ଅର୍ଜନ ନଗବସୱାଲାଙ୍କୁ ଇଂଲଣ୍ଡ ଯାତ୍ରା ନିମନ୍ତେ ମିଳିଲା ଟିକେଟ। ଜାଣନ୍ତୁ ଗୁଜୁରାଟର ଏହି ବୋଲରଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ।

ୱାର୍ଲଡ଼ ଟେଷ୍ଟ ଚାମ୍ପିଅଂସିପର ଫାଇନାଲ ତଥା ଇଂଲଣ୍ଡ ବିରୁଦ୍ଧରେ ସିରିଜ ପାଇଁ ଟିମ ଇଣ୍ଡିଆର ଘୋଷଣା ବିସିସିଆଇ ଶୁକ୍ରବାରକୁ ହିଁ କରିଦେଇଛି। ଗୋଟେ ନାମ ଅଛି ଯାହା କି କ୍ରିକେଟ ଫ୍ୟାନ ମାନଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏହାଙ୍କ ଷ୍ଟାଣ୍ଟ ବାଇ ଭାବରେ ଟିମ ଇଣ୍ଡିଆରେ ସାମିଲ କରା ଯାଇଛି। ତାଙ୍କ ନାମ ହେଉଛି ଅର୍ଜନ ନଗବସୱାଲା। ସେ ଘରୋଇ କ୍ରିକେଟରେ ଗୁଜୁରାଟ ପାଇଁ ଖେଳିବାର ନଜର ଆସନ୍ତି। ଭାରତୀୟ ଟିମରେ ଆହତ ହେଇଥିବାରୁ ବାହାରେ ଥିବା ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ଉମେଶ ୟାଦବ ପ୍ରତ୍ୟାବର୍ତନ କରିଛନ୍ତି। କେଏଲ ରାହୁଲ ତଥା ରିଧିମାନ ଶାହା ବି ଟିମକୁ ଫେରି ଆସିଛନ୍ତି। ମାତ୍ର ଫିଟ ହେଇ ସାରିବା ପରେ ହିଁ ତାଙ୍କୁ ଟିମରେ ଜାଗା ମିଳିବ।

Google

ଭାରତୀୟ ଟିମ ଚାରିଜଣ ଷ୍ଟାଣ୍ଡ ବାଇ ଖେଳାଳିଙ୍କ ସହ ଇଂଲଣ୍ଡ ଯିବ ଯାହାଙ୍କ ଭିତରେ ପ୍ରସିଦ୍ଧ କୃଷ୍ଣ, ଅର୍ଜନ ତଥା ଅଭିମନ୍ୟୁ ଈଶ୍ୱରନ ସାମିଲ ଅଛନ୍ତି। ୨୩ ବର୍ଷୀୟ ଅର୍ଜନ ଗୁଜୁରାଟ ପାଇଁ ଘରୋଇ କ୍ରିକେଟରେ ପ୍ରତିନିଧିତ୍ତ୍ୱ କରିବାର ନଜର ଆସନ୍ତି ଆଉ ବାମହାତୀ ମିଡ଼ିୟମ ପେସ ବୋଲିଂ କରନ୍ତି। ସେ ଏବେ ଏବେ ହିଁ ସୟଦ ମୁସ୍ତାକ ଅଲି ଟ୍ରଫିରେ ନିଜର ପ୍ରଦର୍ଶନ ଦ୍ୱାରା ସଭିଙ୍କୁ ଆକର୍ଷିତ କରିଥିଲେ। ସେ ପ୍ରଥମ ମ୍ୟାଚରେ ହିଁ ମହାରାଷ୍ଟ୍ର ବିରୁଦ୍ଧରେ ମାତ୍ର ୧୯ ରନ ଦେଇକି ୬ଟି ୱିକେଟ ଅକ୍ତିଆର କରିଥିଲେ ଯାହା ଭିତରେ ଗୁଜୁରାଟକୁ ୨୯ ରନରେ ବିଜୟ ବି ମିଳିଥିଲା।

ଅର୍ଜନ ୧୪.୬ ହାରରେ ୯ଟି ୱିକେଟ ଅକ୍ତିଆର କରିଥିଲେ। ସେ ଏଯାଏ ୧୬ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ସାରିଛନ୍ତି ଯାହା ଭିତରେ ତାଙ୍କ ନାମରେ ୬୨ଟି ୱିକେଟ ସାମିଲ ଅଛି। ଏଯାଏ ୧୫ଟି ଟି ଟ୍ୱେଣ୍ଟି ମ୍ୟାଚରେ ତାଙ୍କ ନାମରେ ୨୧ଟି ୱିକେଟ ଅଛି। ସେ ବିଜୟ ହଜାରେ ଟ୍ରଫିରେ ବି ବହୁତ ଉନ୍ନତ ପ୍ରଦର୍ଶନ କରିଥିଲେ। ଗୁଜୁରାଟକୁ ମିଳିଥିବା ପ୍ରଥମ କ୍ବାର୍ଟର ଫାଇନାଲ ବିଜୟ ରେ ତାଙ୍କର ମୁଖ୍ୟ ଭୂମିକା ଥିଲା। ସେ ଆନ୍ଧ୍ର ଟିମ ବିପକ୍ଷରେ ମାତ୍ର ୨୮ରନ ଦେଇ ୪ଟି ୱିକେଟ ନିଜ ନାମରେ ନାମିତ କରାଇଥିଲେ। ଏହା ବ୍ୟତୀତ ସୁରଟରେ ହାଇଦ୍ରାବାଦ ବିରୁଦ୍ଧରେ ଖେଳିଥିବା ଏକ ମ୍ୟାଚରେ ସେ ୩୬ରନ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ ଯେଉଁ ମୁକାବିଲାକୁ ଗୁଜୁରାଟ ୧୨ ରନରେ ନିଜ ନାମରେ କରିଥିଲା।

Google

ଭାରତ ଆଉ ଇଂଲଣ୍ଡ ଭିତରେ ପାଞ୍ଚ ଟେଷ୍ଟ ମ୍ୟାଚର ସିରିଜ ୪ ଅଗଷ୍ଟ ଠାରୁ ଖେଳା ଯିବାର ଅଛି। ଦ୍ୱିତୀୟ ଟେଷ୍ଟ ୧୨ ଅଗଷ୍ଟ ଠାରୁ ଖେଳାଯିବ, ତୃତୀୟ ଟେଷ୍ଟ ୨୫ ଅଗଷ୍ଟ ଠାରୁ ଆଉ ଚତୁର୍ଥ ଟେଷ୍ଟ ୨ ସେପ୍ଟେମ୍ବର ଠାରୁ ଓଭାଲ ମୈଦାନ ଉପରେ ଅନୁଷ୍ଠିତ ହେବ। ଅନ୍ତିମ ଟେଷ୍ଟ ୧୦ ସେପ୍ଟେମ୍ବରକୁ ମାନଚେଷ୍ଟର ମୈଦାନରେ ଖେଳାଯିବ।

ଇଂଲଣ୍ଡ ବିରୁଦ୍ଧ ସିରିଜ ତଥା ବିଶ୍ୱ ଟେଷ୍ଟ ଚାମ୍ପିଅଂସିପ ପାଇଁ ଟିମ: ବିରାଟ କୋହଲି(କ୍ୟାପଟେନ), ଆଜିଙ୍କ୍ୟ ରାହାଣେ(ଭାଇସ କ୍ୟାପଟେନ), ଶୁଭମାନ ଗିଲ, ମୟଙ୍କ ଅଗ୍ରୱାଲ, ହନୁମା ବିହାରୀ,ଚେତେଶ୍ୱର ପୂଜାରା, ରବୀନ୍ଦ୍ର ଜାଡେଜା ଅକ୍ସର ପଟେଲ,ଋଷଭ ପନ୍ତ, ରବି ଅଶ୍ୱିନ, ୱାଶିଂଟନ ସୁନ୍ଦର,ସାରଦୁଲ ଠାକୁର, ଯଶପ୍ରୀତ ବୁମରାହ,ଉମେଶ ଯାଦବ, ଇଶାନ୍ତ ଶର୍ମା, ମହମ୍ମଦ ଶାମି ଓ ମହମ୍ମଦ ସିରାଜ।

Google

ଫିଟ ହେବାପରେ ଜାଗା ମିଳିବାକୁ ଥିବା ଖେଳାଳି:
କେ ଏଲ ରାହୁଲ ଆଉ ଋଦ୍ଧିମାନ ଶାହା

ଷ୍ଟାଣ୍ଡ ବାଇ ଖେଳାଳି: ପ୍ରସିଦ୍ଧ କ୍ରିଷ୍ଣା, ଅଭିମନ୍ୟୁ ଈଶ୍ୱରନ, ଆଭେସ ଖାନ ଆଉ ଅର୍ଜନ ନଗବସୱାଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *