ଏଡ଼ିଲେଡ଼ ଟେଷ୍ଟର ଦ୍ୱିତୀୟ ପାରିରେ ଭାରତୀୟ ଦଳ ମାତ୍ର ୩୬ ରନରେ ଅଟକିଯାଇଥିଲା ଓ ଟିମ ଇଣ୍ଡିଆକୁ ୮ ଉଇକେଟରେ ହାରିବାକୁ ପଡିଲା। ଏବେ ସୋଏବ ଅକତର କହିଛନ୍ତି ଏହି କଥା।

ଭାରତୀୟ ଦଳ ଏଡ଼ିଲେଡ଼ ଟେଷ୍ଟରେ ହାରିବା ପରେ ପ୍ରତିକାମ ପାଇଁ ଟିମକୁ ସମାଲୋଚନା କରାଯାଉଛି । ପୂର୍ବ କ୍ରିକେଟର ଲଗାତର ଟିମ ଇଣ୍ଡିଆର ଖେଳାଳୀ ମାନଙ୍କ ଉପରେ ପ୍ରଶ୍ନ କରିଛନ୍ତି। ପାକିସ୍ତାନର ପୂର୍ବ କ୍ରିକେଟର ସୋଏବ ଅକତର ମଧ୍ୟ ଏଥିରେ ସାମିଲ ଅଛନ୍ତି। ସୋଏବ ଅକତର ନିଜ ୟୁଟୁବ ଚ୍ୟାନେଲରେ କହିଛନ୍ତି ଭାରତୀୟ ଦଳ ଏଡ଼ିଲେଡ଼ ଟେଷ୍ଟରେ ହାରିବା ପରେ ଟିମକୁ ନିଜର ଅଧିନାୟକ ଓ କ୍ରିକେଟ ଉପରେ ଦୃଷ୍ଟି ଦେବା ଆବଶ୍ୟକ ଅଟେ।
ସୋଏବ ଅକତର ଭାରତୀୟ ଦଳ ଉପରେ ଦେଲେ କଡା ବୟାନ:
ସୋଏବ ଅକତର ନିଜ ୟୁଟୁବ ଚ୍ୟାନେଲରେ ଟିମ ଇଣ୍ଡିଆକୁ ବହୁତ ସମାଲୋଚନା କରିଛନ୍ତି। ସେ କହିଛନ୍ତି ତାଙ୍କୁ ଏଡ଼ିଲେଡ଼ ଟେଷ୍ଟର ସ୍କୋରବୋର୍ଡ ଦେଖି ବିଶ୍ୱାସ ହେଲା ନାହିଁ କି ଭାରତ ମାତ୍ର ୩୬ ରନ କରିଛି। ସେ କହିଛନ୍ତି ଏଡ଼ିଲେଡ଼ ଟେଷ୍ଟ ହାରିବା ପରେ ଟିମ ଇଣ୍ଡିଆକୁ ଏହା ଭାବିବା ଆବଶ୍ୟକକି ଅଧିନାୟକ ବଦଳାଯିବ ନାହିଁ।ସୋଏବ ଅକତର କହିଛନ୍ତି,”ଏଡ଼ିଲେଡ଼ ଟେଷ୍ଟ ପରେ ଜଣାପଡିବ କି ହିନ୍ଦୁସ୍ତାନ ଟିମକୁ ଭାଙ୍ଗିବାକୁ ପଡିବ ,ଯୋଡିବାକୁ ପଡିବ ନା ଅଧିନାୟକ ପରିବର୍ତ୍ତନ କରିବାକୁ ପଡିବ ନା ନାହିଁ। ମୁଁ ଇସାରା କରୁଛି ଅଧିନାୟକଙ୍କର। ଏଇଠୁ ହିନ୍ଦୁସ୍ତାନ କଣ ଭାବିବା ଏହା ଜରୁରୀ”।
ସୋଏବ ଅକତର ରହାଣେଙ୍କର ଆଲୋଚନା କରିଛନ୍ତି:
ଜିମ୍ବାୱେ ଆଉଟ ହୋଇଥାନ୍ତି,ସବୁ ଟିମ ହୋଇଥାନ୍ତି। ହିନ୍ଦୁସ୍ତାନ କହିଥାଏ କି ଆମେ ନମ୍ବର ୧ ଟିମ ପୁଣି ଏପରି ପ୍ରଦର୍ଶନ ହୋଇଥାଏ ତ ବହୁତ କଷ୍ଟ ହୋଇଥାଏ। ଏହିଭଳି ଫିଟନେସ ଓ କ୍ୟାଚ ଛାଡି ମ୍ୟାଚ ଜିତାଯାଇନଥାଏ। ରାହାଣେ ପ୍ରଥମ ପାରିରେ କୋହଲିଙ୍କୁ ରନ ଆଉଟ କରାଇଦେଲେ। ରାହାଣେ ବିରାଟଙ୍କ ଅଧିନାୟକତ୍ୱକୁ ମାରିଛନ୍ତି। ଯଦି ସେଠାରୁ ବିରାଟ ୧୫୦ ବା ୨୦୦ କରିଥାନ୍ତା ମ୍ୟାଚ ଆଉକିଛି ହୋଇଥାନ୍ତା।
ହାରିବା ପରେ ସୋଏବ ଅକତର ହିନ୍ଦୁସ୍ତାନକୁ କହିଲେ ଧନ୍ୟବାଦ:
ଭିଡ଼ିଓ ଦ୍ଵାରା ସୋଏବ ଅକତର ହିନ୍ଦୁସ୍ତାନକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ସେ କହିଛନ୍ତି ପାକିସ୍ତାନ ତ ଅଷ୍ଟ୍ରେଲିଆରେ ୫୩ ରନରେ ଅଟକିଯାଇଥିଲା କିନ୍ତୁ ହିନ୍ଦୁସ୍ତାନ ୩୬ ରନରେ ଅଲଆଉଟ ହୋଇ ତାକୁ ବି ପଛରେ ପକାଇଦେଲା। ସୋଏବ ଅକତର କହିଛନ୍ତି ଅଷ୍ଟ୍ରେଲିଆ ଭାରତ ଉପରେ ଶକ୍ତ ପ୍ରହାର କରିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।