ଆପଣମାନେ ଜାଣିଥିବେ ବର୍ତ୍ତମାନ ଆମେରିକାରେ ନିର୍ବାଚନ ଚାଲିଛି। ବର୍ତ୍ତମାନ ସେହି ରାଷ୍ଟ୍ରପତି ନିର୍ବାଚନରେ ଅସନ୍ତୋଷ ଦେଖାଯାଇଛି। ଗଣତି ପରେ ରାଷ୍ଟ୍ରପତି ଚୟନ ହେବା ପୂର୍ବରୁ ସୁପ୍ରିମକୋର୍ଟରେ ଅଭିଯୋଗ କରିଛନ୍ତି ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବର୍ତ୍ତମାନ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଆଇନ ଧାରା ଅନୁସାରେ ଚାଲିବାକୁ ଯାଉଛି। ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଅଭିଯୋଗ ଏହା କି କିଛି ରାଜ୍ୟର ଭୋଟ ଗଣତିରେ ଭୁଲ ହୋଇଛି। ଟ୍ରମ୍ପ ଦାବିକରୁଛନ୍ତି କି ୱିସକିନସନରେ ପୁନଃ ଗଣତି କରାଯାଉ। ତାଙ୍କ କହିବା କଥା କି ପ୍ରଥମରୁ ସେ ଆଗେଇ ଚାଲିଥିବା ବେଳେ ହଠାତ୍ ଜୋ ବାଇଡେନ ଆଗେଇଲେ କିପରି। ବର୍ତ୍ତମାନ ତାଙ୍କ ପକ୍ଷରେ ରହିଛି ଫଳାଫଳ।

ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଅଭିଯୋଗ ଏହା ସମସ୍ତେ ମିଶି ଯୋଜନା କରି ତାଙ୍କୁ ପରାସ୍ତ କରିବାକୁ କୂଟନୀତି କରାଯାଇଛି। ଏହା ସହିତ ଗତକାଲି ଭୋଟିଂ ସରିବା ପରେ ମଧ୍ୟ ଭୋଟ ଦିଆଯାଇଛି ଵୋଲି ଟ୍ରମ୍ପଙ୍କ ଦଳ ଅଭିଯୋଗ କରିଥିଲା। ବର୍ତ୍ତମାନ ଟ୍ରମ୍ପ ସୁପ୍ରିମକୋର୍ଟ ରେ ଅଭିଯୋଗ କରିବା ପରେ ଏବେ କୋର୍ଟରେ ଶୁଣାଣି ପରେ ଯାଇ ରାଷ୍ଟ୍ରପତି ଘୋଷଣା କରାଯିବ। ଏବେ କୌଣସି ଆଶ୍ଚର୍ଯ୍ୟ ଘଟଣା ହିଁ ଟ୍ରମ୍ପକୁ ଜିତାଇ ପାରିବ। କହିରଖିବୁ କି ଟ୍ରମ୍ପଙ୍କୁ ୨୧୪ ଇଲେକ୍ଟୋରଲ ଭୋଟ ମିଳିଥିବା ବେଳେ ଜୋ ବାଇଡେନଙ୍କୁ ୨୬୪ ଇଲେକ୍ଟୋରଲ ଭୋଟ ମିଳିଛି।

ଏହା ମଧ୍ୟ ଜାଣିରଖନ୍ତୁ କି ଏହି ନିର୍ବାଚନ ଜିତିବା ପାଇଁ ୨୭୦ ଇଲେକ୍ଟୋରଲ ଭୋଟ ଆବଶ୍ୟକତା ହୋଇଥାଏ। ବର୍ତ୍ତମାନ ଏହିକି ପାଇବା ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ବହୁତ କଷ୍ଟକର।ବର୍ତ୍ତମାନ ଟ୍ରମ୍ପ ପେନସିଲଭାଲିଆ, ଜର୍ଜିଆ, ନର୍ଥ କାରୋଲିନ,ଆଲାସ୍କାରେ ଜୋ ବାଇଡେନଙ୍କୁ ଠୁ ଆଗରେ ଚାଲିଛନ୍ତି। ଏହି ୪ ଟି ରାଜ୍ୟରେ ମୋଟ ୫୪ଟି ଇଲେକ୍ଟୋରଲ ଅଛି। ଏହି ସମସ୍ତ ୫୪ଟି ଇଲେକ୍ଟୋରଲ ଭୋଟ ମିଳିବା ପରେ ମଧ୍ୟ ଟ୍ରମ୍ପ ମୋଟ ୨୬୮ ହିଁ ପାଇବେ।ଏହା ପରେ ଯଦି ଭାଗ୍ୟ ବଶତଃ କୌଣସି ଅନ୍ୟ ରାଜ୍ୟର ଭୋଟର ଫଳ ପରିବର୍ତ୍ତନ ହୁଏ ତେବେ ଯାଇ ଟ୍ରମ୍ପ ଜିତିପାରିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।