IND vs AUS: ବିରାଟ କୋହଲିଙ୍କୁ ଅଧିନାୟକ ପଦକୁ ନେଇ ଆକାଶ ଚୋପ୍ରା ଦେଲେ ବଡ଼ ବୟାନ କହିଲେ..

ଦିନିକିଆ ସିରିଜ ପରେ ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବା ପାଇଁ ଦାବି କରାଯାଉଛୁ କିନ୍ତୁ ଆକାଶ ଚୋପ୍ରାଙ୍କ ମାନିବା ଅଟେ କି ବିରାଟ କୋହଲି ହିଁ ବେଷ୍ଟ ଅଧିନାୟକ ଅଟେ।

Google

ଅଷ୍ଟ୍ରେଲିଆ ବିପକ୍ଷରେ ଏକଦିବସିୟ ସିରିଜ ହାରିବା ପରେ ପୁଣି ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବା ପାଇଁ ଦାବି କରାଯାଉଛି। ପ୍ରଶଂସକଙ୍କ ଠୁ ନେଇକି ଅନେକ ପୂର୍ବ କ୍ରିକେଟର ତାଙ୍କୁ ହଟାଇବା ପାଇଁ ଦାବି କରୁଛନ୍ତି। ଏହି କଥା ଉପରେ ଆକାଶ ଚୋପ୍ରା କହିଛନ୍ତି କି ଭାରତୀୟ ଟିମ ପାଖରେ ବିରାଟ କୋହଲିଙ୍କ ଛଡା କୌଣସି ବିକଳ୍ପ ନାହିଁ।ବିରାଟ କୋହଲିଙ୍କ ଅଧିନାୟକତ୍ୱ ରେକର୍ଡ ଧୋନିଙ୍କ ଠୁ ଭଲ ଅଟେ।

ବିରାଟ କୋହଲିଙ୍କ ସମର୍ଥନରେ ଓହ୍ଲାଇଲେ ଆକାଶ ଚୋପ୍ରା:-

କ୍ରିକବଜର ଶୋ ରେ ଆକାଶ ଚୋପ୍ରା କହିଲେ,”ଲୋକଙ୍କ ମତିଷ୍କରେ ଆଇପିଏଲ ରହିଥାଏ ଓ ତାଙ୍କୁ ଲାଗିଥାଏ କି ବିରାଟଙ୍କ ଅଧିନାୟକତ୍ୱରେ ଆରସିବି ଭଲ ପ୍ରଦର୍ଶନ କରିନଥାଏ। କେବଳ ପ୍ରଶଂସକ ନୁହେଁ ପୂର୍ବ କ୍ରିକେଟର ମଧ୍ୟ ଏହି କଥା କହୁଛନ୍ତି। ମୋର ବିଚାରରେ ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନି ରହିଛନ୍ତି। ଏବେ ଯଦି ଆପଣ ଧୋନିଙ୍କ ବିଜୟ ପ୍ରତିଶତ ବାହାର କରିବେ ତ ପାଖାପାଖି ୧୦ ପ୍ରତିଶତ ବିରାଟ କୋହଲି ତାଙ୍କଠୁ ସବୁଥିରେ ଆଗରେ। ଆମେ ମାନେ ଖାଲି ପାଟିରେ କହୁଛେ କିନ୍ତୁ ଖେଳ ଶାରୀରିକ ଖେଳା ଯାଇଥାଏ। ଶ୍ରେୟସ ଅୟରଙ୍କୁ ବି ବାହାର କରିବାକୁ ଦାବି କରାଯାଉଛି”।

Google

ଆକାଶ ଚୋପ୍ରା ଆଗକୁ କହିଛନ୍ତି,”ଯଦି ନିଜେ ବିରାଟ କୋହଲି ଅଧିନାୟକତ୍ୱ ଛାଡିଦେବେ ତ ଟିମ ଇଣ୍ଡିଆ ପାଖରେ ଅଧିନାୟକର କୌଣସି ବିକଳ୍ପ ନାହିଁ। ଉପସ୍ଥିତ ଟିମରେ ବିରାଟ କୋହଲି ବେଷ୍ଟ। ସେ ଅଧିନାୟକରେ ଭଲ ପ୍ରଦର୍ଶନ କରିଥାନ୍ତି। କୋହଲି ଆଇସିସି ଟ୍ରଫି ଜିତି ନାହାଁନ୍ତି କିନ୍ତୁ ସେ ସେମିଫାଇନାଲ ଓ ଫାଇନାଲରେ ପହଁଚିଛନ୍ତି।ବିରାଟ କୋହଲିଙ୍କୁ ଆପଣ ଅଧିନାୟକତ୍ୱରୁ ଏପରି ହଟାଇପାରିବେନି। ତାଙ୍କର ବିଜୟ ପ୍ରତିଶତ ଅଧିକ ଅଟେ”।

ନେହେରା ବି ବିରାଟ କୋହଲିଙ୍କୁ ସମର୍ଥନ କଲେ:-

ଆଶିଷ ନେହେରା ବି ବିରାଟ କୋହଲିଙ୍କ ଅଧିନାୟକତ୍ୱକୁ ସମର୍ଥନ କରିଛନ୍ତି। ନେହେରା କହିଛନ୍ତି,”ଯଦି ଆରସିବି ପୂର୍ବ ଦୁଇଟି ଆଇପିଏଲ ଜିତିଥାନ୍ତା ତେବେ ଅଧିନାୟକଙ୍କ ଉପରେ ଚର୍ଚ୍ଚା ହୋଇନଥାନ୍ତା। ଆଇପିଏଲରେ ଆପଣ ଅଧିନାୟକତ୍ୱକୁ ମାପିପାରିବେ ନାହିଁ। ରୋହିତ ଶର୍ମାଙ୍କୁ ଯଦି ଅଧିନାୟକ କରିବ ତ ୨୦୨୩ ଭିତରେ ନିଯୁକ୍ତି କର। ତାଙ୍କୁ ଦୁଇଟି ଯାକ ଟିମର ଅଧିନାୟକ କରନ୍ତୁ। ଏପରି ହୋଇପାରିବନି କି ଏକଦିବସିୟ ଟିମରେ ବିରାଟ କୋହଲି ଓ ଟି-୨୦ରେ ରୋହିତ ଶର୍ମା। ଧୋନି ବିରାଟ କୋହଲିଙ୍କୁ ଅଧିନାୟକ କରିଥିଲେ। ଜଲ୍ଦିର ଆବଶ୍ୟକତା ନାହିଁ। ଏମିତି ହିଁ କେଏଲ ରାହୁଲ ଓ ରୋହିତ ଶର୍ମାଙ୍କୁ ଅଧିନାୟକ କରାଯାଇପାରିବନି। କଣ ଚୟନ କର୍ତାଙ୍କ ପାଖରେ କିଛି ପ୍ଲାନ ଅଛି। ଦୁଇଟି ମ୍ୟାଚରେ ବିରାଟ କୋହଲିଙ୍କୁ ମପାଯାଇପାରିବନି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *