ଭାରତୀୟ ଦଳର ଅଲରାଉଣ୍ଡର ଅକ୍ସର ପଟେଲ ନିଜର ଗାର୍ଲଫ୍ରେଣ୍ଡ ମେହାଙ୍କ ସହ ନିର୍ବନ୍ଧ ଶେଷ କରିଦେଇଛନ୍ତି। ଅକ୍ସର ଏହି ଫଟୋ ଇଂସ୍ଟଗ୍ରାମରେ ସେୟାର କରି ସୂଚନା ଦେଇଛନ୍ତି। ୨୦ ଜାନୁଆରୀକୁ ତାଙ୍କର ଜନ୍ମଦିନ ଥିଲା। ଏହାକୁ ନେଇ କେତେକ ଖେଳାଳି ମଧ୍ୟ ତାଙ୍କର ଜନ୍ମଦିନର ଶୁଭକାମନା ଦେଇଥିଲେ।

ସେ ଇଂସ୍ଟଗ୍ରାମରେ ନିର୍ବନ୍ଧ ଫଟୋ କିଛି ସେୟାର କରିଥିଲେ। ଏବଂ ଏହା ସହ ସେ ଲେଖିଥିଲେ କି, “ଜୀବନର ଏହା ନୂଆ ଆରମ୍ଭ ଅଟେ,ସବୁବେଳ ପାଇଁ ଆମେ ଏକାସାଥ ହେଲେ, ସବୁବେଳ ପାଇଁ ତୁମକୁ ଭଲପାଏ”। ଏହା ସହ ଅକ୍ସର କିଛି ଫଟୋ ବି ସେୟାର କରିଛନ୍ତି ଯାହା ଆପଣ ତଳେ ଦେଖିପାରୁଥିବେ। ଦୁହେଁ ଦୁହିଁଙ୍କୁ ନିର୍ବନ୍ଧ ମୁଦି ପିନ୍ଧାଉଥିବାର ନଜର ଆସୁଛନ୍ତି।
ସାଥି ଖେଳାଳି ଯେପରିକି ଋଷଭ ପନ୍ତ, ଇଶାନ କିଷାନ, ଉମେଶ ଯାଦବଙ୍କ ଭଳି କ୍ରିକେଟର ମଧ୍ୟ ତାଙ୍କୁ ବଧାଇ ଜଣାଇଥିଲେ। ଗୁଜୁରାତି ଭାବରେ ଜୟଦେବ ଉନାଦକଦ ମଧ୍ୟ ଅକ୍ସରଙ୍କୁ ବଧାଇ ଦେଇଥିଲେ।

ପୂର୍ବ ବର୍ଷ କରିଥିଲେ ଟେଷ୍ଟ ଡେବ୍ୟୁ: ଆଘାତ ଯୋଗୁଁ ସେ ଦକ୍ଷିଣ ଆଫ୍ରିକା ଯାଇପାରିନଥିଲେ। ସେ ଶ୍ରୀଲଙ୍କା ସହ ମ୍ୟାଚ ଖେଳିବା ନେଇ ମଧ୍ୟ ପକ୍କା ନାହିଁ। ଦେଖିବାକୁ ହେବ ସେ କେବେ ମୈଦାନକୁ ଫେରୁଛନ୍ତି। ପୂର୍ବ ବର୍ଷ ଅକ୍ସର ସୁନ୍ଦର ଫର୍ମରେ ଥିଲେ। ଇଂଲଣ୍ଡ ବିପକ୍ଷରେ ସେ ଡେବ୍ୟୁ କରିଥିଲେ। ୩ଟି ଟେଷ୍ଟରେ ୨୭ଟି ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ। ଏହା ସହ ଭାରତୀୟ ଦଳ ୩-୧ ରେ ସିଜିର ନିଜ ନାମରେ କରିଥିଲେ। କ୍ୟାପଟେନ ବିରାଟ କୋହଲି ଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।