ଅକ୍ଷୟ କୁମାର ବଢ଼ାଇଲେ ସାହାଯ୍ୟର ହାତ, କାଶ୍ମୀରର ଏକ ସ୍କୁଲ ପାଇଁ ଖର୍ଚ୍ଚ କଲେ ୧ କୋଟି ଟଙ୍କା

ବଲିଉଡ଼ର ଅଭିନେତା ଅକ୍ଷୟ କୁମାର କାଶ୍ମୀରର ଏକ ସ୍କୁଲକୁ ପୁନରୁଦ୍ଧାର ପାଇଁ କଥିତ ରୂପରେ ଏକ କୋଟି ଟଙ୍କା ଦାନ କରିଛନ୍ତି। କହିରଖିବୁକି ଅକ୍ଷୟ କୁମାର ୧୭ ଜୁନକୁ ଜାମ୍ମୁ-କାଶ୍ମୀରରେ ସୀମା ସୁରକ୍ଷାବଳଙ୍କ ସହିତ ବିତାଇଥିଲେ। ଏହି ସମୟରେ କାଶ୍ମୀରର ନିରୁଗ୍ରାମରେ ଏକ ଜର୍ଜର ସ୍କୁଲକୁ ପୁନରୁଦ୍ଧାର ପାଇଁ ଏକ କୋଟି ଟଙ୍କା ଦେବେ ବୋଲି କହିଥିଲେ।

Google

ସ୍ପୋର୍ଟବଏରେ ପ୍ରକାଶିତ ଖବର ଅନୁସାରେ ସ୍କୁଲ ପାଇଁ ୨୭ ଜୁଲାଇକୁ ଆଧାରଶିଳା ରଖିଦିଆଯାଇଛି। ଏହି ସ୍କୁଲର ନାମ ଅକ୍ଷୟ କୁମାରଙ୍କ ସ୍ବର୍ଗତ ବାପା ହରିଓମ ଭାଟିଆଙ୍କ ନାମ ଅନୁସାରେ ରଖାଯାଇଛି। ସେହିପରି ବିଏସଏଫ ଦ୍ଵାରା ଏକ ଟ୍ୱିଟ କରି ମଧ୍ୟ ଏହି କଥାର ସୂଚନା ଦିଆଯାଇଛି।

ସେହି ଟ୍ୱିଟରେ ଲେଖାଯାଇଛି,”ଡିଜି ବିଏସଏଫ ଶ୍ରୀ ରାକେଶ ଅସ୍ଥାନାଙ୍କ ସହିତ ପଦ୍ମଶ୍ରୀ ଅକ୍ଷୟ କୁମାର ଆଜି ୱେବ ଲିଙ୍କ ମାଧ୍ୟମରେ ଶ୍ରୀମତି ଅନୁ ଅସ୍ଥାନା ଓ ଡିଜି ବେଷ୍ଟନ କମାଣ୍ଡ ବିଏସଏଫ ସୁରେନ୍ଦ୍ର ପବାରଙ୍କ ଉପସ୍ଥିତରେ ସରକାରୀ ମିଡିଲ ସ୍କୁଲ ନିରୁ,କାଶ୍ମୀରରେ ହରିଓପ ଭାଟିଆ ଏଜୁକେସନ ବ୍ଲୋକର ଆଧାରଶିଳା ରଖାଗଲା”।

କହିରଖିବୁକି ଏବେ ଅକ୍ଷୟ କୁମାର ନିଜର ଆସୁଥିବା ଫିଲ୍ମ “ବେଲ ବଟମ”ର ରିଲିଜକୁ ଓଏଟ କରିଛନ୍ତି। ଯଦି ମହାରାଷ୍ଟ୍ର ସରକାର ଅଗଷ୍ଟରେ ମୁମ୍ବାଇ ଓ ମହାରାଷ୍ଟ୍ରର ସିନେମା ହଲ ଖୋଲିବେ ତେବେ ଏହି ଫିଲ୍ମ ୧୫ ଅଗଷ୍ଟକୁ ରିଲିଜ ହୋଇପାରେ। ଏହା ସହ ତାଙ୍କ ଆଉ ଏକ ଫିଲ୍ମ”ସୂର୍ଯ୍ୟବଂଶୀ” ମଧ୍ୟ ରିଲିଜ ଅପେକ୍ଷାରେ ଅଛି। ଏହି ଫିଲ୍ମକୁ ନେଇ ମଧ୍ୟ ଏହା ଚର୍ଚାକି ଏହାକୁ ମଧ୍ୟ ଅଗଷ୍ଟ ୧୫ ଅବସରରେ ରିଲିଜ କରାଯାଇପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *