Cricket Update: ଫାଷ୍ଟ କ୍ଳାସ କ୍ରିକେଟକୁ ଫେରନ୍ତୁ ଆଜିଙ୍କ୍ୟ ରାହାଣେ! କହିଲେ ଏହି ପୂର୍ବ କ୍ରିକେଟର

ବ୍ୟୁରୋ ରିପୋର୍ଟ : ଅନୁଭବୀ ବ୍ୟାଟ୍ସମ୍ୟାନ ରାହାଣେ ଦକ୍ଷିଣ ଆଫ୍ରିକା ସହ ସିରିଜରେ ଖାସ ପ୍ରଦର୍ଶନ କରିପାରିନାହାଁନ୍ତି।ମାନାଯାଉଛିକି ତାଙ୍କୁ ଟିମ ଇଣ୍ଡିଆରେ ଜାଗା ମିଳିବା କଷ୍ଟକର। ଜୋହାନବର୍ଗରେ ଖେଳାଯାଇଥିବା ସିରିଜର ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ପାରିରେ ସେ ଅର୍ଦ୍ଧଶତକ ମାରିଥିଲେ କିନ୍ତୁ ସେ କେପଟାଉନରେ ଖେଳାଯାଇଥିବା ତୃତୀୟ ଟେଷ୍ଟର ଦୁଇଟି ଯାକ ପାରିରେ ମୋଟ ୧୦ ରନ କରିଛନ୍ତି। ସେ ପ୍ରଥମ ପାରିରେ ୯ ରନ କରିଥିବା ବେଳେ ଦ୍ୱିତୀୟ ପାରିରେ ୧ ରନ କରିଛନ୍ତି। ପୂର୍ଵ ଭାରତୀୟ କ୍ରିକେଟର ସଂଜୟ ମାଂଜରେକର କହିଛନ୍ତି ରାହାଣେଙ୍କୁ ଫାଷ୍ଟ କ୍ଳାସ କ୍ରିକେଟକୁ ଫେରିବା ଆବଶ୍ୟକ।

Google

କ୍ରିକେଟରରୁ କମେଣ୍ଟେଟର ହୋଇଥୁବା ସଂଜୟ ମାଂଜରେକର କହିଛନ୍ତି ରାହାଣେ ଙ୍କ ଖରାପ ଫର୍ମ ଭାରତୀୟ ବ୍ୟାଟିଙ୍ଗ କ୍ରମରେ ଚାପ ସୃଷ୍ଟି କରୁଛି।ଏଥିପାଇଁ ତାଙ୍କୁ ପୁଣି ଥରେ ପ୍ରଥମ ଶ୍ରେଣୀ କ୍ରିକେଟକୁ ଫେରିବା ଉଚିତ ଯେପରି ସେ ତାଙ୍କ ପୂର୍ଵ ଫର୍ମକୁ ପାଇପାରିବେ। ସେ କ୍ରିକଇନ୍ଫୋକୁ କହିଛନ୍ତି,”ରାହାଣେଙ୍କୁ ପୁଣି ଥରେ ଫାଷ୍ଟକ୍ଳାସ କ୍ରିକେଟକୁ ଫେରିବା ଉଚିତ। ଯାହା ଦ୍ୱାରା ଆଶା କରୁଛିକି ସେ ଫର୍ମକୁ ଫେରିବେ।ମୁଁ ରାହାଣେଙ୍କୁ ଆଉ ଗୋଟେ ମଧ୍ୟ ପାରି ଦେବିନାହିଁ। ପୂଜାରା ମଜବୁତ ଲାଗୁଛନ୍ତି”।

ମାଂଜରେକର ଆଗକୁ କହିଛନ୍ତି,”ପୂର୍ଵ ୩-୪ ବର୍ଷରେ ରାହାଣେଙ୍କ ବିଷୟରେ ମତେ କିଛିକି କି ସେ ଫର୍ମକୁ ଫେରୁଛନ୍ତି। ମେଲବର୍ଣରେ ଯେବେ ସେ ଶତକ ମାରିଥିଲେ କିଛି ଝଲକ ଦେଖିବାକୁ ମିଳିଥିଲା କିନ୍ତୁ ଏହା ଛଡା ନାହିଁ”।

Google

ରାହାଣେ ସୀମିତ ଓଭର ମ୍ୟାଚ ଖେଳୁନାହାନ୍ତି ଓ ସେ ଶେଷଥର ୨୦୧୬ରେ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଖେଳିଥିଲେ। ସେ ଶେଷ ଥର ଟେଷ୍ଟରେ ଶତକ ଡିସେମ୍ବର ୨୦୨୦ରେ ଖେଳିଥିଲେ। ଶେଷ ଥର ଏକଦିବସିୟରେ ସେ ୨୦୧୮ରେ ନଜର ଆସିଥିଲେ। ଏହା ପରେସେ କୌଣସି ବଡ଼ ପାରି ଖେଳିପାରି ନାହାନ୍ତି। ବର୍ଷ ୨୦୨୧ରେ ଟେଷ୍ଟର ପୂର୍ଵ ଉପଅଧିନାୟକ ରାହାଣେ ୧୫ ଟି ମ୍ୟାଚରେ ୨୦.୨୫ର ଔସତରେ ମୋଟ ୫୪୭ ରନ କରିଥିଲେ।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *