ପାକିସ୍ତାନୀ ପୂର୍ବ ଦ୍ରୁତ ବୋଲର ସୋଏବ ଅଖତର ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ମେଲବର୍ଣରେ ଜୀତ ଦ୍ୱାରା ଭାରତୀୟ ଟିମର ଭରି ଭରିକି ପ୍ରଶଂସା କରିଛନ୍ତି। ଏହା ଆଗରୁ ଯେତେବେଳେ ଏଡିଲେଡ଼ ଗ୍ରାଉଣ୍ଡରେ ଭାରତର ପାଳି ୩୬ରନ ରେ ଅଟକି ଯାଇଥିଲା ତ ସେ ଆମ ଟିମର ବହୁତ ନିନ୍ଦା କରିଥିଲେ। ମାତ୍ର ଏବେ ତାଙ୍କର ସ୍ଵଭାବ ପରିବର୍ତ୍ତନ ହେଇ ଯାଇଛି। ବିଶ୍ୱର ଏହି ସବୁଠାରୁ ଦ୍ରୁତ ବୋଲର ସିରାଜଙ୍କର ସିଲେକ୍ସନ ଉପରେ ନେଇ କହିଛନ୍ତି କି ଭାରତ ତାର ପ୍ଲେୟର ମାନଙ୍କ ଉପରେ ବିଶ୍ୱାସ ରଖେ ଆଉ ତାଙ୍କର ଜାତି, ଧର୍ମ ତଥା ଅନ୍ୟ ସମସ୍ତ ନିର୍ବିଶେଷରେ ତାଙ୍କର ଚୟନ କରେ। ଏଠାରେ ବିରାଟ, ଶାମି ଆଉ ଇଶାନ୍ତଙ୍କ ବିନା ଟିମ ବହୁତ ଚମତ୍କାର ପ୍ରଦର୍ଶନ କରି ଦେଖେଇଛି।

ସେ ସ୍ପୋର୍ଟସ ଟୁଡେ ଚ୍ୟାନେଲର ଏକ ଇଣ୍ଟରଭିଉରେ କହିଲେ କି “ଟିମ ମୈଦାନ ଉପରେ ବନାଯାଇନଥାଏ। ଟିମ ଡ୍ରେସିଂ ରୁମରେ ତିଆରି ହେଇଥାଏ। ଏଡିଲେଡ଼ରେ ମାତ୍ର ୩୬ ରନରେ ଅଟକି ଯିବା ପରେ ସେମାନେ ଡ୍ରେସିଂ ରୁମରେ ସବୁଠୁ ବଡ଼ କାମ କଲେ। ମୁଁ ଆଜିଙ୍କ୍ୟ ରାହାଣେଙ୍କୁ ଲଢୁଥିବାର ଦେଖିଲି। ଏହି ଲଢେଇ ବ୍ୟାଟ ଆଉ ବଲ ଭିତରେ ଥିଲା। ସେ ନିଜର ବ୍ୟାଟିଂରେ ଲଢେଇ କରୁଥିଲେ। ଟିମ ଇଣ୍ଡିଆ ପାଖରେ ବିରାଟ କୋହଲି ଆଉ ଇଶାନ୍ତ ଶର୍ମା ନଥିଲେ। ବିରାଟ କୋହଲି ଗୋଟେ ଟିମ ବରାବର ଆଉ ରୋହିତ ଶର୍ମା ବି। ତାଙ୍କ ବିନା ଟିମ ଅଧୁର ଅଟେ ଆଉ ବୋଲିଂରେ ବି ସୁଦୃଢ଼ ନଥିଲା। ଆଉ ଅଧା ଟିମ ଥିଲା ମାତ୍ର ସେମାନେ ଲଢେଇ କରିଥିଲେ।”
ଆହୁରି ଅଖତର କହିଲେ କି ” ରାହାଣେ ତାଙ୍କର ବ୍ୟାଟିଂ ତଥା ଅଧିନୟକତ୍ତ୍ୱ ରେ ଏହା ସ୍ପଷ୍ଟ କଲେ କି ସେ ନା କେବଳ ଜଣେ ବ୍ୟାଟ୍ସମ୍ୟାନ ବରଂ ଜଣେ ବହୁତ ବଡ଼ ବ୍ରାଣ୍ଡ ଭାବେ ବହାରିକି ଆସିବେ। ସେ ଅଧିନକତ୍ତ୍ୱରେ ବି ଚତୁରତା ଦେଖେଇଛନ୍ତି। କିପରି ଭାବେ ସେ ଅଶ୍ୱିନ ଆଉ ସିରାଜଙ୍କର ପ୍ରୟୋଗ କଲେ ତାହା ପ୍ରଶଂସନୀୟ ଥିଲା। ସିରାଜ ତାଙ୍କର ପିତାଙ୍କୁ ହରେଇବା ପରେ ତାଙ୍କ ପାଇଁ ସେଠାରେ ପ୍ରଦର୍ଶନ କରିବା ବହୁତ ମୁସ୍କିଲ ଥିଲା। ତାଙ୍କୁ ତାଙ୍କ ସାଥି ମାନଙ୍କର ସାହାରା ଦରକାର ଥିଲା। ଆଉ ତାଙ୍କୁ ସାହାରା ମିଳିଲା ବି। ଏହାଦ୍ୱାରା ଜଣା ପଡେ କି ଭାରତ ନିଜର ଡ୍ରେସିଂ ରୁମରେ ନିଜ ଖେଳାଳି ମାନଙ୍କ ଉପରେ ଭରସା ଦେଖାଏ ଆଉ ତାହା ବି ଜାତି ଧର୍ମ ତଥା ବର୍ଣ୍ଣ ନିର୍ବିଶେଷରେ।

ଆହୁରି କହିଲେ” ଏହା ସିରାଜଙ୍କ ପିତାଙ୍କ ପାଇଁ ବହୁତ ବଡ଼ ମୁହୂର୍ତ୍ତ ହେଇ ପାରିଥାନ୍ତା ମାତ୍ର ଦୁର୍ଭାଗ୍ୟ ବଶତଃ ସେ ଏହା ଦେଖି ପାରିଲେ ନାହିଁ ବା ଦେଖିବାକୁ ସକ୍ଷମ ନଥିଲେ। ଆଉ ମୁଁ ଭାରତୀୟ ଡ୍ରେସିଂ ରୁମର ଅବସ୍ଥା ଦେଖିକି ଏହା କହି ପାରିବି କି ଭାରତ ପୁଣି ଏକଜୁଟ ହେଇଯାଇଛି। ଏବେ ତାଙ୍କୁ ସିରିଜ ଜିତିବାକୁ ହେବ। ଏଥିରେ ରାହାଣେଙ୍କର ମୁଖ୍ୟ ଭୂମିକା ରହିବ ଆଉ ଏହା ସହିତ ବୁମରାହ ଆଉ ଅନ୍ୟ ଖେଳାଳି ମାନଙ୍କର ଫିଟ ରହିବା ବି ଜରୁରୀ ଅଟେ।”
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।