ଭାରତୀୟ କ୍ରିକେଟ ଟିମର ଅଧିନାୟକ ଆଜିଙ୍କ୍ୟ ରାହାଣେ ବୁଧବାରକୁ କହିଲେ କି ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ନୂଆ ଜିନିଷ ଜାଣିବା ଓ ରବୀନ୍ଦ୍ର ଜାଡେଜାଙ୍କ ବ୍ୟାଟିଂରେ ସୁଧାର ପାଇଁ ଚାଲୁରହିଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ,ପ୍ରଥମ ଦୁଇ ମ୍ୟାଚରେ ଭାରତକୁ ଭଲ ଫାଇଦା ହୋଇଛି।

ଅଶ୍ୱିନ ୧୦ ୱିକେଟ ନେଇ ସିରିଜରେ ଏବେ ସବୁଠାରୁ ଅଧିକ ୱିକେଟ ନେବାର ବୋଲର ଅଟନ୍ତି। ଜାଡେଜା ମେଲବର୍ଣରେ ଖେଳାଯାଇଥିବା ଦ୍ଵିତୀୟ ଟେଷ୍ଟରେ ଅର୍ଦ୍ଧଶତକ ହାସିଲ କରି ଅଧିନାୟକଙ୍କ ସହ ଶତକୀୟ ଭାଗିଦାରୀ କରି ମ୍ୟାଚ ଜିତାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଲିଭାଇଥିଲେ। ଅଶ୍ୱିନଙ୍କ ବୋଲିଂ କଥା ପଚାରିବାରେ ସେ କହିଲେ ଅଶ୍ୱିନ ସର୍ବଦା ନୂଆ ଜିନିଷ ଜାଣିବାରେ ଆଗ୍ରହ କରିଥାନ୍ତି। ତାଙ୍କ ପାଖରେ ଭଲ କୌଶଳ ଥିଲେ ମଧ୍ୟ ସେ ନୂତନ ଜିନିଷମାନ ଶିଖିବାକୁ ଚାହାନ୍ତି ଓ ଏହା ଅଶ୍ୱିନଙ୍କୁ କିମ୍ବଦନ୍ତୀ କରିଛି।

ଜାଡେଜାଙ୍କ ବ୍ୟାଟିଂରେ ହୁଏ ଆବଶ୍ୟକ ସନ୍ତୁଳନ:
ସେ କହିଲେ କି ମତେ ଆଶା ଅଛି,ସେ ଏମିତି ପ୍ରଦର୍ଶନ ଆଗାମୀ ଦୁଇ ଟେଷ୍ଟ ମ୍ୟାଚରେ ମଧ୍ୟ କରିବେ। ଅଶ୍ୱିନଙ୍କ ଭଲ ବୋଲିଂରେ ରାହାଣେ ଆକୃଷ୍ଟ ଅଛନ୍ତି। ସେହିପରି ଟେଷ୍ଟରେ ଜାଡେଜାଙ୍କ ବ୍ୟାଟିଂରେ ମଧ୍ୟ ସେ ପ୍ରସନ୍ନ ଅଛନ୍ତି।ଯାହା ଟିମକୁ ଆବଶ୍ୟକ ସନ୍ତୁଳନ ଦେଇଥାଏ। ସେ କହିଛନ୍ତି ଏକ ବ୍ୟାଟ୍ସମ୍ୟାନ ରୂପରେ ଜାଡେଜା ବହୁତ ଉନ୍ନତି କରିଛନ୍ତି। ଏହା ଟିମ ପାଇଁ ସକାରାତ୍ମକ ସଂକେତ ଅଟେ।

ସେ କହିଲେ କି ଯେତେବେଳେ ଆପଣ ଜାଣିଛନ୍ତି ଆପଣଙ୍କ ଟିମର ୭ନଂ ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ କରିପାରିବେ,ତ ଆପଣଙ୍କ ପାଖରେ ଭଲ ସ୍କୋର କରିବାର ମୌକା ରହିଥାଏ।ଏହା ମଧ୍ୟ ସତ ଯେ ସେ ଫିଲ୍ଡିଂ ମଧ୍ୟ ଭଲ କରନ୍ତି। ଆପଣ ତାଙ୍କୁ ଭଲ କ୍ୟାଚ ନେଇଥିବାର ଦେଖିଥିବେ। ଭାରତୀୟ ଅଧିନାୟକ କହିଛନ୍ତି କି ସେ ଟିମ ସହ ଜଡିତ ହେଲେ ଟିମ ପାଇଁ ବହୁତ ଫାଇଦା ଅଟେ ଓ ବାସ୍ତବରେ ବହୁତ ଭଲ ଅଟେ। ସେ କହିଛନ୍ତି କି ରୋହିତ ଶର୍ମା ଅନ୍ତିମ ୧୧ ରେ ସାମିଲ ହେବାରେ ମଧ୍ୟ ସେ ପ୍ରସନ୍ନ ଅଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।