ଅକ୍ଷୟ କୁମାର ଶିଳ୍ପା ସେଠୀଙ୍କ ସହିତ ବିବାହ କରିବାପାଇଁ ରଖିଥିଲେ ଏହି ସର୍ତ୍ତ, ଆକ୍ଟର କରିଦେଇଥିଲେ ମନା ।

Akshay Kumar had kept this condition for marriage to Shilpa Shetty the actress refused, Bollywood, Akshay Kumar, Nitidina, News

ବଲିଉଡର ଖିଲାଡି ଏବଂ ସବୁଠାରୁ ଆକ୍ଟିଭ ଅବିନେତା ଅକ୍ଷୟ କୁମାର ଏହି ଦନରେ ନିଜ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍ବ’ର ପ୍ରମୋଶନରରେ ଲାଗିରହିଛନ୍ତି । ଏହା ସହିତ ସେ ତାଙ୍କ ଚଳଚ୍ଚିତ୍ର ବେଲ ବାଁଟମର ସୁଟିଙ୍ଗ ପୁରା କରିକି ଭାରତ ପୁଣି ଫେରିଆସିଛନ୍ତି । ଅକ୍ଷୟ କୁମାର ବଲିଉଡର ଏପରି ଏକ ଅଭିନେତା ଅଟନ୍ତି ଯାହାର ବର୍ଷକୁ ୪ ରୁ ୫ଟି ଚଳଚ୍ଚିତ୍ର ରିଲିଜ ହୋଇଥାଏ । ମୁମ୍ବାଇ ଆସିବା ପରେ ଅକ୍ଷୟ କୁମାର ନିଜର ଆଗାମୀ ଫିଲ୍ମ ‘ପୃଥ୍ୱୀରାଜ’ର ସୁଟିଂ ଆରମ୍ଭ କରିଦେଲେଣି ।

Google

ଅକ୍ଷୟ କୁମାର ୯୦ ଦଶକ ଠାରୁ ଆଜି ପର୍ଯ୍ୟନ୍ତ ବହୁତ ହିରୋଇନଙ୍କ ସହ କାମ କରିଛନ୍ତି । ଆଜି ଆମେ କହିବାକୁ ଯାଉଛୁ ସେହି ହିରୋଇନଙ୍କ ବିଷୟରେ ଯିଏ ଅକ୍ଷୟ କୁମାରଙ୍କ ଉପରେ ବହୁତ ଆରୋପ ଲାଗେଇଥିଲେ ।

ଆମେ କହୁଛୁ ବଲିଉଡର ଅଭିନେତ୍ରୀ ଶିଳ୍ପା ସେଠୀଙ୍କ ବିଷୟରେ । ଆଜ୍ଞା ହଁ, ଶିଳ୍ପା ସେଠୀ ଓ ଅକ୍ଷୟ କୁମାର ଏକା ସହ ବହୁତ ଫିଲ୍ମ କରିଛନ୍ତି । ଦୁଇ ଜଣକ ପ୍ରଥମ ଫିଲ୍ମ ୧୯୯୪ ରେ ‘ମେ ଅନାଡ଼ି ତୁ ଖିଲାଡ଼ି’ ହୋଇଥିଲା । ଏହାପରେ ‘ଜାନବର’ଫିଲ୍ମରେ ଉଭୟ କାମ କରିଥିଲେ । ଏହା ମଧ୍ୟରେ ଦୁହିଁଙ୍କ ମଧ୍ୟରେ ନିକଟତା ବଢିଥିଲା ଓ ଉଭୟ ଡେଟିଂ ମଧ୍ୟ କଲେ । ସେମିତିରେ ଅକ୍ଷୟ କୁମାରଙ୍କ ଜୀବନରେ ବହୁତ ଝିଅ ଆସିଛନ୍ତି ହେଲେ ଶିଳ୍ପା ସେଠୀ ଅଲଗା ଥିଲେ ।

ରବିନା ଟଣ୍ଡନଙ୍କ ସହ ବ୍ରେକଅପ ପରେ ଅକ୍ଷୟ ଶିଳ୍ପାଙ୍କୁ ଡେଟିଂ କରୁଥିଲେ:

ବଲିଉଡର ଅକ୍ଷୟ ରବିନା ଟଣ୍ଡନଙ୍କୁ ଡେଟିଂ କରୁଥିଲେ । କେବଳ ଏତିକି ନୁହେଁ ଦୁହେଁ ବିବାହ ମଧ୍ୟ କରିଥାନ୍ତେ । ସେହି ସମୟରେ ଅକ୍ଷୟଙ୍କ ଜୀବନରେ ଶିଳ୍ପା ସେଠୀ ଆସିଲେ । ଉଭୟଙ୍କ ନିକଟତର ହେଲେ ଓ ଅକ୍ଷୟଙ୍କ ରବିନାଙ୍କ ସହ ବ୍ରେକ ଅପ ହେଲା ।

Google

ରବିନାଙ୍କୁ ଛାଡିବା ପରେ ଅକ୍ଷୟ ଶିଳ୍ପା ସେଠୀଙ୍କୁ ଡେଟିଂ କଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ଗଢି ଉଠିଲା । ଏହାପରେ ଦୁଇଜଣ ଧଡ଼କନ ଫିଲ୍ମରେ ମଧ୍ୟ କାମ କରିଥିଲେ । ଏହି ଫିଲ୍ମରେ ସେ ଦୁହେଁ ସ୍ୱାମୀ ସ୍ତ୍ରୀର ଭୂମିକା ଲିଭେଇଲ । ଏହା ସୁପରହିଟ ହୋଇଥିଲା ।

ଏହି କାରଣରୁ ହୋଇଥିଲା ଶିଳ୍ପା ଓ ଅକ୍ଷୟଙ୍କ ବ୍ରେକଅପ:

କହିରଖିଛୁ କି ଧଡ଼କନ ସୁଟିଂ ବେଳେ ଶିଳ୍ପାଙ୍କ ସାଙ୍ଗ ଟ୍ଵିଙ୍କିଲ ଖାନା ବି ଆସୁଥିଲେ । ସେହି ସମୟରେ ଅକ୍ଷୟଙ୍କ ହୃଦୟ ପୁଣି ଶିଳ୍ପାଙ୍କ ସାଙ୍ଗ ଟ୍ଵିଙ୍କିଲ ଖାନାଙ୍କ ଉପରେ ଆସିଲା । ଟ୍ଵିଙ୍କିଲ ଖାନା ଓ ଅକ୍ଷୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହେଲା । ଯେବେ ଏହି କଥା ଶିଳ୍ପା ଜାଣିଲେ ସେ ଚୁପ ହୋଇ ବସିଲେ ନାହିଁ । ଏହାପରେ ସେ ବହୁତ ହଙ୍ଗାମା କଲେ ଓ ପରେ ଅକ୍ଷୟଙ୍କ ସହ ବ୍ରେକଅପ କରିଦେଇଥିଲେ ।

ଶିଳ୍ପାଙ୍କ ବିବାହ ପାଇଁ ଅକ୍ଷୟ ରଖିଥିଲେ ଏହି ସର୍ତ୍ତ:

ଅକ୍ଷୟ ଶିଳ୍ପାଙ୍କ ସହ ବିବାହ କରିବାକୁ ଚାହୁଁଥିଲେ ହେଲେ ଏପରି ଏକ ସର୍ତ୍ତ ରଖିଥିଲେ । ସର୍ତ୍ତ ଥିଲା କି ଯଦି ଶିଳ୍ପା ଫିଲ୍ମ କ୍ୟାରିୟର ଛାଡିଦେବେ ତେବେ ଅକ୍ଷୟ ତାଙ୍କ ସହ ବିବାହ କରିବେ ।ହେଲେ ଶିଳ୍ପାଙ୍କୁ ଏହା ମଞ୍ଜୁର ନଥିଲା ।

Shilpa Shetty to Twinkle Khanna: 8 Bollywood actresses who have police  cases filed against them - IBTimes India
Google
ଶିଳ୍ପା ଅକ୍ଷୟଙ୍କ ଉପରେ ଏହି ଆରୋପ ଲାଗେଇଥିଲେ:

ପରେ ଅକ୍ଷୟ କୁମାର ଟ୍ଵିକିଲ ଖାନାଙ୍କ ସହ ବିବାହ କରିଦେଲେ ହେଲେ ଶିଳ୍ପା ଚୁପ ହୋଇ ବସିନଥିଲେ । ଶିଳ୍ପା ଏକ ଇଣ୍ଟରର୍ଭିୟୁରେ କହିଲେ କି “ଅକ୍ଷୟ ମତେ ଧୋକା ଦେଇଛନ୍ତି । ସେ ଅନ୍ୟ ଝିଅ ପାଇଁ ମୋ ସହ ଖରାପ କଲେ ଓ ମୋତେ ବ୍ୟବହାର କଲେ” । ଶିଳ୍ପାଙ୍କ ଏହି ଆରୋପ ପରେ ସୋସିଆଲ ମିଡିଆରେ ଶିଳ୍ପା ଓ ଅକ୍ଷୟଙ୍କୁ ନେଇ ବହୁତ କଥା ବାହାରିଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *