IND vs AUS : ଏମ ଏସ ଧୋନିଙ୍କ ପରେ ଏହା ହାସଲ କରିଥିବା ଦ୍ୱିତୀୟ ଭାରତୀୟ ଅଧିନାୟକ ହେଲେ ଅଜିଙ୍କ୍ୟ ରାହାଣେ।

ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ମେଲବର୍ଣ୍ଣର ବକ୍ସିଙ୍ଗ ଡେ ଟେଷ୍ଟ ମ୍ୟାଚ ୮ ୱିକେଟରେ ଜିତିଲା।

Google

ପ୍ରଥମ ଟେଷ୍ଟ ମ୍ୟାଚ ପରେ ବାପା ହେବା କାରଣରୁ ଫେରିଯାଇଥିବା ବିରାଟ କୋହଲିଙ୍କ ଅନୁପସ୍ଥିତରେ ବକ୍ସିଙ୍ଗ ଡେ ଟେଷ୍ଟରେ ଟିମରେ ଅଧିନାୟକତ୍ୱ କରୁଥିବା ଅଜିଙ୍କ୍ୟ ରାହାଣେ ମଙ୍ଗଳବାରକୁ ଏକ ଖାସ ରେକର୍ଡ ନିଜ ନାମରେ କରିଛନ୍ତି।

ରାହାଣେ ଏମ ଏସ ଧୋନିଙ୍କ ପରେ ଅଧିନାୟକତ୍ୱ ରୂପରେ ନିଜର ପ୍ରଥମ ତିନୋଟି ଟେଷ୍ଟ ମ୍ୟାଚରେ ବିଜୟ ହାସଲ କରିଥିବା ଦ୍ୱିତୀୟ ଭାରତୀୟ ଅଧିନାୟକ ହୋଇଗଲେ।

ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ୮ ୱିକେଟରେ ଜିତିବା ପୂର୍ବରୁ ରାହାଣେଙ୍କ ଅଧିନାୟକତ୍ୱରେ ଭାରତ ୨୦୧୬-୧୭ରେ ଧର୍ମଶାଳାରେ ଅଷ୍ଟ୍ରେଲିଆ ସହ ୮ ୱିକେଟରେ ଓ ୨୦୧୮ରେ ଆଫଗାନିସ୍ତାନ ବିରୁଦ୍ଧରେ ବାଙ୍ଗାଲୋରରେ ୨୬୨ ରନରେ ବିଜୟ ହାସଲ କରିଥିଲା।

Google

ରାହାଣେଙ୍କ ଅଧିନାୟକତ୍ୱରେ ଭାରତୀୟ ଦ୍ରୁତ ବୋଲରମାନେ ସୁନ୍ଦର ପ୍ରଦର୍ଶନ କରିବା ସହ ଅଷ୍ଟ୍ରେଲିଆକୁ ପ୍ରଥମ ପାରିରେ ୧୯୫ ରନରେ ଅଲଆଉଟ କରିଦେଇଥିଲେ। ଏହା ପରେ ରାହାଣେ ଅଧିନାୟକତ୍ୱ ପାରି ଖେଳି ସୁନ୍ଦର ଶତକ ମାରି ଭାରତକୁ ପ୍ରଥମ ପାରିରେ ୩୨୬ ରନ ପର୍ଯ୍ୟନ୍ତ ପହଞ୍ଚାଇ ଦେଲେ। ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ରବିଚନ୍ଦ୍ରନ ଅଶ୍ୱିନୀ ବ୍ୟାଟ୍ସମ୍ୟାନଙ୍କ ମନରେ ଡର ସୃଷ୍ଟି କରିବାରେ ସଫଳ ରହିଲେ।

Google

ଭାରତୀୟ ବୋଲର ଅଷ୍ଟ୍ରେଲିଆର ଦ୍ୱିତୀୟ ପାରିରୁ ଚତ୍ରୁର୍ଥ ଦିନ ୨୦୦ ରନରେ ଅଟକାଇଦେଲେ।ଏହା ଦ୍ଵାରା ଭାରତକୁ ଜିତିବା ପାଇଁ ୭୦ ରନର ଲକ୍ଷ ମିଳିଲା। ଯାହାକୁ ଟିମ ଦ୍ୱିତୀୟ ସେସନରେ ୧୫.୫ ଓଭରରେ ହିଁ ହାସଲ କରିନେଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *