ଶାହାରୁଖ ଖାନ ଓ ଅକ୍ଷୟ କୁମାରଙ୍କୁ ସ୍କ୍ରିନରେ ଏକ ସାଙ୍ଗରେ ଦେଖିବା ବହୁତ ଅସମ୍ଭବ ଲାଗୁଛୁ। ଶାହାରୁଖ ଖାନ ଖୁଲାସା କରିଛନ୍ତିକି କଣ ପାଇଁ ଦୁହେଁ ଏକାସାଥିରେ ଫିଲ୍ମରେ ଆସିପାରିବେ ନାହିଁ। ଶାହାରୁଖ ଖାନ ଓ ଅକ୍ଷୟ କୁମାରଙ୍କ ଯୋଡି ଆଜି ପର୍ଯ୍ୟନ୍ତ ଫିଲ୍ମରେ ଦେଖାଯାଇନାହିଁ। ଆଜି ଆମେ ଆପଣଙ୍କୁ ଦୁହେଁ ଏକାସାଥିରେ ନଦେଖାଯିବାର କାରଣ କହିବୁ।

ଶାହାରୁଖ ଖାନ ନିଜେ କହିଲେ କାରଣ:-
ଏକ ରିପୋର୍ଟ ଅନୁସାରେ ଶାହାରୁଖ ଖାନଙ୍କୁ ଯେବେ ଅକ୍ଷୟ କୁମାରଙ୍କ ସହ ଏକାଠି କାମ କରିବା ବିଷୟରେ ପଚରାଗଲା ସେ କହିଲେ,”ମୁଁ ଏହି ବିଷୟରେ କଣ କହିପାରିବି?ମୁଁ ତାଙ୍କ ଭଳି ସକାଳୁ ଜଲ୍ଦି ଉଠିପାରିବି ନାହିଁ। ଯେବେ ଅକ୍ଷୟ ଉଠେ ମୁଁ ସେବେ ଶୋଇବାକୁ ଯାଇଥାଏ। ତାଙ୍କ ଦିନର ଆରମ୍ଭ ତଡ଼କା ହୋଇଥାଏ। ଯେବେ ମୁଁ କାମର ଆରମ୍ଭ କରିବାକୁ ଯାଇଥାଏ ସେହି ସମୟରେ ସେ ଘରକୁ ଯିବାକୁ ବାହାରିଥାନ୍ତି। ମୁଁ ନିଶାଚର ଅଟେ। ଅଧିକତମ ଲୋକଙ୍କୁ ରାତିରେ ସୁଟିଙ୍ଗ କରିବା ପସନ୍ଦ ହୋଇନଥାଏ”। ଶାହାରୁଖ ଖାନ ଏପରି ମଜାକରେ କହିଥିଲେ । ସେ ଆଗକୁ କହିଥିଲେ”ଅକ୍ଷୟଙ୍କ ସହ କାମ କରିବା ମସ୍ତିଭରା ହେବ ।ଦୁହେଁ ସେଟରେ ମିଳିବୁ ନାହିଁ ସେ ଯାଉଥିବେ ଓ ମୁଁ ଆସୁଥିବି। ମୁଁ ତାଙ୍କ ସହ କାମ କରିବାକୁ ଚାହିଁବି କିନ୍ତୁ ଆମ ଦୁହିଁଙ୍କ ଟାଇମିଙ୍ଗ ମ୍ୟାଚ ହେବନାହିଁ”। ଅକ୍ଷୟ କୁମାର ଶାହାରୁଖ ଖାନଙ୍କ ୧୯୯୭ରେ ଆସିଥିବା ଫିଲ୍ମ “ଦିଲ ତୋ ପାଗଲ ହେ”ରେ କୈମିୟୋ କରିଛନ୍ତି। ଏହା ପରେ ଅକ୍ଷୟଙ୍କର ୨୦୦୭ରେ ଆସିଥିବା ଫିଲ୍ମ “ହେ ବେବି” ର ସଙ୍ଗ “ମସ୍ତ କଲେନ୍ଦର” ରେ ଶାହାରୁଖ ଖାନ କୈମିୟୋ କରିଛନ୍ତି।

ଟାଇମିଙ୍ଗ ଛଡା କାମ କରିବାର ଉପାୟ ବି ଅଟେ ଭିନ୍ନ:-
ଶାହାରୁଖ ଖାନ ଓ ଅକ୍ଷୟ କୁମାରଙ୍କ ଟାଇମିଙ୍ଗ ଛଡା ଫିଲ୍ମ କରିବାର ଉପାୟ ବି ଭିନ୍ନ ଭିନ୍ନ ଅଟେ । ଶାହାରୁଖ ଖାନ ଯେଉଁଠି ବର୍ଷକୁ ୧-୨ ଟି ଫିଲ୍ମ କରିଥାନ୍ତି କିନ୍ତୁ ଅକ୍ଷୟ ବର୍ଷକୁ ୩-୪ ଟି ଫିଲ୍ମ ଦର୍ଶକଙ୍କ ପାଇଁ ନେଇ ଆସିଥାନ୍ତି। ଶାହାରୁଖ ଖାନଙ୍କ ଶେଷ ବିତିଯାଇଥିବା ଫିଲ୍ମ “ଜିରୋ” ବକ୍ସ ଅଫିସରେ ମସ୍ତ ରହିଲା। ତାଙ୍କର ଆଗାମୀ ଫିଲ୍ମ ଏଷ୍ଟ୍ରୋନୋଟ ରାକେଶ ଶର୍ମାଙ୍କ ବାୟୋପିକ” ସାରେ ଯାହା ସେ ଆଛା” ଅଟେ। ଏହି ଫିଲ୍ମରେ ଶାହାରୁଖ ଖାନ ପୁରା ଅଲଗା ଅନ୍ଦାଜରେ ଦେଖାଯିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।