୨୬ ନଭେମ୍ବର ୨୦୦୮ରେ ହୋଇଥିଲା ଦେଶରେ ମୁମ୍ବାଇ ଆକ୍ରମଣ । ଆତଙ୍କବାଦୀମାନେ ଦେଶର ଆର୍ଥିକ ସ୍ଥାନ ମୁମ୍ବାଇ ଉପରେ ଆକ୍ରମଣ କରିଥିଲେ। ଅନେକ ଲୋକଙ୍କ ଜୀବନ ଯାଇଥିଲା ଓ ଆମର ଅନେକ ସୈନିକ ସହିଦ ହୋଇଥିଲେ। ଏହି ଦିନକୁ ଆମ ଭିତରୁ କେହିବି ଭୁଲି ପାରିବ ନାହିଁ। ଆଜି ଆମେ ଆପଣଙ୍କୁ ଏକ ଏପରି ବ୍ୟକ୍ତି ବିଷୟରେ କହିବୁ ଯିଏକି ସେଦିନ ତାଜ ହୋଟେଲରେ ଉପସ୍ଥିତ ଥିଲା ଓ ୧୫୭ ଲୋକଙ୍କ ଜୀବନ ବଞ୍ଚାଇଥିଲା ।

୩୧ ବର୍ଷୀୟ ଆମେରିକାର ମରିନ କ୍ୟାପଟେନ ରବି ଧର୍ନିଧରକା:
୩୧ ବର୍ଷୀୟ ଏହି କମାଣ୍ଡୋ ଇରାକରେ ଚାରି ବର୍ଷ ବିମାନ ଯୁଦ୍ଧରେ ସାମିଲ ଥିଲେ। ଯେଉଁଥିରେ ନଭେମ୍ବର ଓ ଡିସେମ୍ବର ୨୦୦୪ରେ ଫାଜୁଲାର ଖୁନି ଲଢେଇ ବି ସାମିଲ ଥିଲା। ନଭେମ୍ବର ୨୦୦୮ରେ ଧର୍ନିଧରକା ଏକ ଦଶକରୁ ଅଧିକ ସମୟ ପରେ ଭାରତ ଆସିଥିଲେ। ସେ ନିଜ ସମ୍ପର୍କୀୟ ଭାଇ ମାନଙ୍କ ସହିତ ବଦହବର ପାର୍କରେ ଛୁଟି କଟାଉଥିଲେ।
୨୬/୧୧ କୁ ତାଙ୍କ ଚାଚା ଓ ଭାଇମାନେ ତାଜ ହୋଟେଲର ୨୦ ମହଲାରେ ଖାଦ୍ୟ ଖାଇବା ପାଇଁ ଯୋଜନା କଲେ।ଇରାକ ମିଶନ ପୁର କରିବା ପରେ ସେ ନିଜ ପରିବାରକୁ ଭେଟିବାକୁ ଆସିଥିଲେ। ସେ ଭାରତକୁ ଏକ ପ୍ରକାର ଛୁଟି ପାଳନ କରିବା ପାଇଁ ଆସିଥିଲେ।

ପୂର୍ବରୁ ହେଲା ଆକ୍ରମଣର ଆଭାସ:
କମାଣ୍ଡ ହୋଟେଲ ପହଁଚିବା ପରେ ଠିକ ନଥିଲେ। ସେ ଲଗାତର ନଦୀ ପାଖରେ ଥିଲେ। ତାଙ୍କର ମନ କିଛି ଖରାପ ହେବାର ଆଭାସ ପାଉଥିଲା। ଅନେକ ଫୋନ ଆସୁଥିଲା ରବି କିଛି ଭାବନ୍ତୁ ଏହା ପୂର୍ବରୁ ତାଙ୍କର ଜଣେ ଭାଇକୁ ଫୋନ ଆସିଲା କି ତାଜ ହୋଟେଲରେ ଆତଙ୍କବାଦୀ ମାନେ ଆକ୍ରମଣ କରିଛନ୍ତି। ରବିଙ୍କ ପାଇଁ ଏହା କିଛି ନୂଆ ନଥିଲା।ସେଥିପାଇଁ ସେ ବହୁତ ବୁଦ୍ଧିବିଚାରି କାମ କରିବାକୁ ଭାବିଲେ। ସେ ସେଠାରେ ଥିବା ଲୋକଙ୍କୁ କହିଲେ କି ଏବେ ସେମାନଙ୍କୁ ନିଜେ ବଞ୍ଚିକରି ବାହାରକୁ ଯିବାକୁ ହେବ। ସେବେ ତାଙ୍କର ନଜର ହୋଟେଲର ଏକ କବାଟ ଉପରେ ପଡ଼ିଲା।
କବାଟଟି କାଚର ଥିଲା। କବାଟର ଅନ୍ୟ ପଟେ ଆତଙ୍କବାଦୀ ଲୋକଙ୍କ ଉପରକୁ ଗ୍ରେନେଡ଼ ପକାଇପାରିବେ।ରବି ସେଠାରେ ଥିବା ଲୋକଙ୍କୁ ଅନ୍ୟ ରୂମକୁ ଯିବାକୁ କହିଲେ। ରବି ବହୁତ ଶୀଘ୍ର ଲୋକଙ୍କୁ ନେଇ ଅନ୍ୟ ରୁମରେ ପହଁଚିଗଲେ। କବାଟକୁ ଭିତରୁ ବନ୍ଦ କରିଦିଆଗଲା। ଯେପରି କୌଣସି ଆତଙ୍କବାଦୀ ଯେପରି ପଶିପାରିବନାହିଁ।
ଏପରି ବଞ୍ଚାଇଲେ ଲୋକଙ୍କ ଜୀବନ:
ହୋଟେଲରେ ଦୁଇଟି ଧମାକା ପରେ ବହୁତ ନିଆଁ ଲାଗିଯାଇଥିଲା। ରବି ଭାବିଲେ ଯଦି ଏହି ଲୋକମାନେ ସେଇଠାରେ ହିଁ ରହିବେ ଯଦି ସର୍ଟ ସର୍କିର୍ଟ ହେଲେ ତେବେ ୨୦ ମହଲାରେ ମଧ୍ୟ ନିଆଁ ଲାଗିଯିବ। ରବି କୌଣସି ଭୁଲ ଫଇସଲା ନେବାକୁ ଚାହୁଁନଥିଲେ। ସେଥିପାଇଁ ସେ ଲୋକଙ୍କୁ କହିଲେ କି ସେନା ସେମାନଙ୍କୁ ବଞ୍ଚାଇବାକୁ ଆସୁଛି।

ରବି ଆଗକୁ କହିଲେ ତଳେ ନିଆଁ ଲାଗିଯାଇଛି। ଆମକୁ ପଛପଟ ସିଡି ଦେଇ ପଳାଇବାକୁ ହେବ। ରବି ଲୋକଙ୍କୁ ନେବା ସମୟରେ ଛୋଟ ପିଲାଙ୍କ ଧ୍ୟାନ ରଖିଲେ। ରବି ସମସ୍ତଙ୍କୁ କହିଲେ ଜୋତା ଓଲ୍ହାଇ ଦୌଡନ୍ତୁ ଓ ମୋବାଇଲ ମଧ୍ୟ ବନ୍ଦ କରିଦିଅନ୍ତୁ। ଏପରି ହେଉଥିଲା ଶେଷରେ ରବି ଏକା ରହିଲେ।
ବୟସ୍କ ବ୍ୟକ୍ତିଙ୍କ କାରଣରୁ ପୁନଃ ପହଁଚିଲେ ଭିତରେ:
ସମସ୍ତେ ତ ବାହାରିଗଲେ କିନ୍ତୁ ରବି ଦେଖିଲେ ଜଣେ ବୟସ୍କ ମହିଳା ହୁଇଲ ଚେୟାରରେ ବସିରହିଛନ୍ତି। ସେ ବୟସ୍କ ମହିଳା ଜଣକ କହିଲେ କି ମତେ ଛାଡି ଚାଲିଯାଅ ଯାହା ହେବ ଦେଖାଯିବ କିନ୍ତୁ ରବି ତାଙ୍କୁ ଏକା ଛାଡି ପାରିବେ ନାହିଁ। ସେ ସେହି ବୟସ୍କ ମହିଳାଙ୍କୁ ଉଠାଇ ଶୀଘ୍ର ଶୀଘ୍ର ତଳକୁ ଓଲ୍ହାଇଲେ।
୨୦ ମହଲାରୁ କୌଣସି ମହିଳାଙ୍କୁ ଉଠାଇ ତଳକୁ ଆସିବା ସହଜ କାମ ନଥିଲା କିନ୍ତୁ ରବି ହାର ମାନିବାକୁ ପ୍ରସ୍ତୁତ ନଥିଲେ । ଯେଉଁ ଲୋକ ତଳକୁ ଆସିଯାଇଥିଲେ ସେମାନେ ନିଜ ହିରୋଙ୍କୁ ଅପେକ୍ଷା କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।