ଡେମୋକ୍ରାଟ ଆଶାବାଦୀ ଜୋ ବାଇଡେନ ହ୍ଵାଇଟ ହାଉସ ରାସ୍ତା ଏବେ ଚରମ ସୀମାରେ ପହଞ୍ଚିବା ଉପରେ । ଏହା ସହ ଭାରତୀୟ କମଳା ହ୍ୟାରିସ ଦୁନିଆର ସବୁଠାରୁ ଶକ୍ତିଶାଳୀ ଲୋକତନ୍ତ୍ରରେ ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଏହାକୁ ନେଇ ଭାରତରେ ମଧ୍ୟ ଉତ୍ସାହ ରହିଛି । କମଳା ହ୍ୟାରିସଙ୍କ ମା ଶ୍ୟାମଲା ଗୋପାଲନ ତାମିଲନାଡୁ ବାସିନ୍ଦା ଅଟନ୍ତି ।

କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି କି ଭାରତ ସରକାରଙ୍କୁ କମଳା ହ୍ୟାରିସ ପାଇଁ ଭବ୍ୟ ସ୍ୱାଗତ ଜଣେଇବାର ଅଛି । ଭାରତୀୟ ହେବାରୁ ଏହା ଗର୍ବର କଥା ଯେ ଭାରତୀୟ ମହିଳା ଆମେରିକାର ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଓ ଭବିଷ୍ୟତରେ ସେ ଆମେରିକାର ରାଷ୍ଟ୍ରପତି ହୋଇପାରନ୍ତି ।
କହିରଖୁଛୁ କି ଜୋ ବାଇଡେନ ବର୍ତ୍ତମାନ ପର୍ଯ୍ୟନ୍ତ ୨୬୪ ଇଲେକ୍ଟ୍ରୋରକସ ଭୋଟ ହାସିଲ କରିସାରିଲେଣି । ଆମେରିକା ରାଷ୍ଟ୍ରପତି ହେବା ପାଇଁ ତାଙ୍କୁ ଆଉ ୬ ଭୋଟ ଦରକାର। ସେ କେତେକ ରାଜ୍ୟରେ ଆଗରେ ଚାଲୁଛନ୍ତି। ସେ କହିଛନ୍ତି କି ସେ ୩୦୦ ଇଲେକ୍ଟ୍ରୋରସ ଭୋଟ ପାଇବେ।
ଯଦି ଜୋ ବାଇଡେନ ଆମେଟିକାର ରାଷ୍ଟ୍ରପତି ହେବେ ତେବେ ସିନେଟର କମଳା ହ୍ୟାରିସ ଉପରାଷ୍ଟ୍ରପତି ହେବେ।ନିଶ୍ଚିତ ଭାବରେ ଏହା ଭାରତ ପାଇଁ ଖୁବ ଗର୍ବ କଥା। ଆଉ ଭବିଷ୍ୟତରେ ଯଦି ସେ ରାଷ୍ଟ୍ରପତି ଦୌଡ଼ରେ ସାମିଲ ହୁଅନ୍ତି ତେବେ ଏହି ବିଜୟରେ ତାଙ୍କୁ ଆହୁରି ମଜବୁତ ମିଳିବ।

ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ କହିଛନ୍ତି,ଏହା ଆମ ପାଇଁ ଗର୍ବ କଥା। ସେ ଟ୍ୱିଟ କରି କହିଛନ୍ତି,’ଭାରତୀୟ ଝିଅ କମଳା ହ୍ୟାରିସ ଉପରାଷ୍ଟ୍ରପତି ଭାବରେ ଦୁନିଆର ସବୁଠାରୁ ପୁରୁଣା ଲୋକତନ୍ତ୍ରର ନେତୃତ୍ୱ ନେବାକୁ ଯାଉଛନ୍ତି ଓ ସେ ନିକଟରେ ଦେଶର ରାଷ୍ଟ୍ରପତି ମଧ୍ୟ ହୋଇପାରନ୍ତି”।
#Bharat_ki_beti @KamalaHarris is destined to lead the oldest democracy in the world USA as a Vice President and a probable President of that great country in the near future,
(1/2)— Adhir Chowdhury (@adhirrcinc) November 7, 2020
ଅଧୀର ରଞ୍ଜନ କହିଛନ୍ତି କି ଭାରତ ସରକାରଙ୍କୁ ତାଙ୍କ ପାଇଁ ଏକ ଭବ୍ୟ ସ୍ୱାଗତର ବ୍ୟବସ୍ଥା କରିବାକୁ ହେବ। ଏକ ଭାରତୀୟ ହେବା ଯୋଗୁଁ କମଳା ହ୍ୟାରିସଙ୍କ ପାଇଁ ଆମେ ଗର୍ବିତ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।