ଗାଁ ଭିତରକୁ ଯାଇପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା

କରୋନାର ୩ୟ ଲହରୀ ଅଧିକ ଲୋକଙ୍କୁ ଅଡ଼ୁଆରେ ପକାଇଦେଉଛି। କିଛି ଦିନ ହେବ ପ୍ରାୟତଃ ଏମିତି ହିଁ ଖବର ଆସୁଛି। ହେଲେ କୁହାଆଯାଉଛି କି ଧୀରେ ଧୀରେ କରୋନାର ପ୍ରକୋପ କମୁଛି। ସେ ଯାହାବି ହଉ ଆମକୁ ସତର୍କ ରହିବାକୁ ହେବ। ସବୁବେଳେ ମାସ୍କ ପିନ୍ଧିବାକୁ ହେବ ଏବଂ ସାମାଜିକ ଦୁରତାର ପାଳନ କରିବାକୁ ହେବ।

ଏକ ଅଦ୍ଭୁତପୂର୍ବ ଘଟଣା ଦେଖିବାକୁ ମିଳିଛି ଗମ୍ଭାରୀ ଗୋଛା ଗ୍ରାମରେ। ଯାହାକି କନ୍ଧମାଳ ଏବଂ ଗଂଜାମ ଜିଲ୍ଲାରେ ଅବସ୍ଥିତ। ଏହି ଗମ୍ଭାରୀ ଗୋଛା ଗ୍ରାମରେ ଜଣେ ମହିଳା ନାମ ସରୋଜିନ ମଲ୍ଲିକ ଯିଏ କି ଗର୍ଭ ପୀଡା ଅନୁଭବ କରିବାକୁ ତୁରନ୍ତ ଗଲେରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅବଗତ କରାଇଥିଲେ।

Google

ମାତ୍ର କଥା ଏହାକି ଗଲେରି ଗୋଷ୍ଠିର ଆମ୍ବୁଲାନ୍ସ ୧୦୨ ରୋଗୀଙ୍କ ପାଇଁ ଯାଇଥିଲା। ହେଲେ ଆମ୍ଭୁଲାନ୍ସ ରଗାପାଦୁ ଗ୍ରାମରେ ଅଟକି ଯାଇଥିଲା। କାରଣ ସେହି ଗ୍ରାମକୁ ଯିବା ପାଇଁ ଉଚିତ ସଡକର ବ୍ୟବସ୍ଥା ନଥିଲା।

ଦୁଃଖର ବିଷୟ ଏହାକି ଉକ୍ତ ଗମ୍ଭାରୀ ଗୋଛା ଗ୍ରାମରୁ ସେ ମାଙ୍କୁ ଖଟିଆ ଦ୍ଵାରା ଆମ୍ବୁଲାନ୍ସ ପାଖକୁ ବୁହାଇ ଆଣିଥିଲେ ବୋଲି ଜଣା ଯାଇଛି। କହିରଖୁଛୁ ତାହା ପରେ ସେହି ଜାଗାରୁ ତାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ଯାଏ ଆମ୍ବୁଲାନ୍ସ ନେଇଯାଇଥିଲା। ଏବଂ ଏହା ଜଣା ପଡ଼ିଛି ଯେ ଏକ ପୁଅ ସନ୍ତାନ ସରୋଜିନଙ୍କର ଜନ୍ମ ଗ୍ରହଣ କରିଅଛି। ଯାହା ହଉ ଭଗବାନଙ୍କ ଦୟା ଯୋଗୁଁ ସବୁ ଠିକ ହୋଇଗଲା। ଆଶା କରୁଛୁ ଜଲଦି ରୁ ଜଲଦି ସେହି ଗ୍ରାମକୁ ସଡ଼କର ଉଚିତ ବ୍ୟବସ୍ଥା କରାଯିବ। ସାଙ୍ଗମାନେ ଆପଣଂକର ଏହାକୁ ନେଇ କଣ ବିଚାର ଆମକୁ ନିଶ୍ଚିତ ଜଣାନ୍ତୁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *