ବିବାଦ ପରେ ଏବେ ଟିମ ସହିତ ପଡ଼ିଆକୁ ଓହ୍ଲାଇବେ ଅମ୍ବାତି ରାୟୁଡୁ,ଏହି ଦଳ ପକ୍ଷରୁ ଖେଳିବାର ନଜର ଆସିବେ।

ଅମ୍ବାତି ରାୟୁଡୁ ପ୍ରଥମେ ହାଇଦ୍ରାବାଦ ପାଇଁ ପ୍ରତିନିଧିତ୍ୱ କରୁଥିଲେ କିନ୍ତୁ ପରେ ସେ ହାଇଦ୍ରାବାଦ ଟିମ ଓ କୋଚଙ୍କୁ ନେଇ ଅନେକ ଆଲୋଚନା କରିଦେଇଥିଲେ।

Google

ଅମ୍ବାତି ରାୟୁଡୁ ବହୁତ ଜଲ୍ଦି ନୂଆ ଟିମ ସହିତ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ଅଛନ୍ତି। ପୂର୍ବ ବର୍ଷ ହାଇଦ୍ରାବାଦ କ୍ରିକେଟ ଆସୋସିଏସନରୁ ଅଲଗା ହେବା ପରେ ଏବେ ଅମ୍ବାତି ରାୟୁଡୁ ଆନ୍ଧ୍ରପ୍ରଦେଶ ପାଇଁ ଘରୋଇ କ୍ରିକେଟ ଖେଳିବେ।ତେଲେଙ୍ଗାନା ଟୁଡେର ଖବର ଅନୁସାରେ ବିସିସିଆଇର ଏକ ସୂତ୍ର କହିଛି ହାଇଦ୍ରାବାଦର ପୂର୍ବ ଅଧିନାୟକ ରାୟୁଡୁଙ୍କୁ ବୋର୍ଡ ତରଫରୁ ପତ୍ର ମିଳିଯାଇଛି। ସେ କରୋନା ଭାଇରସରେ ପ୍ରଭାବିତ ବିସିସିଆଇର ଏହି ସିଜନ ପୂର୍ବରୁ ବଡ଼ ଟୁର୍ଣ୍ଣାମେଣ୍ଟ ସୈୟଦ ମୁସ୍ତାକ ଅଲ୍ଲୀ ଚାମ୍ପିୟାନସିପରେ ଅଂଶ ଗ୍ରହଣ କରିବେ। ଟୁର୍ଣ୍ଣାମେଣ୍ଟର ଆରମ୍ଭ ଆଗାମୀ ବର୍ଷ ୧୦ ଜାନୁଆରୀକୁ ହେବ। ଖବର ଅନୁସାରେ ଆନ୍ଧ୍ର କ୍ରିକେଟ ଆସୋସିଏସନ କିଛି ଦିନ ପରେ ରାୟୁଡୁଙ୍କୁ ସାମିଲ ନେଇ ଘୋଷଣା କରିବେ।

୩୫ ବର୍ଷୀୟ ରାୟୁଡୁ ଦ୍ୱିତୀୟ ଥର ଆନ୍ଧ୍ର ପାଇଁ ଖେଳିବେ। ପୂର୍ବରୁ ସେ ସିଜନ ୨୦୦୩ ଓ ୨୦୦୪ରେ ଖେଳିବାର ନଜର ଆସିଥିଲେ। ପୂର୍ବ ବର୍ଷ ହିଁ କ୍ରିକେଟକୁ ଅଲବିଦା କହିଥିବା ରାଇଡୁ ୫୫ଟି ଦିନିକିଆ ଓ ୬ ଟି-୨୦ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି। ସେ ପୂର୍ଵ ବର୍ଷ ସନ୍ୟାସରୁ ଫେରିବା ପରେ ଟି-୨୦ ଓ ବିଜୟହଜାରେ ଟ୍ରଫିରେ ହାଇଦ୍ରାବାଦର ପ୍ରତିନିଧିତ୍ୱ କରିଥିଲେ କିନ୍ତୁ ସେ ରଣଜୀ ଟ୍ରଫି ଖେଳିପାରିନଥିଲେ ଓ ସେ କହିଥିଲେ ହାଇଦ୍ରାବାଦ ଟିମରେ ସବୁକିଛି ସଠିକ ଚାଲୁନାହିଁ।

Google

ସେ ପୂର୍ବ ବର୍ଷ ଏକ ଖବରକାଗଜର ଇଣ୍ଟରଭିଉରେ କହିଥିଲେ ଟିମରେ ବହୁତ ରାଜନୀତି ଚାଲୁଛି ଓ ଏହାର ପରିବେଶ କ୍ରିକେଟ ପାଇଁ ଠିକ ନୁହେଁ। ସେ ଟିମ ସହ ଭଲ ଅନୁଭବ କରିପାରୁନଥିଲେ। ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ସହ ସଫଳତା ହାସଲ କରିଥିବା ରାୟୁଡୁ ଅର୍ଜୁନ ଯାଦବ କୋଚ ହେବା ନେଇ ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ଭି ବହୁତ ଆଲୋଚନା କରିଥିଲେ। ସେ କହିଥିଲେ ଅର୍ଜୁନ ହାଇଦ୍ରାବାଦର ରଣଜୀ ଟିମର କୋଚ ପାଇଁ ଉପଯୁକ୍ତ ନୁହଁନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *