ମିଳିବ ଅନଲାଇନରେ ମଦ! ଜିଲ୍ଲାପାଳଙ୍କ ବଡ଼ ବୟାନ। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଏକ ସୂତ୍ରରୁ ଜଣା ପଡ଼ିଛି କି ଓଡ଼ିଶାରେ ଘରକୁ ମଦ ପହଞ୍ଚାଇ ଦିଆଯିବ। ଅର୍ଥାତ ମଦର ହୋମ ଡେଲିଭରି କରା ଯାଇ ପାରିବ। ଓଡ଼ିଶାର ଅବକାରୀ ବିଭାଗ ଏ ନେଇ ଉଚିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଧେଶ ଦେଇଛି। ନିଜ ନିଜ ଜିଲ୍ଲା ମାନଙ୍କରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଧେଶ ଦିଆ ଯାଇଛି। ଖୋର୍ଦ୍ଧା ଜିଲାପାଳଙ୍କ ସୂଚନା ଅନୁଯାୟୀ ଭୁବନେଶ୍ୱର ଠାରେ ଅନଲାଇନ ମଦ ବିକା ଯିବ।ଠିପି ଖୋଲା ତଥା ଠିପି ବନ୍ଦ ମଦ ଦୋକାନ ମାନଙ୍କୁ ତଥା ଦେଶୀ ମଦ ଦୋକାନ ମାନଙ୍କୁ ହୋମ ଡେଲିଭରି କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି। ଆସନ୍ତୁ ଏହି ଗାଇଡ଼ ଲାଇନ୍ସ ବାବଦରେ ଅଧିକ ଜାଣିବା।

Google

ପ୍ରକୃତରେ ଲୋକ ମାନଙ୍କର ସୁରକ୍ଷା ପାଇଁ ହିଁ ଏପରି କରା ଯାଇଛି। ଏହାଦ୍ୱାରା ଲୋକମାନେ ଘରେ ରହିବେ, ସୁରକ୍ଷିତ ରହିବେ ତଥା ଆଉ ମଦ କିଣିବାକୁ ବାହାରକୁ ଯିବେ ନାହିଁ। ପୂର୍ବ ଥର ଯେପରି ନିୟମ କରା ଯାଇଥିଲା ଯାହାଦ୍ୱାରା ଲୋକମାନେ ଘରେ ରହୁଥିଲେ ଆଉ ମଦ ମଧ୍ୟ ମଗାଇ ପାରୁଥିଲେ ସେପରି ହି ଏଥର ବି ବ୍ୟବସ୍ଥା କରା ଯାଇଛି। ଆହୁରି ଅନେକ ଅମାନିଆ ଲୋକ ଅଛନ୍ତି ଯିଏ କି କିଛି ବି ନିୟମ ନ ମାନି ମଦ ଦୋକାନ ଲାଇନ ରେ ଗଣ୍ଡଗୋଳ କରୁଛନ୍ତି। ଏହାଦ୍ୱାରା ସେମାନେ ନିଜେ ତ ଅସୁରକ୍ଷିତ ରହୁଛନ୍ତି ଆଉ ଅନ୍ୟମାନଙ୍କୁ ବି ଅସୁରଖିତ କରି ଦେଉଛନ୍ତି। ତେଣୁ ଏହି ନିୟମ କରା ଯାଇଛି।

ଏବେ ବି ସମସ୍ତ ନିୟମ ଜିଲ୍ଲାପାଳଙ୍କ ହାତରେ ଅଛି। ସେ ହିଁ ନିଜର ଅଂଚଳ ମାନଙ୍କର ପରିସ୍ଥିତିକୁ ଯାଞ୍ଚ କରି ନିଷ୍ପତ୍ତି ନେବେ। ରାଜ୍ୟ ସରକାର ତ ନିୟମ କରିଛନ୍ତି ମାତ୍ର ଏବେ ବି ସବୁ କିଛି ଜିଲ୍ଲାପାଳଙ୍କ ହାତରେ ଅଛି। ସେହି ଅଂଚଳ ମାନଙ୍କର ଦେଶୀ ମଦ ଦୋକାନ ତଥା ଆଂଚଳିକ ଖାଦ୍ୟ ବିକ୍ରି କରୁଥିବା ଲୋକ ବି ମଦର ହୋମ ଡେଲିଭରି କରି ପାରିବ। ଏହା ଲୋକଙ୍କ ସ୍ୱରକ୍ଷା ପାଇଁ ହେଇଛି।

Google

ଆମେ ଅଧିକାଂଶ ସମୟରେ ଦେଖୁ କି ଭଲ ଲୋକାମନେ ଯିଏ ମଦର ଅଭ୍ୟସ୍ତ ସେ ନିୟମ ନ ମାନି ମଦ କିଣିବା ପାଇଁ ଯାଆନ୍ତି। ତେଣୁ ଏହାକୁ ଠିକ ଭାବରେ ଆଦାୟ କରିବା ପାଇଁ ସରକାର ଏହି ବ୍ୟବସ୍ଥା କରିଛନ୍ତି। ମଦ ଯେଉଁମାନଙ୍କ ପାଇଁ ଜରୁରୀ ସେମାନଙ୍କ ସୁବିଧା କରିବା ପାଇଁ ତଥା ସରକାରଙ୍କର ରାଜସ୍ୱ ବଢ଼େଇବା ପାଇଁ ଏହି ବ୍ୟବସ୍ଥା କରା ଯାଇଛି। ଏହାଦ୍ୱାରା ସରକାରଙ୍କୁ ଅନେକ ରାଜସ୍ୱ ବି ମିଳିଥାଏ।

ଏହାର ଅସୁବିଧା ଦେଖିବା ତ ପୂର୍ବ ବର୍ଷ ଏହାର ଅନ ଲାଇନରେ ବହୁତ ସାଇବର ଫ୍ରଡ଼ ହେଇଥିଲା ଯାହା କି ଏବର୍ଷ ହେବାର ସଂଭବନା ଅଛି ମାତ୍ର ଏହା ଉପରେ ଗୁରୁତ୍ତ୍ୱ ଦିଆଯିବ। ଆଉ ମଦ୍ୟ ପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ତଥାପି ଯଦି ଲୋକମାନେ ବେଆଇନ ଭାବେ ମଦ କିଣି ପିଉଛନ୍ତି ତାହେଲେ ସରକାର ଠିକ ଭାବରେ ଏହାକୁ କିଣି କଣ ପାଇଁ ରାଜସ୍ୱ ଆଦାୟ ନ କରିବେ। ତେଣୁ ଏହି ନିୟମ ଗ୍ରହଣୀୟ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *