IND vs AUS : ନିଜ ଟେଷ୍ଟ କ୍ୟାରିୟରରେ ପ୍ରଥମଥର ପାଇଁ ରାହାଣେ କଲେ ଏମିତି ରେକର୍ଡ,ଏବେ ସବୁ ଆଶ୍ଚର୍ଯ୍ୟ।

ୱିକେଟକିପର ଟିମ ପେନ ଓ ମାର୍ନସ ଲାବୁସେନ ଆଜିଙ୍କ୍ୟ ରାହାଣେଙ୍କୁ ରନ ଆଉଟ କରିଥିଲେ। ରାହାଣେଙ୍କ ଟେଷ୍ଟ କ୍ୟାରିୟରରେ ଏକ ପ୍ରଥମ ଥର ହୋଇଛି ଯେବେ ସିଏ ରନ ଆଉଟ ହୋଇଛନ୍ତି। ଏକ ରନ ନେବା ସମୟରେ ରାହାଣେ ରନ ଆଉଟ ହୋଇଗଲେ।

Google

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ବକ୍ସିଙ୍ଗ ଡେ ଟେଷ୍ଟ ମ୍ୟାଚର ତୃତୀୟ ଦିନ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ପାରି ଶେଷ ହୋଇଛି। ୱିକେଟକିପର ଟିମ ପେନ ଓ ମାର୍ନସ ଲାବୁସେନ ଆଜିଙ୍କ୍ୟ ରାହାଣେଙ୍କୁ ରନ ଆଉଟ କରିଥିଲେ। ରାହାଣେଙ୍କ ଟେଷ୍ଟ କ୍ୟାରିଅରରେ ଏକ ପ୍ରଥମ ଥର ହୋଇଛି ଯେବେ ସିଏ ରନ ଆଉଟ ହୋଇଛନ୍ତି। ଏକ ରନ ନେବା ସମୟରେ ରାହାଣେ ରନ ଆଉଟ ହୋଇଗଲେ। ଏହା ସହିତ ହିଁ ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚରେ ଭାରତର ପ୍ରଥମ ପାରିରେ ରାହାଣେ ୧୧୨ ରନ କରି ଆଉଟ ହୋଇଛନ୍ତି।

ଆଜିଙ୍କ୍ୟ ରାହାଣେ ବକ୍ସିଙ୍ଗ ଡେ ଟେଷ୍ଟର ଦ୍ୱିତୀୟ ଦିନ ବ୍ୟାଟିଙ୍ଗ ଆରମ୍ଭ କରିବାର ନଜର ଆସିଥିଲେ। ଦ୍ୱିତୀୟ ଦିନ ଶେଷ ହେବା ପର୍ଯ୍ୟନ୍ତ ସେ ୧୦୪ ରନ କରି ଖେଳ ଜାରି ରଖିଥିଲେ। ତୃତୀୟ ଦିନ ସେ ଆଉ ମାତ୍ର ୮ ରନ କରିବା ପରେ ଆଉଟ ହୋଇଗଲେ। ରାହାଣେ ଏମସିଜରେ ୨୨୩ ବଲରେ ୧୨ ଟି ଚୌକା ସହ ୧୧୨ ରନର ସୁନ୍ଦର ପାରି ଖେଳିଛନ୍ତି ଓ ସେ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି। ଏହି ସମୟରେ ରାହାଣେଙ୍କ ଷ୍ଟାଇକ ରେଟ ୫୦.୨୨ ରହିଥିଲା। ଅନେକ ସୁନ୍ଦର ରେକର୍ଡ ସହିତ ତାଙ୍କ ନାମରେ ରନ ଆଉଟ ରେକର୍ଡ ମଧ୍ୟ ଯୋଗ ହୋଇଯାଇଛି।

Google

ଏଡ଼ିଲେଡ଼ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେବି ରାହାଣେ ଓ କୋହଲିଙ୍କୁ ମଧ୍ୟରେ ପଡ଼ିଆରେ ଭୁଲ ବୁଝାମଣା ହୋଇଯାଇଥିଲା ଯେଉଁଠି ପାଇଁ ବିରାଟ କୋହଲି ରନ ଆଉଟ ହୋଇଯାଇଥିଲେ। ଏଇଥର ବି ସେହିଭଳି ଜାଡେଜାଙ୍କ ସହ ଥିବାବେଳେ ରାହାଣେ ରନ ଆଉଟ ହୋଇଛନ୍ତି।

୩୨ ବର୍ଷୀୟ ରାହାଣେ ନିଜ ଟେଷ୍ଟ କ୍ୟାରିୟରରେ ୬୬ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ଯେଉଁଥିରେ ସେ ପ୍ରଥମଥର ରନ ଆଉଟ ହୋଇଛନ୍ତି। ସେ ୧୧୧ ପାରିରେ ୪୨.୪୫ ଔସତରେ ୪୨୪୫ ରନ କରିବାରେ ସକ୍ଷମ ଅଟନ୍ତି। ରାହାଣେ ନିଜ ଟେଷ୍ଟ କ୍ୟାରିୟରରେ ୧୧ ଶତକ ଓ ୨୨ ଅର୍ଦ୍ଧଶତକ ମାରିଛନ୍ତି। ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୧୮୮ ରନ ଅଟେ।

ସବୁଠୁ ଅଧିକ ଟେଷ୍ଟ ପାରିରେ ରନ ଆଉଟ ହୋଇଥିବା ଖେଳାଳୀ:

୧୮୪-କପିଲ ଦେବ
୧୨୩-ଜନୀ ବେୟରଷ୍ଟୋ
୧୧୬-ମୁଦସିର ନଜର
୧୧୫-ପୋଲ କଲିଂହୁଡ଼
୧୧୪-ଗ୍ରୀମ ହିକ
୧୧୧-ଡ଼ିନ ଏଲଗର

Google

କହିରଖିବୁକି ରାହାଣେଙ୍କ ସୁନ୍ଦର ଶତକୀୟ ପାରି କାରଣରୁ ଏମସିଜରେ ଭାରତ ପ୍ରଥମ ପାରିରେ ଅଷ୍ଟ୍ରେଲିଆଠୁ ୧୦୦ ରନରୁ ଅଧିକ ଲିଡ଼ ହାସଲ କରିନେଇଛି। ଅଷ୍ଟ୍ରେଲିଆର ଖରାପ ଫିଲଡିଂ ପାଇଁ ରାହାଣେଙ୍କୁ ଦୁଇଟି ଜୀବନଦାନ ମିଳିଲା। ରାହାଣେ ଜେବ ୭୩ ରନରେ ଖେଳୁଥିଲେ ମିଚେଲ ଷ୍ଟାର୍କ (୬୧ ରନ ନେଇ ଦୁଇଟି )ୱିକେଟଙ୍କୁ ପ୍ରଥମ ଓଭରରେ ରାହାଣେଙ୍କ ୱିକେଟ ମିଳିଯାଇଥାନ୍ତା କିନ୍ତୁ ଷ୍ଟିବ ସ୍ମିଥ ତାଙ୍କ କ୍ୟାଚ ଛାଡିଦେଲେ। ଭାରତୀୟ ଅଧିନାୟକ ଶତକ କରିବା ପରେ ମଧ୍ୟ ଷ୍ଟାର୍କଙ୍କ ବଲରେ ପୁଣି ତାଙ୍କ କ୍ୟାଚ ଖସିଲା ଏଥର ଟ୍ରେବିଷ ହେଡ କ୍ୟାଚ ଛାଡିଥିଲେ।

ଏହା ପୂର୍ବରୁ ଭାରତ ଅଷ୍ଟ୍ରେଲିଆକୁ ପ୍ରଥମ ଦିନ ୧୯୫ ରନ ରେ ଅଲଆଉଟ କରିଦେଇଥିଲା। ଏହିପରି ଏବେ ଭାରତୀୟ ଟିମକୁ ୮୨ ରନର ଲିଡ଼ ମିଳିସାରିଛି। ଭାରତ ଏଡିଲେଡ଼ରେ ପ୍ରଥମ ମ୍ୟାଚ ୮ ୱିକେଟରେ ହାରିବା ପରେ ଏହି ସିରିଜରେ ୦-୧ରେ ପଛୁଆ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *