ଆଜିଙ୍କ୍ୟ ରାହାଣେ ଜଣେ ଅଧିନାୟକ ଭାବେ ଅଷ୍ଟ୍ରେଲିଆରେ ଭାରତକୁ ଏକ ଐତିହାସିକ ସିରିଜ ଜିତେଇବାରେ ସକ୍ଷମ ହେଇଛନ୍ତି। ରାହାଣେ ଏବେ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଚ୍ୟାଲେଞ୍ଜିଙ୍ଗ ସିରିଜରେ ବିରାଟ କୋହଲିଙ୍କୁ ପଛରୁ ସାହାଯ୍ୟ କରିବାକୁ ଚାହାନ୍ତି। ରାହାଣେ ଏହା ବି କହିଲେ କି ୫ ଫେବୃଆରୀରୁ ଆରମ୍ଭ ହେବାକୁ ଥିବା ସିରିଜରେ ଇଂଲଣ୍ଡ ଭଳି ଶକ୍ତିଶାଳୀ ଟିମ ବିପକ୍ଷରେ ଆତ୍ମମୁଗ୍ଧତାର କିଛି ସ୍ଥାନ ହିଁ ନାହିଁ। ଆଗାମୀ ମ୍ୟାଚ ଠାରୁ ହିଁ ଜୁନ ମାସରେ ଲର୍ଡ୍ସ ଗ୍ରାଉଣ୍ଡରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନ ସିପ ଫାଇନାଲରେ ନିଉଜିଲାଣ୍ଡ ସହ କିଏ ଖେଳିବ ତାହାର ନିଷ୍ପତ୍ତି ନିଆଯିବ।

ରାହାଣେ ବୁଧବାର ଦିନ ଭରଚୁଆଲ ମିଡିଆ କନ୍ଫରେନ୍ସରେ କହିଲେ ” ମୋର କାମ ପଛରୁ ବିରାଟ କୋହଲିଙ୍କର ସାହାଯ୍ୟ କରିବା ଅଟେ। ମୋର କାମ ସତରେ ବହୁତ ସହଜ ହେଇ ଯାଉଛି।।ଯେତେବେଳେ ବିରାଟ କୋହଲି ମୋତେ ନିଜ ତରଫରୁ କିଛି ପଚାରିବ ସେତେବେଳେ ହିଁ ଯାଇ ମୁ କହିବି। ବିରାଟ କ୍ୟାପଟେନ ଥିଲେ ଆଉ ନିଜର ପାରିବାରିକ କାରଣରୁ ଭାରତ ଯାଇଥିଲେ। ସେଥିପାଇଁ ମୁଁ ଅଷ୍ଟ୍ରେଲିଆରେ କ୍ୟାପଟେନ ହେଲି।” ଏହି ସିନିଆର ବ୍ୟାଟ୍ସମ୍ୟାନ ଏହା ବି କହିଲେ କି ଅଷ୍ଟ୍ରେଲିଆରେ ଜୀତ ତାଙ୍କ ପାଇଁ ଅତୀତର ଘଟଣା ହେଇଯାଇଛି।
ସେ କହିଲେ ” ଅଷ୍ଟ୍ରେଲିଆରେ ଜୀତ ଆମ ପାଇଁ ଏବେ ଅତୀତର କଥା। ଆମେ ଏବେ ବର୍ତ୍ତମାନରେ ଅଛୁ। ଆମେ ଇଂଲଣ୍ଡ ଟିମର ସମ୍ମାନ କରୁ ଯିଏ କି ଶ୍ରୀଲଂକାରେ ଯାଇ ତାଙ୍କୁ ତାଙ୍କ ଘରେ ହରେଇଲା , ଆମେ ଭଲ ସ୍ତରର କ୍ରିକେଟ ଖେଳିବାକୁ ଚାହୁଁଚୁ ଯାହା କି ଆମେ ଖେଳିବୁ ବି। ଆମେ କିଛି ବି ହାଲ୍କାରେ ନେବାକୁ ଚାହୁଁନାହୁଁ।” ସେ ଆହୁରି କହିଲେ,” ବିଶ୍ୱ ଟେଷ୍ଟ ଚାମ୍ପିଅନ ସିପ ପାଇଁ ଆହୁରି ଆଗକୁ ୩ କି ୪ ମାସର ସମୟ ଅଛି। ଆମକୁ ନିଜ ଧ୍ୟାନ ବର୍ତ୍ତମାନର ସିରିଜ ଉପରେ ଦେବାକୁ ହେବ। ନିଉଜିଲାଣ୍ଡ ବହୁତ ଭଲ ଖେଳିଲା ଆଉ ସେ ଫାଇନାଲରେ ଅଛି, ଆମେ ଗୋଟେ ସମୟରେ ଗୋଟେ ମ୍ୟାଚ ଉପରେ ଧ୍ୟାନ ରଖିବା ଉଚିତ।”

ଉପଅଧିନାୟକ ନିଜର ଟିମ ସଂଯୋଜନା ବାବଦରେ କିଛି କହିଲେ ନାହିଁ ମାତ୍ର ଏକ ସୂଚନା ଦେଲେ କି ଚିପକର ମୈଦାନ ସ୍ପିନର ମାନଙ୍କ ପାଇଁ ସାହାଯ୍ୟକାରୀ ହେବ। ଯେତେବେଳେ ତାଙ୍କୁ ପଚାରାଗଲା କି ସ୍ପିନର ଅକ୍ଷର ପଟେଲଙ୍କୁ ଟେଷ୍ଟ ଡେବ୍ୟୁ କରିବାର ମଉକା ମିଳିବ କି ନାହିଁ ତ ସେ କହିଲେ ” ଆମେ କାଲିର ଟ୍ରେନିଂ ପରେ ସଂଯୋଜନର ଫଇସଲା କରିବୁ। ଭାରତୀୟ କ୍ରିକେଟରେ ସ୍ପିନର ମାନଙ୍କ ପାଇଁ ସର୍ବଦା କିଛି ନା କିଛି ଅଛି। ଆମେ ନିଜକୁ ଶକ୍ତିଶାଳୀ କରିବୁ, ଅପେକ୍ଷା କରୁଛୁ ଆଉ ଦେଖୁଛୁ।”
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।