ଅଷ୍ଟ୍ରେଲିଆ ଗସ୍ତରୁ ଫେରି ଆଜିଙ୍କ୍ୟ ରାହାଣେ କାଟି ନ ଥିଲେ,’କଙ୍ଗାରୁ’କେକ, ଇଣ୍ଟରର୍ଭିଉରେ ଦେଇଥିବା ବୟାନରେ ସମସ୍ତେ ଚକିତ।

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଐତିହାସିକ ବିଜୟର ଅଧିନାୟକ ରହିଥିବା ଆଜିଙ୍କ୍ୟ ରାହେଣେ ଏବେ ଖୁବ ଚର୍ଚ୍ଚାରେ। ତାଙ୍କ ଅଧିନାୟିକତ୍ଵରେ ଭାରତୀୟ ଦଳ ତାର ଷ୍ଟାର ଖେଳାଳି ବିନା ଅଷ୍ଟ୍ରେଲିଆକୁ ଧୂଳି ଚଟେଇଦେଲା।ଅଷ୍ଟ୍ରେଲିଆରୁ ମୁମ୍ବାଇ ଫେରିବା ପରେ ତାଙ୍କର ବ୍ୟାଣ୍ଡ ବାଜା ବାଜି ଜୋରଦାର ସ୍ୱାଗତ କରାଯାଇଥିଲା। ଏହି ପରିପ୍ରେକ୍ଷରେ ଘରେ ତାଙ୍କୁ କେକ କାଟିବାକୁ କୁହାଯାଇଥିଲା। ହେଲେ ସେହି କେକରେ କଙ୍ଗାରୁ ହୋଇଥିବାରୁ ସେ ମନା କରିଦେଲେ କାଟିବାକୁ।

Google

ରାହାଣେ କେକ କାହିଁକି କାଟିଲେ ନାହିଁ ହର୍ଷ ଭୋଗଲେଙ୍କୁ ଦେଇଥିବା ଏକ ଇଣ୍ଟରର୍ଭିଉରେ ବିସ୍ତାରରେ କହିଲେ।ରାହାଣେ କହିଲେ,”ତାଙ୍କୁ ବିପକ୍ଷ ଟିମର ସମ୍ମାନ କରିବାକୁ ହେବ,ଟେଷ୍ଟ ସିରିଜର ଫଳ କଣ ହେଲା ଏହା କାରଣ ନୁହେଁ। କଙ୍ଗାରୁ ଅଷ୍ଟ୍ରେଲିଆ ଟିମର ନ୍ୟାସନାଲ ପଶୁ ଅଟେ ଓ ଏଥିପାଇଁ ମୁଁ ସେ କେକ କାଟିବାକୁ ମନା କଲି । ଆମେ ବିପକ୍ଷ ଟିମକୁ ଭଲ ଟ୍ରିଟ କରିବାର ଅଛି,ଆମେ ତାଙ୍କ ବିପକ୍ଷରେ ଜିତୁ କି ତାଙ୍କ ଦେଶରେ ଇତିହାସ ରଚୁ।”

ଇଣ୍ଟରର୍ଭିଉ ଜରିଆରେ ହର୍ଷ ଭୋଗଲେ ତାଙ୍କୁ ପଚାରିଲେ କଣ ଆପଣ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଖେଳି ଥକି ଯାଇଛନ୍ତି କି ଏହାର ଜବାବରେ ରାହାଣେ କହିଲେ,”ହଁ ହେଲେ ଭଲ ଭାବରେ।”ରାହାଣେ ୪ ଟେଷ୍ଟ ମ୍ୟାଚରୁ ୩ ଟିରେ କ୍ୟାପ୍ଟେନ୍ସି କରିଥିଲେ। ନିୟମିତ ଅଧିନାୟକ ବିରାଟ କୋହଲି ତାଙ୍କର ପ୍ରଥମ ସନ୍ତାନ ଜାତ ପାଇଁ ସ୍ୱଦେଶ ଫେରି ଆସିଥିଲେ। ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏହି ମାସରେ ଏକ ଝିଅ ସନ୍ତାନକୁ ଜନ୍ମ ଦେଇଛନ୍ତି।

ଭାରତକୁ ଆଡ଼ିଲେଡ଼ରେ ଖେଳାଯାଇଥିବା ମ୍ୟାଚରେ ୮ ୱିକେଟରେ ପରାଜୟ ମିଳିଥିଲା। ସେହି ମ୍ୟାଚର ୨ୟ ପାଳିରେ ଭାରତ ୩୬ ରନରେ ଅଲଆଉଟ ହୋଇଯାଇଥିଲା।ଏହାପରେ ବିରାଟ ସ୍ବଦେଶ ଫେରିଆସିଥିଲେ। ରାହେଣେ ଅଧିନାୟକ ହେଲେ। ଭାରତୀୟ ଦଳ ପ୍ରଥମ ମ୍ୟାଚ ହାରି ଖେଳରେ ଫେରିଲା। ମେଲବର୍ଣ ମ୍ୟାଚରେ ସେ ଘରୋଇ ଅଷ୍ଟ୍ରେଲିଆକୁ ହରେଇଲେ। ଏହାପରେ ସିଡ୍ନୀ ଟେଷ୍ଟ ଡ୍ର ରହିଲା ଓ ବ୍ରିସବେନ ଟେଷ୍ଟରେ ରେକର୍ଡ଼ ବିଜୟ ଲାଭ କରି ସିରିଜକୁ ୨-୧ ରେ ବିଜୟ ପ୍ରାପ୍ତ କଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *