ଉପରେ ଆମର ପୁରା ଭରସା ଅଛି:-
ମୁମ୍ବାଇ ପୋଲିସ କମିସନର ଆଗକୁ କହିଛନ୍ତି “ସୁପ୍ରିମକୋର୍ଟ କହିଥିଲା ମୁମ୍ବାଇ ପୋଳିସ ଯାହାବି ଏଫଆଇଆର ରଖିବ ତାହା ସିବିଆଇକୁ ଦେବ ଯାହା ଦ୍ୱାରା କୌଣସି ଅଶୁବିଧା ହେବ ନାହିଁ। ଆମେ ସିବିଆଇକୁ ଯାଞ୍ଚରେ ପୁରା ସହଯୋଗ କଲୁ ସିବିଆଇକୁ ସବୁ ପ୍ରମାଣ ଦେଇଛୁ । କ୍ରାଇମ ସିନକୁ ମୁମ୍ବାଇ ପୋଲିସ ସମ୍ଭାଳି କି ରଖିଥିଲା ଯେବେ ପର୍ଯ୍ୟନ୍ତ ଏମ୍ସର ଫ ରେନ୍ସିକ ଟିମ ସେଠାରେ ନପହଁଚିଛି । ସିବିଆଇ ଏକ ଫ୍ରଫେସନାଲ ଏଜେନ୍ସି ଅଟେ ଓ ମତେ ପୁରା ଭରସା ଅଛି କି ସେ ପୁରା ଠିକ ତଦନ୍ତ ରିପୋର୍ଟ ଦେବ । ମୁମ୍ବାଇ ପୋଲିସର ଯାଞ୍ଚରେ ଯାହା ତଥ୍ୟ ଆସିଥିଲା ସିବିଆଇ ଯାଞ୍ଚରେ ମଧ୍ୟ ସେହି କଥା ସାମ୍ନାକୁ ଆସିଛି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।