କରୋନାରେ ପ୍ରଭାବିତ କଳାକାରଙ୍କ ପାଇଁ ଅକ୍ଷୟ କୁମାର ଆସିଲେ ଆଗକୁ, ଦେଲେ ୨୫ ଲକ୍ଷ ଟଙ୍କା, ଦେଖନ୍ତୁ ଭିଡିଓ

ବଲିଉଡ଼ ଅଭିନେତା ଅକ୍ଷୟ କୁମାର କେବଳ ନିଜ ସୁନ୍ଦର ଅଭିନୟ ପାଇଁ ଜଣାଯାଇନଥାନ୍ତି ବରଂ ସେ ନିଜ ଭଲ କାର୍ଯ୍ୟ ପାଇଁ ମଧ୍ୟ ପରିଚିତ ଅଟନ୍ତି। ପୁଣି ଥରେ ଅକ୍ଷୟ କୋଭିଡ୧୯ ମହାମାରୀ ମଧ୍ୟରେ ନିଜର ମହାନତା ଦେଖାଇ ସଂସାର ଭାରତୀ କ୍ୟାମ୍ପେନ “ପିର ପରାଇ ଜାନେ ରେ” ୫୦ ଲକ୍ଷ ଟଙ୍କା ଡୋନେସନ ଦେଇଛନ୍ତି।

Google

ଲୋକଙ୍କୁ କଲେ ଏହି ଦାବି: ଡୋନେସନ ବିଷୟରେ ଅକ୍ଷୟ ଏକ ଭିଡ଼ିଓ ଜରିଆରେ ଲୋକଙ୍କୁ ସୂଚନା ଦେଇଛନ୍ତି। ଏହା ସହିତ ଭିଡ଼ିଓ ଜରିଆରେ ଅକ୍ଷୟ ଲୋକଙ୍କୁ ମ୍ୟାସେଜ ଦେଇଛନ୍ତିକି ସେମାନେ ଅସୁବିଧାରେ ଥିବା ଲୋକଙ୍କୁ ସାହାଯ୍ୟ କରନ୍ତୁ। ଅକ୍ଷୟଙ୍କ ଏହି ଡୋନେସନ ଦ୍ଵାରା ସେହି କଳାକାର ମାନଙ୍କୁ ଲାଭ ମିଳିବ ଯେଉଁମାନେ କରୋନାରେ ପ୍ରଭାବିତ ହୋଇଛନ୍ତି।

ଭିଡ଼ିଓରେ ଦେଲେ ଖାସ ସଂଦେସ: ସାମ୍ନାକୁ ଆସିଥିବା ଏହି ଭିଡ଼ିଓରେ ଅକ୍ଷୟ କୁମାରଙ୍କୁ ଏହା କହୁଥୁବାର ଆପଣ ଦେଖିପାରିବେ -କରୋନା ମହାମାରୀ ଲୋକଙ୍କ ସାମ୍ନାରେ ଆର୍ଥିକ ସଙ୍କଟ ଠିଆ କରିଛି ଓ ତାଙ୍କ ପାଖରେ ବିତିଯାଇଥିବା ଦୁଇ ବର୍ଷ ହେବ କାମ ନାହିଁ। ଆବଶ୍ୟକ ପଡିବା ସମୟରେ ଆକ୍ଟର ସବୁବେଳେ ଆଗକୁ ଆସିଥାନ୍ତି ଏହି ସମୟରେ ମଧ୍ୟ ମୋର ବିଶ୍ୱାସ ଅଛି ଅନେକ କଳା ସହିତ ଜଡିତ ଲୋକ କଳାକାରଙ୍କୁ ସାହାଯ୍ୟ କରିବେ।

ପୂର୍ବରୁ ମଧ୍ୟ କୋଟି କୋଟି ଟଙ୍କା ଡୋନେସନ ଦେଇସାରିଛନ୍ତି ଅକ୍ଷୟ କୁମାର: କହିରଖିବୁ ଏହା ପୂର୍ବରୁ ଅକ୍ଷୟ କେତେକ ସମୟରେ ଡୋନେସନ ଦେଇଛନ୍ତି ବୋଲି ଜଣା ଯାଇଛନ୍ତି। ପୂର୍ଵ ବର୍ଷ ସେ ପିଏମ କେୟର୍ସ ଫଣ୍ଡକୁ ୨୫ କୋଟି ଡୋନେସନ ଦେଇଥିଲେ। ଏହା ସହ ସେ ଅନେକ ଥର ଦେଶରେ ବନ୍ୟା, ବାତ୍ୟା ଓ ସହିଦ ଲୋକଙ୍କ ପରିବାରକୁ ମଧ୍ୟ ସହାୟତା କରିଥାନ୍ତି। କରୋନାର ଦ୍ୱିତୀୟ ଲହରୀ ସମୟରେ ମଧ୍ୟ ଅକ୍ଷୟ ନିଜ ପତ୍ନୀ ଟ୍ଵିଙ୍କିଲଙ୍କ ସହ ମିଶି ଅକ୍ସିଜେନ ଯୋଗାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *