ଫେଷ୍ଟିଭ ସିଜିନକୁ ଦେଖି ଆମାଜନ, ଫ୍ଲିପକାର୍ଟ ତଥା ଅନ୍ୟ ଇ କମର୍ସ ୱେବସାଇଟ ମାନେ ତାଙ୍କ ଗ୍ରାହକ ମାନଙ୍କୁ ଭାରି ଭାରି ଅଫର ଦେବାକୁ ଚେଷ୍ଟା କରନ୍ତି। ଏହି ପ୍ରକାରେ ନିଜର ସାଇଟ ମାନଙ୍କ ଆଡକୁ ଗ୍ରାହକ ମାନଙ୍କୁ ଟାଣିବା ଚକର ରେ ଆମାଜନକୁ ଏକ ଭାରି କ୍ଷତି ସହନ କରିବାକୁ ପଡିଥିଲା। ଏହି କଥା ୨୦୧୪ର ଅଟେ। ଡିସେମ୍ବର ୨୦୧୪ରେ ଅମାଜନ ଏକ ଲ୍ୟାପଟପ ମାତ୍ର ୧୯୦ ଟଙ୍କାରେ ନିଜ ସାଇଟରେ ବିଜ୍ଞାପନ ଦେଇଥିଲା। ଏହି ଲ୍ୟାପଟପକୁ ଓଡିଶାର ଜଣେ ଲ ଛାତ୍ର ସୁପ୍ରିୟ ରଞ୍ଜନ ବୁକ କରିଥିଲେ ମାତ୍ର ପରେ ଅମାଜନ ଏହି ଲ୍ୟାପଟପ କୁ ଦେବା ପାଇଁ ମନା କରିଦେଲା। ଏହି ଉପରେ ଜଣେ ଛାତ୍ର କଂଯ୍ୟୁମର ଫାର୍ମ ପହଁଚିଲା ଯେଉଁଠାରେ କି ସେ ଆମାଜନ ଉପରେ କମ୍ପ୍ଲେନ କଲା।

ଛାତ୍ରର କମ୍ପ୍ଲେନ ଶୁଣିବା ପରେ ଓଡିଶା ରାଜ୍ୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ ଆମାଜନକୁ ମାନସିକ ପୀଡା ତଥା ଉତ୍ପୀଡନ ରୂପରେ ୪୦୦୦୦ ଟଙ୍କା ଜୋରିମାନା ଦେବା ପାଇଁ କହିଲା ଏବଂ ଗ୍ରାହକ କୁ ଉଚିତ କ୍ଷତିପୂରଣ ଦେବା ପାଇଁ ମଧ୍ୟ ଆଦେଶ ଦେଲା। ଏହି ଭୋଗତାନ ପ୍ରାୟ ୫୦୦୦ ଟଙ୍କାର ଥିଲା।
ଲ୍ୟାପଟପ ପାଇଁ ପାଠରେ କ୍ଷତି ହେଲା:
ଛାତ୍ରର କମ୍ପ୍ଲେନ ଆଉ ଶିକାୟତ ତଥା ଶୁଣାଣି ସମୟରେ ଏହା ସ୍ପଷ୍ଟ ହିଁ ହେଇପାରିଲା ନାହିଁ କି କମ୍ପାନୀ ବିଶେଷ ରୂପରେ କେଉଁ ଲ୍ୟାପଟପର ଲିଷ୍ଟିଙ୍ଗ କରିଥିଲା। ବେଞ୍ଚ ଏହା ମାନିଲା କି କମ୍ପାନୀର ଏହି ଭୁଲ ପାଇଁ ଛାତ୍ରକୁ ୨୨୮୯୯ ଟଙ୍କାର ଆଉ ଏକ ଲ୍ୟାପଟପ କିଣିବାକୁ ପଡିଲା ଆଉ ଯାହା ପ୍ରାୟ ଛାତ୍ରଙ୍କର ପାଠ ପଢା ତଥା ପ୍ରୋଜେକ୍ଟ ସଵମିଟରେ ଡେରି ହେଲା।

ଆୟୋଗ ଆମାଜନର ସର୍ବିସ ଉପରେ ପ୍ରଶ୍ନ ଉଠେଇଲା:
ଆୟୋଗ ଏହା କହିଲା କି ଆମାଜନ ସାଇଟରେ ୨୩,୪୯୯ ଟଙ୍କାର ମୂଳ ଦାମ ଥିବା ଏକ ଲ୍ୟାପଟପକୁ ଶପିଙ୍ଗ ୱେବସାଇଟ ରେ ମାତ୍ର ୧୯୦ ଟଙ୍କାରେ ଲିଷ୍ଟିଙ୍ଗ କରା ଯାଇଥିଲା। ଅର୍ଥାତ ଲ୍ୟାପଟପ ଉପରେ ୨୩,୩୦୯ ଟଙ୍କାର ଭାରି ରିହାତି ଦିଆ ଯାଇଥିଲା। ପ୍ରମୋସ୍ନାଲ ରିହାତି ମିଳିଥିଲା। ମାତ୍ର ଆୟୋଗ ଏହା ଉପରେ କହିଲା କି ଏହି ଲିଷ୍ଟିଙ୍ଗ ଦ୍ୱାରା ଆମାଜନ ନା କେବଳ ଅଭିଯୋଗ କର୍ତାଙ୍କୁ ଉଚିତ ସେବା ପ୍ରଦାନ କରିବା ପାଇଁ ମନା କରିଛି ବରଂ ତାଙ୍କ ପାଇଁ ଖରାପ ବ୍ୟବହାର ବି ପ୍ରଦର୍ଶନ କରିଛି। ଏହି କାରଣରୁ ତାଙ୍କ ଉପରେ ଏହି ଜୋରିମାନା ଲଗା ଯାଉଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।